ଫେଲ୍ ମାରିଲା ମୋବାଇଲ GPS, ମରୁଭୂମିରେ ପଡି ଭାରତୀୟ ଯୁବକଙ୍କ ମୃତ୍ୟୁ
ନୂଆଦିଲ୍ଲୀ ୨୫/୮: ଧୋକା ଦେଲା ଜିପିଏସ୍ । ସାଉଦି ଆରବର ମରୁଭୂମିରେ ଭାରତୀୟ ଯୁବକଙ୍କ ମୃତ୍ୟୁ । ପ୍ରବଳ ତାତି ସହ ଖାଦ୍ୟ ଓ ପାଣି ବିନା ତାଙ୍କ ଜୀବନ ଚାଲିଯାଇଛି । ମୋବାଇଲର GPS(ଗ୍ଲୋବାଲ ପୋଜିସନିଂ ସିଷ୍ଟମ) ଫେଲ୍ ହୋଇଯିବାରୁ ବାଟ ଭୁଲି ମରୁଭୂମିକୁ ଚାଲିଯାଇଥିବାରୁ ଏପରି ଅଘଟଣ ଘଟଛି । ମୃତକ ତେଲେଙ୍ଗାନାର ୨୭ ବର୍ଷୀୟ ଯୁବକ ମହମ୍ମଦ ଶେହଜାଦ ଖାନ ।ସେ ଗତ ୩ ବର୍ଷ ଧରି ସାଉଦି ଆରବର ଏକ ଟେଲିକମ୍ୟୁନିକେସନ କଂପାନୀରେ କାମ କରୁଥିଲେ । କିଛି ଦିନ ତଳେ ସେ ସୁଦାନର ଜଣେ ସହକର୍ମୀଙ୍କ ସହ ଏକ ସ୍ଥାନକୁ ବୁଲିବାକୁ ଯାଇଥିଲେ । ସେହି ସମୟରେ ମୋବାଇଲର ଜିପିଏସ୍ ଫେଲ୍ ମାରିଥିଲା । ଉଭୟ ବାଟ ହୁଡି ରବ୍ ଅଲ ଖଲି ମରୁଭୂମି ଆଡକୁ ଚାଲିଯାଇଥିଲେ । ଏହି ମରୁଭୂମିକୁ ପୃଥିବୀର ବିପଦପୂର୍ଣ୍ଣ ସ୍ଥାନ ଭାବରେ ଜଣାଶୁଣା । ଯାହା ୬୫୦ କିଲୋମିଟରରୁ ଅଧିକ ଅଞ୍ଚଳକୁ ବ୍ୟାପିଛି । ସେଠାକୁ ଯିବା ପରେ ଉଭୟ ଆଉ ଫେରିବାର ବାଟ ପାଇନଥିଲେ ।ଏମିତି ପରିସ୍ଥିତିରେ ଶେହଜାଦଙ୍କ ଫୋନ ମଧ୍ୟ ସ୍ବିଚ ଅଫ୍ ହୋଇଯାଇଥିଲା । ଆଉ ୨ ସାଙ୍ଗ କାହା ସହ ଯୋଗାଯୋଗ କରିପାରିନଥିଲେ ।ଶେଷରେ ମରୁଭୂମିରେ ପଡି ପଡି ଉଭୟଙ୍କ ଜୀବନ ଚାଲିଯାଇଛି । ଘଟଣାର କିଛି ଦିନ ପରେ ୨ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଡିହାଇଡ୍ରେସନ ଓ ଥକ୍କା କାରଣରୁ ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଛି ।
ନୂଆଦିଲ୍ଲୀ ୨୫/୮: ଧୋକା ଦେଲା ଜିପିଏସ୍ । ସାଉଦି ଆରବର ମରୁଭୂମିରେ ଭାରତୀୟ ଯୁବକଙ୍କ ମୃତ୍ୟୁ । ପ୍ରବଳ ତାତି ସହ ଖାଦ୍ୟ ଓ ପାଣି ବିନା ତାଙ୍କ ଜୀବନ ଚାଲିଯାଇଛି । ମୋବାଇଲର GPS(ଗ୍ଲୋବାଲ ପୋଜିସନିଂ ସିଷ୍ଟମ) ଫେଲ୍ ହୋଇଯିବାରୁ ବାଟ ଭୁଲି ମରୁଭୂମିକୁ ଚାଲିଯାଇଥିବାରୁ ଏପରି ଅଘଟଣ ଘଟଛି । ମୃତକ ତେଲେଙ୍ଗାନାର ୨୭ ବର୍ଷୀୟ ଯୁବକ ମହମ୍ମଦ ଶେହଜାଦ ଖାନ ।
ସେ ଗତ ୩ ବର୍ଷ ଧରି ସାଉଦି ଆରବର ଏକ ଟେଲିକମ୍ୟୁନିକେସନ କଂପାନୀରେ କାମ କରୁଥିଲେ । କିଛି ଦିନ ତଳେ ସେ ସୁଦାନର ଜଣେ ସହକର୍ମୀଙ୍କ ସହ ଏକ ସ୍ଥାନକୁ ବୁଲିବାକୁ ଯାଇଥିଲେ । ସେହି ସମୟରେ ମୋବାଇଲର ଜିପିଏସ୍ ଫେଲ୍ ମାରିଥିଲା । ଉଭୟ ବାଟ ହୁଡି ରବ୍ ଅଲ ଖଲି ମରୁଭୂମି ଆଡକୁ ଚାଲିଯାଇଥିଲେ । ଏହି ମରୁଭୂମିକୁ ପୃଥିବୀର ବିପଦପୂର୍ଣ୍ଣ ସ୍ଥାନ ଭାବରେ ଜଣାଶୁଣା । ଯାହା ୬୫୦ କିଲୋମିଟରରୁ ଅଧିକ ଅଞ୍ଚଳକୁ ବ୍ୟାପିଛି । ସେଠାକୁ ଯିବା ପରେ ଉଭୟ ଆଉ ଫେରିବାର ବାଟ ପାଇନଥିଲେ ।
ଏମିତି ପରିସ୍ଥିତିରେ ଶେହଜାଦଙ୍କ ଫୋନ ମଧ୍ୟ ସ୍ବିଚ ଅଫ୍ ହୋଇଯାଇଥିଲା । ଆଉ ୨ ସାଙ୍ଗ କାହା ସହ ଯୋଗାଯୋଗ କରିପାରିନଥିଲେ ।ଶେଷରେ ମରୁଭୂମିରେ ପଡି ପଡି ଉଭୟଙ୍କ ଜୀବନ ଚାଲିଯାଇଛି । ଘଟଣାର କିଛି ଦିନ ପରେ ୨ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଡିହାଇଡ୍ରେସନ ଓ ଥକ୍କା କାରଣରୁ ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଛି ।