ଫ୍ରାନ୍ସକୁ ଯାଇପାରିବେନି ଲାଡେନର ପୁଅ ଓମାର, ପ୍ରବେଶ ଉପରେ ଲାଗିଲା ରୋକ୍
ନୂଆଦିଲ୍ଲୀ: ଫ୍ରାନ୍ସକୁ ଯାଇପାରିବେନି ଅଲକାଏଦା ନେତା ଓସାମା ବିନ ଲାଡେନଙ୍କ ପୁଅ ଓମାର ବିନ ଲାଡେନ। ସୋସିଆଲ ମିଡିଆରେ ବିବାଦୀୟ ମନ୍ତବ୍ୟ ଦେଇଥିବା ଏଭଳି କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ଫ୍ରାନ୍ସ ସରକାର। ଓମାର ବିନ୍ ଲାଡେନଙ୍କୁ ଦେଶରେ ପ୍ରବେଶ ନକରାଇବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ମଙ୍ଗଳବାର ଫ୍ରାନ୍ସର ଆଭ୍ୟନ୍ତରୀଣ ମନ୍ତ୍ରୀ ଏହି ନିର୍ଦ୍ଦେଶରେ ଦସ୍ତଖତ କରିଛନ୍ତି। 2023 ମସିହାରେ ସୋସିଆଲ ମିଡିଆରେ ଆତଙ୍କବାଦକୁ ସମର୍ଥନ କରି ଓମାର ବିନ୍ ଲାଡେନ ଏକ ପୋଷ୍ଟ କରିଥିଲେ। ଏହା ପରେ ସେ ଦେଶ ଛାଡିବାକୁ ବାଧ୍ୟ ହୋଇଥିଲେ। ଏହାପୂର୍ବରୁ ଓମାର ମଧ୍ୟ ସୁଦାନ ଏବଂ ଆଫଗାନିସ୍ତାନରେ ରହୁଥିଲେ। ସେ ଜଣେ ବ୍ରିଟିଶ ମହିଳାଙ୍କ ସହ ବିବାହ ପରେ ଫ୍ରାନ୍ସରେ ରହୁଥିଲେ।ସାଉଦି ଆରବରେ ଜନ୍ମିତ ଓମାର ବିନ୍ ଲାଡେନ ତାଙ୍କର ପ୍ରାରମ୍ଭିକ ବର୍ଷ ସେଠାରେ ବିତାଇଥିଲେ। ୪୩ ବର୍ଷୀୟ ଓମାର ବିନ୍ ଲାଡେନ ମଧ୍ୟ ସୁଦାନ ଏବଂ ଆଫଗାନିସ୍ତାନରେ ରହୁଛନ୍ତି। ଓମାର ୧୯ ବର୍ଷ ବୟସରେ ତାଙ୍କ ପିତାଙ୍କୁ ଛାଡି ୨୦୧୬ରେ ଉତ୍ତର ଫ୍ରାନ୍ସର ନର୍ମାଣ୍ଡିରେ ଅବସ୍ଥାପିତ ହୋଇଥିଲେ।
ନୂଆଦିଲ୍ଲୀ: ଫ୍ରାନ୍ସକୁ ଯାଇପାରିବେନି ଅଲକାଏଦା ନେତା ଓସାମା ବିନ ଲାଡେନଙ୍କ ପୁଅ ଓମାର ବିନ ଲାଡେନ। ସୋସିଆଲ ମିଡିଆରେ ବିବାଦୀୟ ମନ୍ତବ୍ୟ ଦେଇଥିବା ଏଭଳି କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ଫ୍ରାନ୍ସ ସରକାର। ଓମାର ବିନ୍ ଲାଡେନଙ୍କୁ ଦେଶରେ ପ୍ରବେଶ ନକରାଇବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି।
ମଙ୍ଗଳବାର ଫ୍ରାନ୍ସର ଆଭ୍ୟନ୍ତରୀଣ ମନ୍ତ୍ରୀ ଏହି ନିର୍ଦ୍ଦେଶରେ ଦସ୍ତଖତ କରିଛନ୍ତି। 2023 ମସିହାରେ ସୋସିଆଲ ମିଡିଆରେ ଆତଙ୍କବାଦକୁ ସମର୍ଥନ କରି ଓମାର ବିନ୍ ଲାଡେନ ଏକ ପୋଷ୍ଟ କରିଥିଲେ। ଏହା ପରେ ସେ ଦେଶ ଛାଡିବାକୁ ବାଧ୍ୟ ହୋଇଥିଲେ। ଏହାପୂର୍ବରୁ ଓମାର ମଧ୍ୟ ସୁଦାନ ଏବଂ ଆଫଗାନିସ୍ତାନରେ ରହୁଥିଲେ। ସେ ଜଣେ ବ୍ରିଟିଶ ମହିଳାଙ୍କ ସହ ବିବାହ ପରେ ଫ୍ରାନ୍ସରେ ରହୁଥିଲେ।
ସାଉଦି ଆରବରେ ଜନ୍ମିତ ଓମାର ବିନ୍ ଲାଡେନ ତାଙ୍କର ପ୍ରାରମ୍ଭିକ ବର୍ଷ ସେଠାରେ ବିତାଇଥିଲେ। ୪୩ ବର୍ଷୀୟ ଓମାର ବିନ୍ ଲାଡେନ ମଧ୍ୟ ସୁଦାନ ଏବଂ ଆଫଗାନିସ୍ତାନରେ ରହୁଛନ୍ତି। ଓମାର ୧୯ ବର୍ଷ ବୟସରେ ତାଙ୍କ ପିତାଙ୍କୁ ଛାଡି ୨୦୧୬ରେ ଉତ୍ତର ଫ୍ରାନ୍ସର ନର୍ମାଣ୍ଡିରେ ଅବସ୍ଥାପିତ ହୋଇଥିଲେ।