ଫ୍ରାନ୍ସରେ ରାଫେଲ ବିମାନ ଦୁର୍ଘଟଣା, ମଝି ଆକାଶରେ ଧକ୍କା ଲାଗି ଜଳିଗଲେ ୨ ବିମାନ
ଭୋସଗେସ୍: ଫ୍ରାନ୍ସର ଉତ୍ତର-ପୂର୍ବ ସହର କୋଲମ୍ବେ ଲେସ୍ ବେଲସ୍ ଆକାଶରେ ଉଡାଣ କରୁଥିବା ଦୁଇଟି ରାଫେଲ ଫାଇଟର ଜେଟ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ୨ ଜଣ ପାଇଲଟ ପ୍ରାଣ ହରାଇଛନ୍ତି। ଫ୍ରାନ୍ସ ରାଷ୍ଟ୍ରପତି ଦୁଇ ଶହିଦଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଏହି ଦୁର୍ଘଟଣା ବୁଧବାର ରାତି ପାଖାପାଖି ସାଢେ ୧୦ଟାରେ ହୋଇଥିଲା। ବିମାନ ଧକ୍କା ଲାଗିବା ଯୋଗୁ ଆକାଶରେ ଭୀଷଣ ବିସ୍ଫୋରଣ ହୋଇଥିଲା। ଦୁର୍ଘଟଣାରେ ଜଣେ ପାଇଲଟ ବିମାନରୁ ଲମ୍ପମାରି ଜୀବନ ବଞ୍ଚାଇଛନ୍ତି। ତେବେ ଅନ୍ୟ ୨ ଜଣ ପାଇଲଟ ନିଖୋଜ ଥିଲେ। ପ୍ରାୟ ୧୦ ଘଣ୍ଟା ଖୋଜାଖୋଜି ପରେ ନିଖୋଜ ୨ ପାଇଲଟଙ୍କ ଶବ ଜବତ ହୋଇଛି। ଏହି ଦୁର୍ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ଏ ନେଇ ଏକ ଟ୍ୱିଟ୍ କରିଛନ୍ତି। ସେ ରାଫେଲ ପ୍ରଶିକ୍ଷଣ ମିସନ କାଳରେ ଦୁର୍ଘଟଣା ହୋଇଥିବା ଓ ଏଥିରେ କ୍ୟାପ୍ଟେନ ସେବେଷ୍ଟିୟନ ମାବିରେ ଓ ଲେଫ୍ଟନାଣ୍ଟ ମ୍ୟାଥିସ୍ ଲରେନ୍ସ ପ୍ରାଣ ହରାଇଥିବା ଜାଣି ଦୁଃଖିତ ବୋଲି ଉେଲ୍ଲେଖ କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ୨ ରାଫେଲ ଯୁଦ୍ଧବିମାନ ଫରାସୀ ବାୟୁସେନାର ପ୍ରଶିକ୍ଷଣ କେନ୍ଦ୍ର ସେଣ୍ଟ ଡିଜିୟର ଆସିଥିଲେ। ବିମାନ ଉଡାଉଥିବା ପାଇଲଟମାନେ ଟ୍ରେନିଂରେ ଥିଲେ। ତେବେ ରାତିର ଅନ୍ଧକାରରେ ଦୁଇ ବିମାନ ମଧ୍ୟରେ ମଝି ଆକାଶରେ ଧକ୍କା ହୋଇଛି। Nous apprenons avec tristesse les décès du capitain
ଭୋସଗେସ୍: ଫ୍ରାନ୍ସର ଉତ୍ତର-ପୂର୍ବ ସହର କୋଲମ୍ବେ ଲେସ୍ ବେଲସ୍ ଆକାଶରେ ଉଡାଣ କରୁଥିବା ଦୁଇଟି ରାଫେଲ ଫାଇଟର ଜେଟ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ୨ ଜଣ ପାଇଲଟ ପ୍ରାଣ ହରାଇଛନ୍ତି। ଫ୍ରାନ୍ସ ରାଷ୍ଟ୍ରପତି ଦୁଇ ଶହିଦଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଏହି ଦୁର୍ଘଟଣା ବୁଧବାର ରାତି ପାଖାପାଖି ସାଢେ ୧୦ଟାରେ ହୋଇଥିଲା। ବିମାନ ଧକ୍କା ଲାଗିବା ଯୋଗୁ ଆକାଶରେ ଭୀଷଣ ବିସ୍ଫୋରଣ ହୋଇଥିଲା। ଦୁର୍ଘଟଣାରେ ଜଣେ ପାଇଲଟ ବିମାନରୁ ଲମ୍ପମାରି ଜୀବନ ବଞ୍ଚାଇଛନ୍ତି। ତେବେ ଅନ୍ୟ ୨ ଜଣ ପାଇଲଟ ନିଖୋଜ ଥିଲେ।
ପ୍ରାୟ ୧୦ ଘଣ୍ଟା ଖୋଜାଖୋଜି ପରେ ନିଖୋଜ ୨ ପାଇଲଟଙ୍କ ଶବ ଜବତ ହୋଇଛି। ଏହି ଦୁର୍ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ଏ ନେଇ ଏକ ଟ୍ୱିଟ୍ କରିଛନ୍ତି। ସେ ରାଫେଲ ପ୍ରଶିକ୍ଷଣ ମିସନ କାଳରେ ଦୁର୍ଘଟଣା ହୋଇଥିବା ଓ ଏଥିରେ କ୍ୟାପ୍ଟେନ ସେବେଷ୍ଟିୟନ ମାବିରେ ଓ ଲେଫ୍ଟନାଣ୍ଟ ମ୍ୟାଥିସ୍ ଲରେନ୍ସ ପ୍ରାଣ ହରାଇଥିବା ଜାଣି ଦୁଃଖିତ ବୋଲି ଉେଲ୍ଲେଖ କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ୨ ରାଫେଲ ଯୁଦ୍ଧବିମାନ ଫରାସୀ ବାୟୁସେନାର ପ୍ରଶିକ୍ଷଣ କେନ୍ଦ୍ର ସେଣ୍ଟ ଡିଜିୟର ଆସିଥିଲେ। ବିମାନ ଉଡାଉଥିବା ପାଇଲଟମାନେ ଟ୍ରେନିଂରେ ଥିଲେ। ତେବେ ରାତିର ଅନ୍ଧକାରରେ ଦୁଇ ବିମାନ ମଧ୍ୟରେ ମଝି ଆକାଶରେ ଧକ୍କା ହୋଇଛି।
Nous apprenons avec tristesse les décès du capitaine Sébastien Mabire et du lieutenant Matthis Laurens, lors d'un accident aérien en mission d'entraînement en Rafale.
La Nation partage la peine de leurs familles et frères d’armes de la Base aérienne 113 de Saint-Dizier.— Emmanuel Macron (@EmmanuelMacron) August 14, 2024
ଭୋସଗେସ୍ ରେ ରହୁଥିବା ଲେଟିଟିୟା ଦୁର୍ଘଟଣାର ଆଖିଦେଖା ଘଟଣା କହିଛନ୍ତି। ରାତିରେ ସେମାନେ ଘରେ ଖାଉଥିବା ବେଳେ ବିମାନ ତାଙ୍କ ଘର ଉପର ଦେଇ ଯାଇଥିଲା। ତେବେ କିଛି କ୍ଷଣ ପରେ ମଝି ଆକାଶରେ ଭୀଷଣ ବିସ୍ଫୋରଣ ହୋଇଥିଲା। ବାହାରକୁ ବାହାରି ଦେଖିବା ବେଳକୁ ଆକାଶରେ କଳା ଧୂଆଁ ଭରିଯାଇଥିଲା। ଲାଗୁଛି ବିମାନ ଧକ୍କା ଲାଗିବା ପରେ ଏହି ଧୂଆଁ ଭରିଯାଇଥିଲା ବୋଲି ସେ କହିଛନ୍ତି। ତେବେ ରାଫେଲ ଯୁଦ୍ଧବିମାନକୁ ସବୁଠୁ ସୁରକ୍ଷିତ ଯୁଦ୍ଧବିମାନ ମଧ୍ୟରେ ଗଣାଯାଏ । ଏଣୁ ରାଫେଲ ବିମାନ ଦୁର୍ଘଟଣାଗ୍ରସ୍ତ ହେବାର ଖବର ବହୁତ କମ ମିଳେ।
ରାଫେଲ ବିମାନ ଶେଷ ଥର ୨୦୦୯ରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହା ପୂର୍ବରୁ ୨୦୦୭ ମସିହାରେ ମଧ୍ୟ ଗୋଟିଏ ରାଫେଲ ବିମାନ ଦୁର୍ଘଟଣାର ରେକର୍ଡ ରହିଛି। ଏହା ପରଠାରୁ କେବେ ରାଫେଲ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବାର ଖବର ନାହିଁ। ତେବେ ୧୪ ଅଗଷ୍ଟ ରାତି ସାଢେ ୧୦ଟାରେ ଦୁଇଟି ରାଫେଲ ଯୁଦ୍ଧବିମାନ ମଝିଆକାଶରେ ଧକ୍କା ଲାଗି ନଷ୍ଟ ହୋଇଯାଇଛି। ଫ୍ରାନସ ରାଷ୍ଟ୍ରପତି ବିମାନ ଦୁର୍ଘଟଣାରେ ମୃତ ପାଇଲଟଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଦେବା ସହ ସେମାନଙ୍କ ପରିବାର ପ୍ରତି ସଣବେଦନା ଜଣାଇଛନ୍ତି।