ପରାଜିତ ନେତାଙ୍କୁ ବଳ ଦେଲେ ନବୀନ, ଧୈର୍ଯ୍ୟ ଧର: ଲୋକଙ୍କ ସହ ଯୋଡି ହୋଇ ରୁହ
ଭୁବନେଶ୍ୱର ୦୭/୦୬: ନବୀନଙ୍କୁ ଭେଟିଲେ ବିଜେଡିର ପରାଜିତ ବିଧାୟକ ଓ ସାଂସଦ ପ୍ରାର୍ଥୀ । ନବୀନ ନିବାସ ଯାଇ ଦଳର ସଭାପତି ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ ପରେ ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ କହିଛନ୍ତି, ଦଳର ଆଗାମୀ ରଣନୀତି ସମ୍ପର୍କରେ ସଭାପତିଙ୍କ ସହ ଆଲୋଚନା ହୋଇଛି । ପ୍ରଣବ କହିଛନ୍ତି, ‘ଦଳର ସଭାପତି ଏକ କମିଟି ଗଠନ କରିଛନ୍ତି,ଉକ୍ତ କମିଟି ପରାଜୟ ତର୍ଜମା କରି ରିପୋର୍ଟ ଦେବ,୨୫ ବର୍ଷ ସରକାର କ’ଣ କରିଛି । କେମିତି ଆଗକୁ ଲଢ଼େଇ ଜାରି ରହିବ ସେ ବିଷୟରେ ଆଲୋଚନା କଲେ । ସେ ସବୁ ବେଳେ ଆମ ଆଗରେ ରହି ଲଢ଼େଇ ଜାରି ରଖିବେ । ଆଗକୁ ଆମେମାନେ କ’ଣ କରିବୁ ତାହା ଉପରେ ସେ ପରାମର୍ଶ ଦେଇଛନ୍ତି ।ନବୀନଙ୍କୁ ଭେଟିବାକୁ ଯାଇଥିବା ବିଜେଡି ନେତାମାନଙ୍କ ମଧ୍ୟରେ ଥିଲେ ଜୟଶ୍ରୀ କହଁର, କୌଶଲ୍ୟା ପ୍ରଧାନ, ସୁଦାମ ମାରାଣ୍ଡି, ସୁବ୍ରତ ତରାଇ, ଲମ୍ବୋଦର ନିଆଲ, ଅବିନାଶ ସାମଲ, ରଞ୍ଜିତା ସାହୁ, ମନ୍ମଥ ରାଉତରାୟ, ଦେବୀ ପ୍ରସାଦ ମିଶ୍ର, ଅତନୁ ସବ୍ୟସାଚୀ ନାୟକ, ରୋହିତ ପୂଜାରୀ, ପ୍ରୀତିରଞ୍ଜନ ଘଡାଇ ପ୍ରମୁଖ ଉପସ୍ଥିତ ଥିଲେ । ପଦ୍ମନାଭ ବେହେର ଏବଂ ବିଷ୍ଣୁବ୍ରତ ରାଉତରାୟ,ସେହିପରି ବିକ୍ରମ କେଶରୀ ଆରୁଖ, ଶ୍ରୀକାନ୍ତ ସାହୁ, ପ୍ରଭୁ ଜାନି, ବିକ୍ରମ ପଣ୍ଡା, ସୁବାସ ବେହେରା, ଅଶୋକ ପଣ୍ଡା, ସୁଶାନ୍ତ ବେହେରା, କୌଶଲ୍ୟା ହିକକା, ପ୍ରଦୀପ ମାଝୀ, ମଞ୍ଜୁଲତା ମଣ୍ଡଳ, ଲେଖାଶ୍ରୀ ସାମନ୍ତସିଂହାର, ଶର୍ମିଷ୍ଠା ସେଠୀ, ସଂତୃପ୍ତ
ଭୁବନେଶ୍ୱର ୦୭/୦୬: ନବୀନଙ୍କୁ ଭେଟିଲେ ବିଜେଡିର ପରାଜିତ ବିଧାୟକ ଓ ସାଂସଦ ପ୍ରାର୍ଥୀ । ନବୀନ ନିବାସ ଯାଇ ଦଳର ସଭାପତି ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ ପରେ ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ କହିଛନ୍ତି, ଦଳର ଆଗାମୀ ରଣନୀତି ସମ୍ପର୍କରେ ସଭାପତିଙ୍କ ସହ ଆଲୋଚନା ହୋଇଛି ।
ପ୍ରଣବ କହିଛନ୍ତି, ‘ଦଳର ସଭାପତି ଏକ କମିଟି ଗଠନ କରିଛନ୍ତି,ଉକ୍ତ କମିଟି ପରାଜୟ ତର୍ଜମା କରି ରିପୋର୍ଟ ଦେବ,୨୫ ବର୍ଷ ସରକାର କ’ଣ କରିଛି । କେମିତି ଆଗକୁ ଲଢ଼େଇ ଜାରି ରହିବ ସେ ବିଷୟରେ ଆଲୋଚନା କଲେ । ସେ ସବୁ ବେଳେ ଆମ ଆଗରେ ରହି ଲଢ଼େଇ ଜାରି ରଖିବେ । ଆଗକୁ ଆମେମାନେ କ’ଣ କରିବୁ ତାହା ଉପରେ ସେ ପରାମର୍ଶ ଦେଇଛନ୍ତି ।
ନବୀନଙ୍କୁ ଭେଟିବାକୁ ଯାଇଥିବା ବିଜେଡି ନେତାମାନଙ୍କ ମଧ୍ୟରେ ଥିଲେ ଜୟଶ୍ରୀ କହଁର, କୌଶଲ୍ୟା ପ୍ରଧାନ, ସୁଦାମ ମାରାଣ୍ଡି, ସୁବ୍ରତ ତରାଇ, ଲମ୍ବୋଦର ନିଆଲ, ଅବିନାଶ ସାମଲ, ରଞ୍ଜିତା ସାହୁ, ମନ୍ମଥ ରାଉତରାୟ, ଦେବୀ ପ୍ରସାଦ ମିଶ୍ର, ଅତନୁ ସବ୍ୟସାଚୀ ନାୟକ, ରୋହିତ ପୂଜାରୀ, ପ୍ରୀତିରଞ୍ଜନ ଘଡାଇ ପ୍ରମୁଖ ଉପସ୍ଥିତ ଥିଲେ ।
ପଦ୍ମନାଭ ବେହେର ଏବଂ ବିଷ୍ଣୁବ୍ରତ ରାଉତରାୟ,ସେହିପରି ବିକ୍ରମ କେଶରୀ ଆରୁଖ, ଶ୍ରୀକାନ୍ତ ସାହୁ, ପ୍ରଭୁ ଜାନି, ବିକ୍ରମ ପଣ୍ଡା, ସୁବାସ ବେହେରା, ଅଶୋକ ପଣ୍ଡା, ସୁଶାନ୍ତ ବେହେରା, କୌଶଲ୍ୟା ହିକକା, ପ୍ରଦୀପ ମାଝୀ, ମଞ୍ଜୁଲତା ମଣ୍ଡଳ, ଲେଖାଶ୍ରୀ ସାମନ୍ତସିଂହାର, ଶର୍ମିଷ୍ଠା ସେଠୀ, ସଂତୃପ୍ତ ମିଶ୍ର ଏବଂ ଭୃଗୁ ବକ୍ସିପାତ୍ର ପ୍ରମୁଖ ମଧ୍ୟ ଉପସ୍ଥିତ ଥିଲେ ।