ଫ୍ଲାଇଟରେ ଯାତ୍ରା ସମୟରେ ରକ୍ତବାନ୍ତି କଲେ ଯାତ୍ରୀ, ଚାଲିଗଲା ଜୀବନ
ବ୍ୟାଙ୍ଗକକ୍,୧୧।୨: ଥାଇଲାଣ୍ଡରୁ ଜର୍ମାନୀ ଯାଉଥିବା ଲୁଫଥାନ୍ସ ଫ୍ଲାଇଟ୍ରେ ଏକ ହୃଦୟବିଦାରକ ଘଟଣା ଘଟିଯାଇଛି। ଯାତ୍ରା କରିବା ସମୟରେ ଫ୍ଲାଇଟ ଭିତରେ ହିଁ ଜଣେ ଯାତ୍ରୀଙ୍କର ମୃତ୍ୟୁ ହୋଇଛି। ଲଗାତାର ରକ୍ତବାନ୍ତି କରି ଫ୍ଲାଇଟ ଭିତରେ ହିଁ ତାଙ୍କର ଜୀବନ ଚାଲିଯାଇଛି। ଇଣ୍ଡିଆ ଟୁଡେ ରିପୋର୍ଟ ଅନୁଯାୟୀ, ୬୩ବର୍ଷିୟ ଜର୍ମାନୀୟ ବ୍ୟକ୍ତି ନିଜ ସ୍ତ୍ରୀଙ୍କ ସହ ବ୍ୟାଙ୍ଗକକ୍ରୁ ନିଜ ଘରକୁ ଫେରୁଥିଲେ। ଯେତେବେଳେ ଫ୍ଲାଇଟ୍ ଟେକଅଫ୍ ହେଲା ଅଚାନକ ବ୍ୟକ୍ତିଜଣକ ଜୋର ଖାସିବାରେ ଲାଗିଲେ। ଖାସିଖାସି ସେ ରକ୍ତବାନ୍ତି […] The post ଫ୍ଲାଇଟରେ ଯାତ୍ରା ସମୟରେ ରକ୍ତବାନ୍ତି କଲେ ଯାତ୍ରୀ, ଚାଲିଗଲା ଜୀବନ appeared first on Dharitri Odia News.
ବ୍ୟାଙ୍ଗକକ୍,୧୧।୨: ଥାଇଲାଣ୍ଡରୁ ଜର୍ମାନୀ ଯାଉଥିବା ଲୁଫଥାନ୍ସ ଫ୍ଲାଇଟ୍ରେ ଏକ ହୃଦୟବିଦାରକ ଘଟଣା ଘଟିଯାଇଛି। ଯାତ୍ରା କରିବା ସମୟରେ ଫ୍ଲାଇଟ ଭିତରେ ହିଁ ଜଣେ ଯାତ୍ରୀଙ୍କର ମୃତ୍ୟୁ ହୋଇଛି। ଲଗାତାର ରକ୍ତବାନ୍ତି କରି ଫ୍ଲାଇଟ ଭିତରେ ହିଁ ତାଙ୍କର ଜୀବନ ଚାଲିଯାଇଛି।
ଇଣ୍ଡିଆ ଟୁଡେ ରିପୋର୍ଟ ଅନୁଯାୟୀ, ୬୩ବର୍ଷିୟ ଜର୍ମାନୀୟ ବ୍ୟକ୍ତି ନିଜ ସ୍ତ୍ରୀଙ୍କ ସହ ବ୍ୟାଙ୍ଗକକ୍ରୁ ନିଜ ଘରକୁ ଫେରୁଥିଲେ। ଯେତେବେଳେ ଫ୍ଲାଇଟ୍ ଟେକଅଫ୍ ହେଲା ଅଚାନକ ବ୍ୟକ୍ତିଜଣକ ଜୋର ଖାସିବାରେ ଲାଗିଲେ। ଖାସିଖାସି ସେ ରକ୍ତବାନ୍ତି କରିବାକୁ ଲାଗିଲେ। ତାଙ୍କ ନାକ ଓ କାନରୁ ଲଗାତାର ରକ୍ତ ବାହାରିବାକୁ ଲାଗିଲା। ଫ୍ଲାଇଟର ଝରକା ଓ ଚଟାଣର ରକ୍ତ ବ୍ୟାପିଗଲା। ଏପରି ସ୍ଥିତି ଦେଖି ବ୍ୟକ୍ତିଙ୍କୁ ଆଖପାଖରେ ବସିଥିବା ଲୋକ ତାଙ୍କ ସାହାଯ୍ୟ କରିବାକୁ ଆସିଥିଲେ। ହେଲେ ତାଙ୍କ ଖାସ ବନ୍ଦ ହେବାର ନାଁ ନେଉ ନ ଥିଲା। ପରେ କ୍ୟାପଟେନ ଏମରଜେନ୍ସି ଲ୍ୟାଣ୍ଡିଂ ପାଇଁ ପୁଣି ବ୍ୟାଙ୍ଗକକ୍ ଆଡେ ଲେଉଟିଥିଲେ। ହେଲେ ସେତେବେଳକୁ ସବୁକିଛି ଶେଷ ହୋଇଯାଇଥିଲା।
The post ଫ୍ଲାଇଟରେ ଯାତ୍ରା ସମୟରେ ରକ୍ତବାନ୍ତି କଲେ ଯାତ୍ରୀ, ଚାଲିଗଲା ଜୀବନ appeared first on Dharitri Odia News.