ମନମୋହନଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଲେ ବଦ୍ରି ପାତ୍ର, କହିଲେ…

ଭୁବନେଶ୍ୱର,୩ା୧୦: ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ବିଜେଡିକୁ ବୁଧବାର ଟାର୍ଗେଟ୍‌ କରିଥିବାବେଳେ ବଦ୍ରି ଆଜି ତାଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି। ବଦ୍ରି କହିଛନ୍ତି, ଯଦି ତାକତ ଅଛି ବିଜେଡି ଖାଲି କରିକି ଦେଖାଅ। ଖାଲି ବୟାନବାଜିରେ ଲାଭ ନାହିଁ, କାହା ମୁହଁରେ ହାତ ଦେଇ ହେବ କି? ବିଜେଡି ବଡ଼ ଆଞ୍ଚଳିକ ଦଳ, ଏ ଭାଡ଼ି ଖାଲି କରିବାର ତାକତ ଅଛି କି ବୋଲି ବଦ୍ରି ମନମୋହନଙ୍କୁ ପ୍ରଶ୍ନ କରିଛନ୍ତି। ମନମୋହନ କହିଥିଲେ, ରାଜ୍ୟରେ ଭାଜପା […] The post ମନମୋହନଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଲେ ବଦ୍ରି ପାତ୍ର, କହିଲେ… appeared first on Dharitri Odia News.

ମନମୋହନଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଲେ ବଦ୍ରି ପାତ୍ର, କହିଲେ…

ଭୁବନେଶ୍ୱର,୩ା୧୦: ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ବିଜେଡିକୁ ବୁଧବାର ଟାର୍ଗେଟ୍‌ କରିଥିବାବେଳେ ବଦ୍ରି ଆଜି ତାଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି। ବଦ୍ରି କହିଛନ୍ତି, ଯଦି ତାକତ ଅଛି ବିଜେଡି ଖାଲି କରିକି ଦେଖାଅ। ଖାଲି ବୟାନବାଜିରେ ଲାଭ ନାହିଁ, କାହା ମୁହଁରେ ହାତ ଦେଇ ହେବ କି? ବିଜେଡି ବଡ଼ ଆଞ୍ଚଳିକ ଦଳ, ଏ ଭାଡ଼ି ଖାଲି କରିବାର ତାକତ ଅଛି କି ବୋଲି ବଦ୍ରି ମନମୋହନଙ୍କୁ ପ୍ରଶ୍ନ କରିଛନ୍ତି।

ମନମୋହନ କହିଥିଲେ, ରାଜ୍ୟରେ ଭାଜପା ସରକାର ଆସିବା ପରେ ତଥା ନିର୍ବାଚନ ସମୟରେ ଅନେକ ବିଜେଡି ନେତା ଆସି ଭାଜପାରେ ଯୋଗ ଦେଇଛନ୍ତି। ଏହି ଧାରା ଆଗକୁ ଜାରି ରହିବ।

ସେ କହିଥିଲେ, ‘ବିଜେଡିର ଅନେକ ନେତା ଭାଜପାରେ ମିଶିବା ଲାଗି ଆବେଦନ କରିଛନ୍ତି। ଏପରି ଜାରି ରହିଲେ ତାଙ୍କ ଦଳ ଶୂନ୍ୟ ହୋଇଯିବ। ନବୀନଙ୍କ ନିର୍ବାଚନ ମଣ୍ଡଳୀରୁ ପଞ୍ଚାୟତ ପ୍ରତିନିଧି ଆସି ଭାଜପାରେ ମିଶିଲେ, ୨ ରାଜ୍ୟ ସଭା ଏମ୍‌ପି ମଧ୍ୟ ଭାଜପାରେ ମିଶିଲେଣି। ଆଗକୁ ଆହୁରି ଅନେକ ନେତା ମିଶିବେ। ସେମାନେ ନିଜ ଇଚ୍ଛାରେ ଭାଜପାରେ ମିଶିବାକୁ ନିବେଦନ କରୁଛନ୍ତି। ତେବେ ଯଦି ଏପରି ଧାରା ଲାଗି ରହେ ବିଜେଡି ଶେଷ ହୋଇଯିବ”।

ନିକଟରେ ରାଜ୍ୟ ସଭା ଏମ୍‌ପି ମମତା ମହାନ୍ତ, ସୁଜିତ କୁମାର ରାଜ୍ୟ ସଭାରୁ ଇସ୍ତଫା ଦେବା ସହ ବିଜେଡି ଛାଡ଼ି ଭାଜପାରେ ଯୋଗ ଦେଇଛନ୍ତି। ମମତା ଭାଜପା ପକ୍ଷରୁ ପୁନର୍ବାର ରାଜ୍ୟ ସଭା ଯାଇ ସାରିଥିବା ବେଳେ ଆଗକୁ ସୁଜିତଙ୍କୁ ମଧ୍ୟ ପାର୍ଟି ସମାନ ଉପହାର ଦେଇପାରେ।

ଦୀର୍ଘ ୨୫ ବର୍ଷ ଶାସନରେ ରହିବା ପରେ ବିଜୁ ଜନତା ଦଳ(ବିଜେଡି) ପ୍ରଥମଥର ପାଇଁ କ୍ଷମତାଚ୍ୟୁତ ହୋଇଛି। ନିର୍ବାଚନ ସମୟରେ ଅନେକ ନେତା ଟିକେଟ ନ ପାଇ ଦଳଛାଡି ଭାଜପାରେ ମିଶିଥିଲେ। ଏଥିରେ ସମୀର ଦାଶଙ୍କ ପରି ବହୁ ବରିଷ୍ଠ ନେତା ଥିଲେ। ତେବେ ନିର୍ବାଚନରେ ପରାଜୟ ପରେ ଦଳ ଭିତରେ ଅନ୍ତଃକନ୍ଦଳ ବଢୁଥିବା ଚର୍ଚ୍ଚା ଜୋର ଧରିଛି। ଏହାରି ମଧ୍ୟରେ ଭାଜପା ମୁଖ୍ୟ ମନମୋହନଙ୍କ ଏପରି ବୟାନ ରାଜ୍ୟ ରାଜନୀତିରେ ହଲ୍‌ଚଲ୍‌ ସୃଷ୍ଟି କରିଛି।

The post ମନମୋହନଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଲେ ବଦ୍ରି ପାତ୍ର, କହିଲେ… appeared first on Dharitri Odia News.