ଫ୍ଲିପ୍କାର୍ଟରେ ନିବେଶ କଲା ଗୁଗଲ, ୩୫୦ ମିଲିୟନ ଡଲାରରେ କିଣିଲା ସେୟାର
ନୂଆଦିଲ୍ଲୀ: ଇ-କମର୍ସ ସାଇଟ୍, ଫ୍ଲିପକାର୍ଟରେ ପ୍ରାୟ ୩୫୦ ମିଲିୟନ ଡଲାର ନିବେଶ କରିବ ଟେକ୍ କମ୍ପାନି ଗୁଗଲ । ପ୍ରକୃତରେ ଗତବର୍ଷ ଡିସେମ୍ବରରେ ଫ୍ଲିପ୍କାର୍ଟ, ୧ ବିଲିୟନ ଡଲାର ଏକାଠି କରିବା ପାଇଁ ଫଣ୍ଡ୍ରେଜିଂ ରାଉଣ୍ଡ୍ ଆରମ୍ଭ କରିଥିଲା। ଆଉ ଏହି କ୍ରମରେ ଓ୍ବାଲମାର୍ଟ ପ୍ରାୟ ୬୦୦ ମିଲିୟନ ଡଲାର ସହ ଫ୍ଲିପ୍କାର୍ଟରେ ପ୍ରାୟ ୭୭ ପ୍ରତିଶତ ଶେୟାର କିଣିନେଇଥିଲା। ଅବଶ୍ୟ ଓ୍ବାଲମାର୍ଟ ୨୦୨୦ରୁ ହିଁ ଫ୍ଲିପ୍କାର୍ଟରେ ନିବେଶ ପାଇଁ ପ୍ରକ୍ରିୟା ଆରମ୍ଭ କରିଥିଲା।ଆଉ ଏବେ ଗୁଗଲ ମଧ୍ୟ କମ୍ପାନିରୁ ୩୫୦ ମିଲିୟନ ଡଲାର ମୂଲ୍ୟର ସେୟାର କିଣିଛି। ରିପୋର୍ଟ ଅନୁଯାୟୀ, ଗୁଗଲ ଫ୍ଲିପକାର୍ଟର ୯୫୦ ମିଲିୟନ ଡଲାରର ଫଣ୍ଡିଂ ରାଉଣ୍ଡରେ ପ୍ରାୟ ୩୫୦ ମିଲିୟନ ଡଲାର (୨,୯୦୭ କୋଟି ଟଙ୍କା)ର ନିବେଶ କରିଛି। ଏହି ପ୍ରସଙ୍ଗ ସହ ଜଡ଼ିତ ବ୍ୟକ୍ତିଙ୍କ କହିବା ଅନୁଯାୟୀ, ଗୁଗଲ ଏହି ଡିଲ୍ ଏଥିପାଇଁ କରୁଛି କାରଣ ଫ୍ଲିପ୍କାର୍ଟ ଇ-କମର୍ସ କ୍ଷେତ୍ରର ଅଗ୍ରଣୀ କମ୍ପାନି। କମ୍ପାନି ଏହାର ମୌଳିକ ଭିତ୍ତିଭୂମି ଏବଂ ବିକ୍ରି ସିଷ୍ଟମ ସହ ଏଆଇ ଏବଂ ଜେନେରେଟିଭ ଏଆଇ ଭଳି ନୂଆ ପ୍ରଯୁକ୍ତିର ବିସ୍ତାର ଉପରେ ନିବେଶ କରିବାକୁ ଯୋଜନା କରୁଛି। ଗୁଗଲ, ଏହି ଡିଲ୍ ଅନୁଯାୟୀ ଫ୍ଲିପ୍କାର୍ଟକୁ ଏହାର କ୍ଲାଉଡ୍ ସିଷ୍ଟମ୍ ଯୋଗାଇବ। ଏହାଦ୍ବାରା କମ୍ପାନିକୁ ଏହାର ବ୍ୟବସାୟକୁ ଆହୁରି ବଢ଼ାଇବାରେ ସହାଯ୍ୟ ମିଳିବ। କମ୍ପାନିର ବୟାନ ଅନୁଯାୟୀ, ଏହାଦ୍ବାରା ଗ୍
ନୂଆଦିଲ୍ଲୀ: ଇ-କମର୍ସ ସାଇଟ୍, ଫ୍ଲିପକାର୍ଟରେ ପ୍ରାୟ ୩୫୦ ମିଲିୟନ ଡଲାର ନିବେଶ କରିବ ଟେକ୍ କମ୍ପାନି ଗୁଗଲ । ପ୍ରକୃତରେ ଗତବର୍ଷ ଡିସେମ୍ବରରେ ଫ୍ଲିପ୍କାର୍ଟ, ୧ ବିଲିୟନ ଡଲାର ଏକାଠି କରିବା ପାଇଁ ଫଣ୍ଡ୍ରେଜିଂ ରାଉଣ୍ଡ୍ ଆରମ୍ଭ କରିଥିଲା। ଆଉ ଏହି କ୍ରମରେ ଓ୍ବାଲମାର୍ଟ ପ୍ରାୟ ୬୦୦ ମିଲିୟନ ଡଲାର ସହ ଫ୍ଲିପ୍କାର୍ଟରେ ପ୍ରାୟ ୭୭ ପ୍ରତିଶତ ଶେୟାର କିଣିନେଇଥିଲା। ଅବଶ୍ୟ ଓ୍ବାଲମାର୍ଟ ୨୦୨୦ରୁ ହିଁ ଫ୍ଲିପ୍କାର୍ଟରେ ନିବେଶ ପାଇଁ ପ୍ରକ୍ରିୟା ଆରମ୍ଭ କରିଥିଲା।
ଆଉ ଏବେ ଗୁଗଲ ମଧ୍ୟ କମ୍ପାନିରୁ ୩୫୦ ମିଲିୟନ ଡଲାର ମୂଲ୍ୟର ସେୟାର କିଣିଛି। ରିପୋର୍ଟ ଅନୁଯାୟୀ, ଗୁଗଲ ଫ୍ଲିପକାର୍ଟର ୯୫୦ ମିଲିୟନ ଡଲାରର ଫଣ୍ଡିଂ ରାଉଣ୍ଡରେ ପ୍ରାୟ ୩୫୦ ମିଲିୟନ ଡଲାର (୨,୯୦୭ କୋଟି ଟଙ୍କା)ର ନିବେଶ କରିଛି।
ଏହି ପ୍ରସଙ୍ଗ ସହ ଜଡ଼ିତ ବ୍ୟକ୍ତିଙ୍କ କହିବା ଅନୁଯାୟୀ, ଗୁଗଲ ଏହି ଡିଲ୍ ଏଥିପାଇଁ କରୁଛି କାରଣ ଫ୍ଲିପ୍କାର୍ଟ ଇ-କମର୍ସ କ୍ଷେତ୍ରର ଅଗ୍ରଣୀ କମ୍ପାନି। କମ୍ପାନି ଏହାର ମୌଳିକ ଭିତ୍ତିଭୂମି ଏବଂ ବିକ୍ରି ସିଷ୍ଟମ ସହ ଏଆଇ ଏବଂ ଜେନେରେଟିଭ ଏଆଇ ଭଳି ନୂଆ ପ୍ରଯୁକ୍ତିର ବିସ୍ତାର ଉପରେ ନିବେଶ କରିବାକୁ ଯୋଜନା କରୁଛି।
ଗୁଗଲ, ଏହି ଡିଲ୍ ଅନୁଯାୟୀ ଫ୍ଲିପ୍କାର୍ଟକୁ ଏହାର କ୍ଲାଉଡ୍ ସିଷ୍ଟମ୍ ଯୋଗାଇବ। ଏହାଦ୍ବାରା କମ୍ପାନିକୁ ଏହାର ବ୍ୟବସାୟକୁ ଆହୁରି ବଢ଼ାଇବାରେ ସହାଯ୍ୟ ମିଳିବ। କମ୍ପାନିର ବୟାନ ଅନୁଯାୟୀ, ଏହାଦ୍ବାରା ଗ୍ରାହକଙ୍କୁ ସେବା ଯୋଗାଇବାରେ ଡିଜିଟାଲ ଢାଞ୍ଚାକୁ ଆଧୁନିକ କରିବାରେ ସାହାଯ୍ୟ ମିଳିବ। ଜଣେ ବ୍ୟକ୍ତି କହିଛନ୍ତି ଏହାଦ୍ବାରା, ଏହାଦ୍ବାରା ଛୋଟ ଏବଂ ମଧ୍ୟମ ସହର ଏବଂ ଗ୍ରାମୀଣ ଅଞ୍ଚଳରେ ଏହାର ଦବଦବା ବଢ଼ାଇବାରେ ସହଯୋଗ ମିଳିବ।