ଫ୍ଲୋ ଉଇ-ପିଚ୍ ଇନୋଭେଶନ ଚ୍ୟାଲେଞ୍ଜ
ଭୁବନେଶ୍ୱର,୧୬।୩:ଓଡ଼ିଶା ସରକାରଙ୍କ ଷ୍ଟାର୍ଟଅପ୍ ଓଡ଼ିଶା ଓ ଫିକି ଫ୍ଲୋର ମିଳିତ ସହଯୋଗରେ ଏକ ରାଜ୍ୟସ୍ତରୀୟ ‘ଫ୍ଲୋ ଉଇ-ପିଚ୍ ଇନୋଭେଶନ ଚ୍ୟାଲେଞ୍ଜ ’ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା। ବିଶେଷକରି ଓଡ଼ିଶାରେ ମହିଳା ଉଦ୍ୟୋଗୀଙ୍କୁ ସଶକ୍ତୀକରଣ କରିବା ଉଦ୍ଦେଶ୍ୟରେ ଏକ ଫ୍ଲୋ ଉଇ-ପିଚ୍ ଇନୋଭେଶନ ଚ୍ୟାଲେଞ୍ଜ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଏପରିକି ଅନ୍ତର୍ଜାତୀୟ ମହିଳା ଦିବସକୁ ସ୍ମରଣୀୟ କରିବା ପାଇଁ ପଟିଆ ନିକଟସ୍ଥ ଓ-ହବ୍ଠାରେ ଏଭଳି ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ସେହିପରି ଦୂରଦୃଷ୍ଟିସମ୍ପନ୍ନ ମହିଳାମାନେ ସେମାନଙ୍କର ଅଭିନବ ଚିନ୍ତାଧାରା […] The post ଫ୍ଲୋ ଉଇ-ପିଚ୍ ଇନୋଭେଶନ ଚ୍ୟାଲେଞ୍ଜ appeared first on Dharitri Odia News.
ଭୁବନେଶ୍ୱର,୧୬।୩:ଓଡ଼ିଶା ସରକାରଙ୍କ ଷ୍ଟାର୍ଟଅପ୍ ଓଡ଼ିଶା ଓ ଫିକି ଫ୍ଲୋର ମିଳିତ ସହଯୋଗରେ ଏକ ରାଜ୍ୟସ୍ତରୀୟ ‘ଫ୍ଲୋ ଉଇ-ପିଚ୍ ଇନୋଭେଶନ ଚ୍ୟାଲେଞ୍ଜ ’ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା। ବିଶେଷକରି ଓଡ଼ିଶାରେ ମହିଳା ଉଦ୍ୟୋଗୀଙ୍କୁ ସଶକ୍ତୀକରଣ କରିବା ଉଦ୍ଦେଶ୍ୟରେ ଏକ ଫ୍ଲୋ ଉଇ-ପିଚ୍ ଇନୋଭେଶନ ଚ୍ୟାଲେଞ୍ଜ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଏପରିକି ଅନ୍ତର୍ଜାତୀୟ ମହିଳା ଦିବସକୁ ସ୍ମରଣୀୟ କରିବା ପାଇଁ ପଟିଆ ନିକଟସ୍ଥ ଓ-ହବ୍ଠାରେ ଏଭଳି ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ସେହିପରି ଦୂରଦୃଷ୍ଟିସମ୍ପନ୍ନ ମହିଳାମାନେ ସେମାନଙ୍କର ଅଭିନବ ଚିନ୍ତାଧାରା ଏବଂ ପ୍ରତିଭା ପ୍ରଦର୍ଶନ କରିବା ପାଇଁ ଏକ ଜୀବନ୍ତ ପ୍ଲାଟ୍ଫର୍ମ ପ୍ରଦାନ କରିଥିଲା। ଷ୍ଟାର୍ଟଅପ୍ ଓଡିଶା ଏବଂ ଫାଲକନ୍ ରିଏଲ୍ ଇଷ୍ଟେଟ୍ ପରି ସହଭାଗୀମାନଙ୍କ ସହଯୋଗରେ ଫ୍ଲୋ ଉଇ-ପିଚ୍ ଇନୋଭେଶନ୍ ଚ୍ୟାଲେଞ୍ଜ ପ୍ରତିଯୋଗିତାରେ ଅଂଶଗ୍ରହଣକାରୀମାନଙ୍କୁ ନଗଦ ପୁରସ୍କାର, ଫେଲିସିଟେସନ୍, ଭିଜିବିଲିଟି ଏବଂ ଇନ୍କ୍ୟୁବେସନ ପାଇଁ ସୁଯୋଗ ସହିତ ଅନେକ ସୁବିଧା ପ୍ରଦାନ କରିଥିଲା।
ଉକ୍ତ କାର୍ଯ୍ୟକ୍ରମରେ ଷ୍ଟାର୍ଟଅପ୍ ଓଡ଼ିଶାର କାର୍ଯ୍ୟନିର୍ବାହୀ ଚେୟାରମ୍ୟାନ୍ ଡ. ଓମ୍କର ରାୟ, ଓବେରାଇ ଆତିଥ୍ୟର ପରିଚାଳନା ନିର୍ଦ୍ଦେଶକ ସାଭିନ୍ କୌର ଓବେରାଇ, ସୁତାର ସହ-ପ୍ରତିଷ୍ଠାତା ସୁଜାତା ବିଶ୍ୱାସ ସମେତ ଫ୍ଲୋ ଭୁବନେଶ୍ୱରର ସଦସ୍ୟ ଉପସ୍ଥିତ ଥିଲେ। ଏ ସମ୍ପର୍କରେ ଓମ୍କର ରାୟ କହିଛନ୍ତି, ଫିକି ଫ୍ଲୋ ସହିତ ଆମର ସହଭାଗିତା ଏବଂ ଫ୍ଲୋ ଉଇ-ପିଚ୍ ଇନୋଭେଶନ୍ ଚ୍ୟାଲେଞ୍ଜ ପ୍ରତିଯୋଗିତା ଭଳି ପଦକ୍ଷେପ ମହିଳା ଉଦ୍ୟୋଗିତାକୁ ପ୍ରୋତ୍ସାହିତ କରିବାରେ ଏବଂ ଅନ୍ତର୍ଭୂକ୍ତ ଅଭିବୃଦ୍ଧିରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ଓଡ଼ିଶାରେ ମହିଳା ଉଦ୍ୟୋଗୀମାନଙ୍କ ଦ୍ୱାରା ପ୍ରଦର୍ଶିତ ଉତ୍ସାହ ଏବଂ ସୃଜନଶୀଳତାର ସାକ୍ଷୀ ହେବା ଅତ୍ୟନ୍ତ ହୃଦୟସ୍ପର୍ଶୀ। ଏହିପରି ପଦକ୍ଷେପଗୁଡିକ ମହିଳା ଉଦ୍ୟୋଗକୁ ପ୍ରୋତ୍ସାହିତ କରିବା ତଥା ଅନ୍ତର୍ଭୂକ୍ତ ତଥା ନିରନ୍ତର ଅଭିବୃଦ୍ଧିରେ ସହଯୋଗ କରିବାକୁ ସରକାରୀ ନୀତି, ଯୋଜନା ଏବଂ କାର୍ଯ୍ୟକ୍ରମଗୁଡିକ ସହିତ ସମାନ ଏବଂ ପରିପୁଷ୍ଟ ।
The post ଫ୍ଲୋ ଉଇ-ପିଚ୍ ଇନୋଭେଶନ ଚ୍ୟାଲେଞ୍ଜ appeared first on Dharitri Odia News.