ବଂଶଧାରା ନଦୀରେ ମିଶିଲା କାରଖାନାର ବିଷାକ୍ତ ରାସାୟନିକ ପାଣି: ଜଳ ଯୋଗାଣ ବନ୍ଦ ଲୋକେ ହନ୍ତସନ୍ତ

କାଶୀନଗର,୨୦ା୯(ଟି. କ୍ରିଷ୍ଣା ରାଓ): ଗଜପତି ଜିଲା କାଶୀନଗର ଦେଇ ପ୍ରବାହିତ ବଂଶଧାରା ନଦୀ ପାଣିରେ ବେଦାନ୍ତ କାରଖାନାର କାଷ୍ଟିକ ପୋଖରୀ ହୁଡା ଭାଙ୍ଗି କ୍ଷୟକାରୀ ବିଷାକ୍ତ ରାସାୟନିକ ପଦାର୍ଥ ମିଶିଛି। ଫଳରେ ନଦୀରେ ବହୁ ପରିମାଣରେ ମାଛ ମରିପଡି ଭାସୁଥିବା ଦେଖିବାକୁ ମିଳିଛି। ଏହି ଖବର ପ୍ରଚାର ହେବା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟ ପ୍ରକାଶ ପାଇଛି। ସତର୍କତାମୂଳକ ପଦକ୍ଷେପ ଭାବେ ପାନୀୟ ଜଳ ଯୋଗାଣ ବନ୍ଦ କରାଯାଇଥିବାରୁ କାଶୀନଗରବାସୀ ନାହିଁ ନ ଥିବା ଅସୁବିଧାର […] The post ବଂଶଧାରା ନଦୀରେ ମିଶିଲା କାରଖାନାର ବିଷାକ୍ତ ରାସାୟନିକ ପାଣି: ଜଳ ଯୋଗାଣ ବନ୍ଦ ଲୋକେ ହନ୍ତସନ୍ତ appeared first on Dharitri Odia News.

ବଂଶଧାରା ନଦୀରେ ମିଶିଲା କାରଖାନାର ବିଷାକ୍ତ ରାସାୟନିକ ପାଣି: ଜଳ ଯୋଗାଣ ବନ୍ଦ ଲୋକେ ହନ୍ତସନ୍ତ

କାଶୀନଗର,୨୦ା୯(ଟି. କ୍ରିଷ୍ଣା ରାଓ): ଗଜପତି ଜିଲା କାଶୀନଗର ଦେଇ ପ୍ରବାହିତ ବଂଶଧାରା ନଦୀ ପାଣିରେ ବେଦାନ୍ତ କାରଖାନାର କାଷ୍ଟିକ ପୋଖରୀ ହୁଡା ଭାଙ୍ଗି କ୍ଷୟକାରୀ ବିଷାକ୍ତ ରାସାୟନିକ ପଦାର୍ଥ ମିଶିଛି। ଫଳରେ ନଦୀରେ ବହୁ ପରିମାଣରେ ମାଛ ମରିପଡି ଭାସୁଥିବା ଦେଖିବାକୁ ମିଳିଛି। ଏହି ଖବର ପ୍ରଚାର ହେବା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟ ପ୍ରକାଶ ପାଇଛି।

ସତର୍କତାମୂଳକ ପଦକ୍ଷେପ ଭାବେ ପାନୀୟ ଜଳ ଯୋଗାଣ ବନ୍ଦ କରାଯାଇଥିବାରୁ କାଶୀନଗରବାସୀ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଜନସ୍ବାସ୍ଥ୍ୟ ବିଭାଗର କୌଣସି ଅଧିକାରୀ କାଶୀନଗରରେ ପହଞ୍ଚି ପ୍ରତିକାରମୂଳକ ପଦକ୍ଷେପ ନେବା ଦିଗରେ ଏଯାଏ ତତ୍ପରତା ଦେଖାଇନାହାନ୍ତି ବୋଲି ସ୍ଥାନୀୟ ଅଞ୍ଚଳବାସୀ ପ୍ରକାଶ କରିଛନ୍ତି।

ସୂଚନା ଅନୁଯାୟୀ, ରାୟଗଡା ଜିଲା ଗୁଣପୁର ପ୍ରଶାସନ ପକ୍ଷରୁ ପରୀକ୍ଷା ପାଇଁ ନଦୀପାଣି ଭୁବନେଶ୍ୱର ପଠାଯାଇଛି। ରିପୋର୍ଟକୁ ଅପେକ୍ଷା କରାଯାଇଛି। ଯଦି କ୍ଷୟକାରୀ ବିଷାକ୍ତ ରାସାୟନିକ ପଦାର୍ଥ ନଦୀପାଣିରେ ମିଶିଛି ବୋଲି ପ୍ରମାଣିତ ହୁଏ ତେବେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ ବୋଲି ସାଧାରଣରେ ମତ ପ୍ରକାଶ ପାଉଛି।

The post ବଂଶଧାରା ନଦୀରେ ମିଶିଲା କାରଖାନାର ବିଷାକ୍ତ ରାସାୟନିକ ପାଣି: ଜଳ ଯୋଗାଣ ବନ୍ଦ ଲୋକେ ହନ୍ତସନ୍ତ appeared first on Dharitri Odia News.