ବଏକଟ ପ୍ରଭାବ,ଦୈନିକ ୮.୬୪ କୋଟି ଟଙ୍କାର କ୍ଷତି ସହୁଛି ମାଳଦ୍ୱୀପ

ନୂଆଦିଲ୍ଲୀ,୧୨।୧: ନିକଟରେ ମାଳଦ୍ୱୀପ ସରକାରଙ୍କ କିଛି ଅଧିକାରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲକ୍ଷାଦ୍ୱୀପ ଗସ୍ତକୁ ନେଇ ଆପତ୍ତିଜନକ ଟିପ୍ପଣୀ କରିଥିଲେ। ଏହାପରଠାରୁ ‘ବଏକଟ ମାଳଦ୍ୱୀପ’ ଟ୍ରେଣ୍ଡ କରି ଆସୁଥିବା ବେଳେ ତା’ର ପ୍ରଭାବ ମଧ୍ୟ ପଡ଼ୁଥିବା ଦେଖାଯାଇଛି। ଦେଶକୁ ପ୍ରତିଦିନ କୋଟି କୋଟି ଟଙ୍କା କ୍ଷତି ସହିବାକୁ ପଡ଼ୁଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ମାଳଦ୍ୱୀପ ସେଠାକୁ ଯାତ୍ରା ଖର୍ଚ୍ଚକୁ ଅଧା କରିଦେଇଛି। ଏହାସତ୍ତ୍ୱେ କୌଣସି ଭାରତୀୟ ମାଳଦ୍ୱୀପ ଯିବାକୁ ପ୍ରସ୍ତୁତ ନୁହନ୍ତି। ମାଳଦ୍ୱୀପର ରାଜସ୍ବ ପର୍ଯ୍ୟଟକ ଏବଂ […] The post ବଏକଟ ପ୍ରଭାବ,ଦୈନିକ ୮.୬୪ କୋଟି ଟଙ୍କାର କ୍ଷତି ସହୁଛି ମାଳଦ୍ୱୀପ appeared first on Dharitri Odia News.

ବଏକଟ ପ୍ରଭାବ,ଦୈନିକ ୮.୬୪ କୋଟି ଟଙ୍କାର କ୍ଷତି ସହୁଛି ମାଳଦ୍ୱୀପ

ନୂଆଦିଲ୍ଲୀ,୧୨।୧: ନିକଟରେ ମାଳଦ୍ୱୀପ ସରକାରଙ୍କ କିଛି ଅଧିକାରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲକ୍ଷାଦ୍ୱୀପ ଗସ୍ତକୁ ନେଇ ଆପତ୍ତିଜନକ ଟିପ୍ପଣୀ କରିଥିଲେ। ଏହାପରଠାରୁ ‘ବଏକଟ ମାଳଦ୍ୱୀପ’ ଟ୍ରେଣ୍ଡ କରି ଆସୁଥିବା ବେଳେ ତା’ର ପ୍ରଭାବ ମଧ୍ୟ ପଡ଼ୁଥିବା ଦେଖାଯାଇଛି। ଦେଶକୁ ପ୍ରତିଦିନ କୋଟି କୋଟି ଟଙ୍କା କ୍ଷତି ସହିବାକୁ ପଡ଼ୁଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ମାଳଦ୍ୱୀପ ସେଠାକୁ ଯାତ୍ରା ଖର୍ଚ୍ଚକୁ ଅଧା କରିଦେଇଛି। ଏହାସତ୍ତ୍ୱେ କୌଣସି ଭାରତୀୟ ମାଳଦ୍ୱୀପ ଯିବାକୁ ପ୍ରସ୍ତୁତ ନୁହନ୍ତି।

ମାଳଦ୍ୱୀପର ରାଜସ୍ବ ପର୍ଯ୍ୟଟକ ଏବଂ ପର୍ଯ୍ୟଟନରୁ ଆସିଥାଏ। ବିବାଦ ପୂର୍ବରୁ ଏହା ଭାରତୀୟଙ୍କ ପସନ୍ଦର ପର୍ଯ୍ୟଟନସ୍ଥଳରୁ ଗୋଟିଏ ଥିଲା । ପ୍ରତିବର୍ଷ ଲକ୍ଷ ଲକ୍ଷ ଭାରତୀୟ ଏଠାକୁ ବୁଲିବାକୁ ଯାଉଥିଲେ। ହେଲେ ଏବେ ପୂର୍ବ ଆକଳନ ଅନୁଯାୟୀ ମାଳଦ୍ୱୀପକୁ ପ୍ରତ୍ୟେହ ୮.୬୪ କୋଟି ଟଙ୍କାର କ୍ଷତି ସହିବାକୁ ପଡ଼ୁଛି। ବଏକଟ ଟ୍ରେଣ୍ଡ ଯୋଗୁ ୪୪,୦୦୦ ପରିବାର ଉପରେ ବିପଦ ଆସିଥିବା ମାଳଦ୍ୱୀପ କହିଛି। ଅପରପକ୍ଷେ ଅନଲାଇନ୍‌ରେ ମଧ୍ୟ ୩୪% ଅଧିକ ଲୋକ ମାଳଦ୍ୱୀପ ବଦଳରେ ଲକ୍ଷାଦ୍ୱୀପକୁ ସର୍ଚ୍ଚ କରୁଥିବା ଜଣାପଡ଼ିଛି।

The post ବଏକଟ ପ୍ରଭାବ,ଦୈନିକ ୮.୬୪ କୋଟି ଟଙ୍କାର କ୍ଷତି ସହୁଛି ମାଳଦ୍ୱୀପ appeared first on Dharitri Odia News.