ବଙ୍ଗୀୟ ଅଭିନେତ୍ରୀଙ୍କ ଉପରେ ହମ୍‌ଲା, ବାଇକ୍‌ରେ ଆସି କାର୍ କାଚି ଭାଙ୍ଗିଲେ ଦୁର୍ବୃତ୍ତ

ପଶ୍ଚିମବଙ୍ଗ ୨୪/୦୮: କୋଲକାତାର ଆର୍‌ ଜି ମେଡିକାଲ କଲେଜ ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟାକୁ ନେଇ ସାରା ଦେଶରେ ବିରୋଧ ପ୍ରଦର୍ଶନ କରାଯାଉଛି । ନ୍ୟାୟ ମାଗୁଛି ସାରା ଦେଶ । ଏହି ଘଟଣା ପରଠାରୁ ପଶ୍ଚିମବଙ୍ଗରେ ମହିଳାଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି । ମହିଳା ସୁରକ୍ଷାକୁ ନେଇ ବିଜେପି କ୍ରମାଗତ ଭାବରେ ମମତା ସରକାର ଉପରେ ଆକ୍ରମଣ କରୁଛି।ଏହି ସମୟରେ ବଙ୍ଗୀୟ ଅଭିନେତ୍ରୀ ପାୟଲ ମୁଖାର୍ଜୀଙ୍କ ଉପରେ ଶୁକ୍ରବାର ସନ୍ଧ୍ୟାରେ ଭୟଙ୍କର ଆଟାକ୍‌ ହୋଇଛି । ଦକ୍ଷିଣ କୋଲକାତାର ସାଉଥ୍ ଆଭେନ୍ୟୁରେ ବାଇକ୍ ଚଳାଉଥିବା ଦୁଷ୍କର୍ମକାରୀଙ୍କ ଉପରେ ଆକ୍ରମଣ କରିଥିଲେ । ଏହି ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ ହୋଇଛି । ଏହି ଭିଡିଓରେ ପାୟଲ ମୁଖାର୍ଜୀ ତାଙ୍କ ସହ ଘଟିଥିବା ଏକ ଭୟଙ୍କର ଘଟଣା ବିଷୟରେ ଅଭିଯୋଗ କରୁଛନ୍ତି । ଯାହାର ଭିଡିଓ ବି ସୋସିଆଲ ମିଡିଆରେ ବାିରାଲ୍ ହେବାରେ ଲାଗିଛି । View this post on InstagramA post shared by Payel Mukherjee (@payelmukherjeeinsta)ସୂଚନା ଥାଉକି, ଅଭିନେତ୍ରୀ ପାୟଲ ମୁଖାର୍ଜୀ ଗାଡି ଚଳାଉଥିବାବେଳେ ଅଭିଯୁକ୍ତ ବାଇକ ଆରୋହୀ କାରଟିକୁ ପ୍ରଥମେ ଧକ୍କା ଦେବା ପରେ କାରକୁ ଅଟକାଇବାକୁ ଚେଷ୍ଟା କରିଥିଲେ । ଅଭିନେତ୍ରୀ ପାୟଲ ମୁଖାର୍ଜୀ ଅଟକାଇବା ପରେ ଅଟକିନଥିଲେ । ତେଣୁ ଅଭିଯୁକ୍ତମାନେ ଯୋଧପୁର ପାର୍କ ପରିସରରେ କାରକୁ ଅଟକାଇ ଥିଲେ । ପରେ ପାଟି କରି ସେ ବାଇକରୁ ଓହ୍

ବଙ୍ଗୀୟ ଅଭିନେତ୍ରୀଙ୍କ ଉପରେ ହମ୍‌ଲା, ବାଇକ୍‌ରେ ଆସି କାର୍ କାଚି ଭାଙ୍ଗିଲେ ଦୁର୍ବୃତ୍ତ

ପଶ୍ଚିମବଙ୍ଗ ୨୪/୦୮: କୋଲକାତାର ଆର୍‌ ଜି ମେଡିକାଲ କଲେଜ ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟାକୁ ନେଇ ସାରା ଦେଶରେ ବିରୋଧ ପ୍ରଦର୍ଶନ କରାଯାଉଛି । ନ୍ୟାୟ ମାଗୁଛି ସାରା ଦେଶ । ଏହି ଘଟଣା ପରଠାରୁ ପଶ୍ଚିମବଙ୍ଗରେ ମହିଳାଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି । ମହିଳା ସୁରକ୍ଷାକୁ ନେଇ ବିଜେପି କ୍ରମାଗତ ଭାବରେ ମମତା ସରକାର ଉପରେ ଆକ୍ରମଣ କରୁଛି।

ଏହି ସମୟରେ ବଙ୍ଗୀୟ ଅଭିନେତ୍ରୀ ପାୟଲ ମୁଖାର୍ଜୀଙ୍କ ଉପରେ ଶୁକ୍ରବାର ସନ୍ଧ୍ୟାରେ ଭୟଙ୍କର ଆଟାକ୍‌ ହୋଇଛି । ଦକ୍ଷିଣ କୋଲକାତାର ସାଉଥ୍ ଆଭେନ୍ୟୁରେ ବାଇକ୍ ଚଳାଉଥିବା ଦୁଷ୍କର୍ମକାରୀଙ୍କ ଉପରେ ଆକ୍ରମଣ କରିଥିଲେ । ଏହି ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ ହୋଇଛି । ଏହି ଭିଡିଓରେ ପାୟଲ ମୁଖାର୍ଜୀ ତାଙ୍କ ସହ ଘଟିଥିବା ଏକ ଭୟଙ୍କର ଘଟଣା ବିଷୟରେ ଅଭିଯୋଗ କରୁଛନ୍ତି । ଯାହାର ଭିଡିଓ ବି ସୋସିଆଲ ମିଡିଆରେ ବାିରାଲ୍ ହେବାରେ ଲାଗିଛି । 




ସୂଚନା ଥାଉକି, ଅଭିନେତ୍ରୀ ପାୟଲ ମୁଖାର୍ଜୀ ଗାଡି ଚଳାଉଥିବାବେଳେ ଅଭିଯୁକ୍ତ ବାଇକ ଆରୋହୀ କାରଟିକୁ ପ୍ରଥମେ ଧକ୍କା ଦେବା ପରେ କାରକୁ ଅଟକାଇବାକୁ ଚେଷ୍ଟା କରିଥିଲେ । ଅଭିନେତ୍ରୀ ପାୟଲ ମୁଖାର୍ଜୀ ଅଟକାଇବା ପରେ ଅଟକିନଥିଲେ । ତେଣୁ ଅଭିଯୁକ୍ତମାନେ ଯୋଧପୁର ପାର୍କ ପରିସରରେ କାରକୁ ଅଟକାଇ ଥିଲେ । 

ପରେ ପାଟି କରି ସେ ବାଇକରୁ ଓହ୍ଲାଇ କାରର ଗ୍ଲାସକୁ ବାଡି ସାହାଯ୍ୟରେ ଭାଙ୍ଗି ଦେଇଥିଲେ । ଅଭିଯୁକ୍ତ ଜଣକ କୋଲକାତାର କମାଣ୍ଡ ହସ୍ପିଟାଲରେ ଜଣେ ଜୁନିଅର କମିଶନ ଅଫିସର ବୋଲି କୁହାଯାଉଛି । ତାଙ୍କ ଅଭିଯୋଗ ଆଧାରରେ ପୋଲିସ ମାମଲା ରୁଜୁ କରି  ଏଫଆଇଆର ପଞ୍ଜୀକୃତ କରିଛି । ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରାଯାଇଛି ।