ବଙ୍ଗୋପସାଗରରେ ଲଘୁଚାପ: ଓଡ଼ିଶାରେ ଅତି ପ୍ରବଳ ବର୍ଷା, ଆଜି…
ଭୁବନେଶ୍ୱର,୨୪।୫: ବଙ୍ଗୋପସାଗରରେ ଲଘୁଚାପ ହେତୁ ଓଡ଼ିଶାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଅନୁଯାୟୀ, ଆସନ୍ତା ମେ ୨୭ ତାରିଖ ସୁଦ୍ଧା ପଶ୍ଚିମ-ମଧ୍ୟ ଏବଂ ଉତ୍ତର ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ପରବର୍ତ୍ତୀ ଦୁଇ ଦିନ ମଧ୍ୟରେ ଏହା ଆହୁରି ଘନୀଭୂତ ହେବ। ଏହାର ପ୍ରଭାବରେ ମେ ୨୭ରୁ ମେ ୩୧ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ଭୁବନେଶ୍ୱରସ୍ଥିତ ଆଞ୍ଚଳିକ […] The post ବଙ୍ଗୋପସାଗରରେ ଲଘୁଚାପ: ଓଡ଼ିଶାରେ ଅତି ପ୍ରବଳ ବର୍ଷା, ଆଜି… appeared first on Dharitri Odia News.
ଭୁବନେଶ୍ୱର,୨୪।୫: ବଙ୍ଗୋପସାଗରରେ ଲଘୁଚାପ ହେତୁ ଓଡ଼ିଶାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଅନୁଯାୟୀ, ଆସନ୍ତା ମେ ୨୭ ତାରିଖ ସୁଦ୍ଧା ପଶ୍ଚିମ-ମଧ୍ୟ ଏବଂ ଉତ୍ତର ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ପରବର୍ତ୍ତୀ ଦୁଇ ଦିନ ମଧ୍ୟରେ ଏହା ଆହୁରି ଘନୀଭୂତ ହେବ। ଏହାର ପ୍ରଭାବରେ ମେ ୨୭ରୁ ମେ ୩୧ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର କେତେକ ସ୍ଥାନରେ ପ୍ରବଳ ବର୍ଷାର ପୂର୍ବାନୁମାନ କରିଛି। ତେବେ, ଓଡ଼ିଶା ପାଇଁ ଘୂର୍ଣ୍ଣିଝଡ଼ର କୌଣସି ଆଶଙ୍କା ନାହିଁ। ଆଇଏମଡି ସ୍ପଷ୍ଟ କରିଛି ଯେ, ଘୂର୍ଣ୍ଣିଝଡ଼ ସମ୍ପର୍କରେ କୌଣସି ଆକଳନ କରାଯାଇ ନାହିଁ।
ଏହାସହ, ଆଗାମୀ ସାତ ଦିନ ପାଇଁ ରାଜ୍ୟରେ କାଳବୈଶାଖୀ ପ୍ରଭାବ ଜାରି ରହିବ। ବର୍ଷା ସହିତ ଘଡ଼ଘଡ଼ି ଓ ଝଡ଼ତୋଫାନ ହେବାର ସମ୍ଭାବନା ରହିଛି। ଆଜି ପାଇଁ ୧୨ଟି ଜିଲ୍ଲା ପାଇଁ ଘଡ଼ଘଡ଼ି ଓ ଝଡ଼ତୋଫାନ ନେଇ ୟେଲୋ ଆଲର୍ଟ ଜାରି କରାଯାଇଛି।
ପାଣିପାଗ ବିଭାଗ ପକ୍ଷରୁ ଜାରି ହୋଇଥିବା ସୂଚନା ଅନୁଯାୟୀ, ଆଗାମୀ ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ ଓ ଉତ୍ତର ଓଡ଼ିଶାର କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା ହେବାର ସମ୍ଭାବନା ରହିଛି। ଏହାସହ, ବଜ୍ରପାତ, ଘଡ଼ଘଡ଼ି ଓ ୪୦-୫୦ କିଲୋମିଟର ବେଗରେ ପବନ ବୋହିବ।
The post ବଙ୍ଗୋପସାଗରରେ ଲଘୁଚାପ: ଓଡ଼ିଶାରେ ଅତି ପ୍ରବଳ ବର୍ଷା, ଆଜି… appeared first on Dharitri Odia News.