ବଜାରରୁ ୪୭ ହଜାର କାର୍ ରିକଲ୍ କଲା ସ୍କୋଡା ଅଟୋ ଭୋକ୍ସଓ୍ବାଗନ ଇଣ୍ଡିଆ, ରହିଛି ଏହି ସମସ୍ୟା
ନୂଆଦିଲ୍ଲୀ: ବଜାରରୁ ୪୭ ହଜାର କାର୍ ରିକଲ୍ କଲା ସ୍କୋଡା ଅଟୋ ଭୋକ୍ସଓ୍ବାଗନ ଇଣ୍ଡିଆ।କମ୍ପାନି କହିଛି ଏସବୁ କାର୍ର ପଛରେ ସିଟ୍ବେଲ୍ଟରେ ସମସ୍ୟା ଥିବା କାରଣରୁ ଏହି ରିକଲ୍ କରାଯାଉଛି। ରିକଲ୍ରେ ସ୍କୋଡା ଏବଂ ଭୋକ୍ସଓ୍ବାଗନର ଅନେକ ମଡେଲ ରହିଛି। ତେବେ କେବଳ ୨୦୨୪ ମେ ୨୪ରୁ ୨୦୨୫ ଏପ୍ରିଲ ୧ ମଧ୍ୟରେ ତିଆରି ହୋଇଥିବା କାର୍ରେ ହିଁ ଏହି ସମସ୍ୟା ଥିବା କୁହାଯାଇଛି।ସୋସାଇଟି ଅଫ୍ ଇଣ୍ଡିଆନ୍ ଅଟୋମୋବାଇଲ୍ ମ୍ୟାନୁଫାକଚରର୍ସ (SIAM)ର ତଥ୍ୟ ଅନୁସାରେ ସମୁଦାୟ ୪୭,୩୨୫ ୟୁନିଟ୍କୁ ରିକଲ୍ କରାଯାଇଛି। ଏଥିରୁ ୨୧, ୫୧୩ ୟୁନିଟ୍ ଭୋକ୍ସଓ୍ବାଗନ ଟାଇଗୁନ ଏବଂ ଭର୍ଚ୍ୟସ ମଡେଲ ରହିଛି। ସେହିଭଳି ବାକି ୨୫, ୭୨୨ ମଡେଲେ ହେଉଛି ସ୍କୋଡାର କୁସାକ୍, ସ୍ଲେଭିଆ ଏବଂ କାଇଲାକ୍ । ଏହି ସବୁ ମଡେଲ ଭାରତରେ ହିଁ ଆସେମ୍ବଲ କରାଯାଇଥିଲା। ସିଆମ ତଥ୍ୟରେ ଆହୁରି କୁହାଯାଇଛି, ଏସବୁ କାର୍ର ପଛ ସିଟ୍ବେଲର ଆସେମ୍ବଲିରେ କିଛି ସମସ୍ୟା ରହିଛି। ଦୁର୍ଘଟଣା ଘଟିଲେ ପଛ ସିଟ୍ ବେଲ୍ଟ ବକଲ୍ର ଲାଚ୍ ପ୍ଲେଟ୍ ଭାଙ୍ଗିଯାଇପାରେ। ଏହା ସହ ପଛ ସିଟ୍ବେଲ୍ଟର ଓ୍ବେବିଂ ଏବଂ ପଛ ସିଟ୍ ବେଲ୍ଟର ବକଲ୍ ଖରାପ ହେବାର ଆଶଙ୍କା ରହିଛି। ଏହି ତ୍ରୁଟି ଦୁର୍ଘଟଣା ସମୟରେ ପଛ ସିଟ୍ରେ ବସିଥିବା ଯାତ୍ରୀଙ୍କ ସୁରକ୍ଷାକୁ ବିପଦରେ ପକାଇପାରେ।ସେପଟେ କମ୍ପାନି ଅଥରାଇଜ୍ଡ ସର୍ଭିସ ସେଣ୍ଟରଗୁଡ଼ିକ ଗ୍ରାହକଙ୍କ ସୁବିଧାକୁ ଧ୍ୟାନରେ ରଖି କାମ କରୁଥିବା କମ
ନୂଆଦିଲ୍ଲୀ: ବଜାରରୁ ୪୭ ହଜାର କାର୍ ରିକଲ୍ କଲା ସ୍କୋଡା ଅଟୋ ଭୋକ୍ସଓ୍ବାଗନ ଇଣ୍ଡିଆ।କମ୍ପାନି କହିଛି ଏସବୁ କାର୍ର ପଛରେ ସିଟ୍ବେଲ୍ଟରେ ସମସ୍ୟା ଥିବା କାରଣରୁ ଏହି ରିକଲ୍ କରାଯାଉଛି। ରିକଲ୍ରେ ସ୍କୋଡା ଏବଂ ଭୋକ୍ସଓ୍ବାଗନର ଅନେକ ମଡେଲ ରହିଛି। ତେବେ କେବଳ ୨୦୨୪ ମେ ୨୪ରୁ ୨୦୨୫ ଏପ୍ରିଲ ୧ ମଧ୍ୟରେ ତିଆରି ହୋଇଥିବା କାର୍ରେ ହିଁ ଏହି ସମସ୍ୟା ଥିବା କୁହାଯାଇଛି।
ସୋସାଇଟି ଅଫ୍ ଇଣ୍ଡିଆନ୍ ଅଟୋମୋବାଇଲ୍ ମ୍ୟାନୁଫାକଚରର୍ସ (SIAM)ର ତଥ୍ୟ ଅନୁସାରେ ସମୁଦାୟ ୪୭,୩୨୫ ୟୁନିଟ୍କୁ ରିକଲ୍ କରାଯାଇଛି। ଏଥିରୁ ୨୧, ୫୧୩ ୟୁନିଟ୍ ଭୋକ୍ସଓ୍ବାଗନ ଟାଇଗୁନ ଏବଂ ଭର୍ଚ୍ୟସ ମଡେଲ ରହିଛି। ସେହିଭଳି ବାକି ୨୫, ୭୨୨ ମଡେଲେ ହେଉଛି ସ୍କୋଡାର କୁସାକ୍, ସ୍ଲେଭିଆ ଏବଂ କାଇଲାକ୍ । ଏହି ସବୁ ମଡେଲ ଭାରତରେ ହିଁ ଆସେମ୍ବଲ କରାଯାଇଥିଲା।
ସିଆମ ତଥ୍ୟରେ ଆହୁରି କୁହାଯାଇଛି, ଏସବୁ କାର୍ର ପଛ ସିଟ୍ବେଲର ଆସେମ୍ବଲିରେ କିଛି ସମସ୍ୟା ରହିଛି। ଦୁର୍ଘଟଣା ଘଟିଲେ ପଛ ସିଟ୍ ବେଲ୍ଟ ବକଲ୍ର ଲାଚ୍ ପ୍ଲେଟ୍ ଭାଙ୍ଗିଯାଇପାରେ। ଏହା ସହ ପଛ ସିଟ୍ବେଲ୍ଟର ଓ୍ବେବିଂ ଏବଂ ପଛ ସିଟ୍ ବେଲ୍ଟର ବକଲ୍ ଖରାପ ହେବାର ଆଶଙ୍କା ରହିଛି। ଏହି ତ୍ରୁଟି ଦୁର୍ଘଟଣା ସମୟରେ ପଛ ସିଟ୍ରେ ବସିଥିବା ଯାତ୍ରୀଙ୍କ ସୁରକ୍ଷାକୁ ବିପଦରେ ପକାଇପାରେ।
ସେପଟେ କମ୍ପାନି ଅଥରାଇଜ୍ଡ ସର୍ଭିସ ସେଣ୍ଟରଗୁଡ଼ିକ ଗ୍ରାହକଙ୍କ ସୁବିଧାକୁ ଧ୍ୟାନରେ ରଖି କାମ କରୁଥିବା କମ୍ବାନି ପକ୍ଷରୁ କୁହାଯାଇଛି। ଏହି ରିକଲ୍ ପାଇଁ ଖର୍ଚ୍ଚ କରିବାକୁ ପଡ଼ିବନି। ଏହା ସହ ଗ୍ରାହକ ଓ୍ବେବସାଇଟ୍କୁ ଯାଇ ଭେଇକିଲ ଆଇଡେଣ୍ଟିଫିକେସନ ନମ୍ବର ମାଧ୍ୟମରେ ନିଜ ଗାଡ଼ି ଏହି ରିକଲ୍ ପ୍ରକ୍ରିୟାରେ ସାମିଲ ଅଛି କି ନାହିଁ ତାହା ଜାଣିପାରିବେ ବୋଲି କମ୍ପାନି ପକ୍ଷରୁ କୁହାଯାଇଛି।