ବଜାରରେ ‘ଫାର୍ମ ବି’ ଉତ୍ପାଦ

ଭୁବନେଶ୍ୱର,୨୪।୮ (ଅଭୟ ଦାଶ): ବିଶ୍ୱେଶ୍ୱର ଫୁଡ୍ସ ପ୍ରାଇଭେଟ୍‌ ଲିମିଟେଡ୍‌ର ପ୍ରମୁଖ ବ୍ରାଣ୍ଡ୍‌ ‘ଫାର୍ମ ବି’ର ଉତ୍ପାଦଗୁଡିକୁ ଶୁକ୍ରବାର ଆନୁଷ୍ଠାନିକ ଭାବେ ପଶ୍ଚିମ ଓଡ଼ିଶା ବଜାରରେ ଶୁଭାରମ୍ଭ କରାଯାଇଛି। ଏପରିକି ବ୍ରାଣ୍ଡ୍‌ର ସମସ୍ତ ଉତ୍ପାଦକୁ ବଜାର ପ୍ରବେଶ କରାଇବା ସହିତ କଳାହାଣ୍ଡି ଜିଲାର ଭବାନୀପାଟଣାରୁ ବ୍ରାଣ୍ଡ୍‌ର ଜୟଯାତ୍ରା ଆରମ୍ଭ ହୋଇଛି ବୋଲି ଏକ ପ୍ରେସ୍‌ ବିଜ୍ଞପ୍ତି ମାଧ୍ୟମରେ ଫାର୍ମ ବି’ର ପ୍ରତିଷ୍ଠାତା ତଥା ନିର୍ଦ୍ଦେଶିକା ରଶ୍ମି ସାହୁ ବିସ୍ତୃତ ଭାବେ ମତପ୍ରକାଶ କରିଛନ୍ତି। ବ୍ରାଣ୍ଡ୍‌ ପକ୍ଷରୁ ଭବାନୀପାଟଣାର ଏକ […] The post ବଜାରରେ ‘ଫାର୍ମ ବି’ ଉତ୍ପାଦ appeared first on Dharitri Odia News.

ବଜାରରେ ‘ଫାର୍ମ ବି’ ଉତ୍ପାଦ

ଭୁବନେଶ୍ୱର,୨୪।୮ (ଅଭୟ ଦାଶ): ବିଶ୍ୱେଶ୍ୱର ଫୁଡ୍ସ ପ୍ରାଇଭେଟ୍‌ ଲିମିଟେଡ୍‌ର ପ୍ରମୁଖ ବ୍ରାଣ୍ଡ୍‌ ‘ଫାର୍ମ ବି’ର ଉତ୍ପାଦଗୁଡିକୁ ଶୁକ୍ରବାର ଆନୁଷ୍ଠାନିକ ଭାବେ ପଶ୍ଚିମ ଓଡ଼ିଶା ବଜାରରେ ଶୁଭାରମ୍ଭ କରାଯାଇଛି। ଏପରିକି ବ୍ରାଣ୍ଡ୍‌ର ସମସ୍ତ ଉତ୍ପାଦକୁ ବଜାର ପ୍ରବେଶ କରାଇବା ସହିତ କଳାହାଣ୍ଡି ଜିଲାର ଭବାନୀପାଟଣାରୁ ବ୍ରାଣ୍ଡ୍‌ର ଜୟଯାତ୍ରା ଆରମ୍ଭ ହୋଇଛି ବୋଲି ଏକ ପ୍ରେସ୍‌ ବିଜ୍ଞପ୍ତି ମାଧ୍ୟମରେ ଫାର୍ମ ବି’ର ପ୍ରତିଷ୍ଠାତା ତଥା ନିର୍ଦ୍ଦେଶିକା ରଶ୍ମି ସାହୁ ବିସ୍ତୃତ ଭାବେ ମତପ୍ରକାଶ କରିଛନ୍ତି। ବ୍ରାଣ୍ଡ୍‌ ପକ୍ଷରୁ ଭବାନୀପାଟଣାର ଏକ ଘରୋଇ ହୋଟେଲରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀ ତଥା ଫାର୍ମ ବି ଉତ୍ପାଦର ବଜାର ପ୍ରବେଶ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏହି ଅବସରରେ ଫାର୍ମ ବି’ର ପ୍ରତିଷ୍ଠାତା ରଶ୍ମି ସାହୁଙ୍କ ସମେତ ବରିଷ୍ଠ ପ୍ରବନ୍ଧକ ଶ୍ରୀକାନ୍ତ ମହାପାତ୍ର, ବରିଷ୍ଠ ସେଲ୍‌ସ ମୁଖ୍ୟ ମନୋରଞ୍ଜନ ପରିଡ଼ା ଏବଂ ଭାବନୀପାଟଣା ବିପଣନ ବିଭାଗ ମୁଖ୍ୟ ଜ୍ଞାନରଞ୍ଜନ ଜେନା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ପଶ୍ଚିମ ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ୭୦ ରୁ ଅଧିକ ଡିଷ୍ଟ୍ରିବ୍ୟୁଟର ଯୋଗଦେଇ ଫାର୍ମ ବି ଉତ୍ପାଦ ସମସ୍ତଙ୍କ ନିକଟରେ ଗ୍ରହଣୀୟ ହୋଇପାରିବ ବୋଲି ମତପ୍ରକାଶ କରିଥିଲେ।

The post ବଜାରରେ ‘ଫାର୍ମ ବି’ ଉତ୍ପାଦ appeared first on Dharitri Odia News.