ବଜାରରେ ରୟାଲ ଏନ୍‌ଫିଲ୍ଡର ଗୁଆନ କ୍ଲାସିକ ୩୫୦

ଭୁବନେଶ୍ୱର,୨୫।୧୧: ଦେଶର ପ୍ରମୁଖ ପ୍ରିମିୟମ୍‌ ବୁଲେଟ୍‌ ବ୍ରାଣ୍ଡ ତଥା ରୟାଲ ଏନ୍‌ଫିଲ୍ଡର ଅଲ ନ୍ୟୁ ଗୁଆନ କ୍ଲାସିକ ୩୫୦’ର ସର୍ବଭାରତୀୟ ଅନାବରଣ ଉତ୍ସବ ସହ ବଜାର ପ୍ରବେଶ କାର୍ଯ୍ୟକ୍ରମ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ବ୍ରାଣ୍ଡର ଓଡ଼ିଶା ୟୁନିଟ ପକ୍ଷରୁ ଏକ ସ୍ବତନ୍ତ୍ର ଅନାବରଣ ଉତ୍ସବର ଆୟୋଜନ କରାଯାଇଥିଲା ବେଳେ ଘରୋଇ ବଜାରର ଡିଲର୍ସଙ୍କ ଜରିଆରେ ଏହାର ଅନାବରଣ ସହିତ ବଜାର ପ୍ରବେଶ ମଧ୍ୟ ହୋଇଯାଇଛି। ଉଲ୍ଲେଖଯୋଗ୍ୟ, ରୟାଲ ଏନ୍‌ଫିଲ୍ଡର ଅଲ ନ୍ୟୁ ଗୁଆନ କ୍ଲାସିକ […] The post ବଜାରରେ ରୟାଲ ଏନ୍‌ଫିଲ୍ଡର ଗୁଆନ କ୍ଲାସିକ ୩୫୦ appeared first on Dharitri Odia News.

ବଜାରରେ ରୟାଲ ଏନ୍‌ଫିଲ୍ଡର ଗୁଆନ କ୍ଲାସିକ ୩୫୦

ଭୁବନେଶ୍ୱର,୨୫।୧୧: ଦେଶର ପ୍ରମୁଖ ପ୍ରିମିୟମ୍‌ ବୁଲେଟ୍‌ ବ୍ରାଣ୍ଡ ତଥା ରୟାଲ ଏନ୍‌ଫିଲ୍ଡର ଅଲ ନ୍ୟୁ ଗୁଆନ କ୍ଲାସିକ ୩୫୦’ର ସର୍ବଭାରତୀୟ ଅନାବରଣ ଉତ୍ସବ ସହ ବଜାର ପ୍ରବେଶ କାର୍ଯ୍ୟକ୍ରମ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ବ୍ରାଣ୍ଡର ଓଡ଼ିଶା ୟୁନିଟ ପକ୍ଷରୁ ଏକ ସ୍ବତନ୍ତ୍ର ଅନାବରଣ ଉତ୍ସବର ଆୟୋଜନ କରାଯାଇଥିଲା ବେଳେ ଘରୋଇ ବଜାରର ଡିଲର୍ସଙ୍କ ଜରିଆରେ ଏହାର ଅନାବରଣ ସହିତ ବଜାର ପ୍ରବେଶ ମଧ୍ୟ ହୋଇଯାଇଛି।
ଉଲ୍ଲେଖଯୋଗ୍ୟ, ରୟାଲ ଏନ୍‌ଫିଲ୍ଡର ଅଲ ନ୍ୟୁ ଗୁଆନ କ୍ଲାସିକ ୩୫୦’ରେ ସମସ୍ତ ପ୍ରକାରର ଅତ୍ୟାଧୁନିକ ବୈଶିଷ୍ଟ୍ୟ ସାଙ୍ଗକୁ ସୁରକ୍ଷା ସମ୍ପର୍କିତ ଫିଚର ଓ ୩୫୦ ସିସି ଟ୍ବିନ ସିଲିଣ୍ଡର ଇଞ୍ଜିନ ସାମିଲ ରହିଛି। ଏପରି କି ଏହାର ୨-୧ ଏକ୍‌ଜଷ୍ଟ ଇଞ୍ଜିନର ସୁବିଧା ମଡେଲର ଗୁଣାତ୍ମକତାକୁ ବଢ଼ାଉଛି। ଏଥିରେ ଦ୍ୱୈତ ଉଦ୍ଦେଶ୍ୟ ଉପଯୋଗୀ ଟାୟାର ଓ ବଦଳିପାରୁଥିବା ଏବିଏସ୍‌ ମଧ୍ୟ ସାମିଲ ରହିଛି। ସେହିପରି ଏହି ମଡେଲ ଓଡ଼ିଶା ବଜାରର ବ୍ରାଣ୍ଡ ଶୋ’ରୁମ ଗୁଡ଼ିକରେ ବିଭିନ୍ନ ଭାରିଆଣ୍ଟ ସହ କଲର ମଧ୍ୟ ଉପଲବ୍ଧ ରହିଛି।

ଭୁବନେଶ୍ୱରର ମଞ୍ଚେଶ୍ୱରସ୍ଥିତ ରୟାଲ ଗୁଗ୍‌ନାନୀ ପରିସରରେ ରୟାଲ ଏନ୍‌ଫିଲ୍ଡର ଅଲ ନ୍ୟୁ ଗୁଆନ କ୍ଲାସିକ ୩୫୦’କୁ ଆନୁଷ୍ଠାନିକ ଭାବେ ଅନାବରଣ କରାଯାଉଛି। ଏହି ଅବସରରେ ରୟାଲ ଏନ୍‌ଫିଲ୍ଡର ଜୋନାଲ ହେଡ୍‌ (ସେଲ୍‌ସ ଆଣ୍ଡ ମାର୍କେଟିଂ) ସାଜିଦ ଖାନ୍‌ଙ୍କ ସମେତ ଗୁଗ୍‌ନାନୀ ଅଟୋମୋବାଇଲ୍ସର ମ୍ୟାନେଜର (ସେଲ୍‌ସ ଆଣ୍ଡ ଆଡ୍‌ମିନ) ପ୍ରଭାତ କୁମାର ପ୍ରଧାନ ପ୍ରମୁଖ ଉପସ୍ଥିତ ଅଛନ୍ତି।

The post ବଜାରରେ ରୟାଲ ଏନ୍‌ଫିଲ୍ଡର ଗୁଆନ କ୍ଲାସିକ ୩୫୦ appeared first on Dharitri Odia News.