ବଜାରରେ ସ୍କୋଡାର ଅଲ୍ ନ୍ୟୁ ମଣ୍ଟେ କାର୍ଲୋ
ଭୁବନେଶ୍ୱର,୧୨।୯ (ଅଭୟ ଦାଶ): ସ୍କୋଡା ଇଣ୍ଡିଆର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଅଲ ନ୍ୟୁ ସ୍କୋଡା ମଣ୍ଟେ କାର୍ଲୋର ଅନାବରଣ ସର୍ବଭାରତୀୟ ସ୍ତରରେ ହୋଇଯାଇଛି। ଏପରିକି ବ୍ରାଣ୍ଡ୍ର ଏହି ମଡେଲ ନିକଟରେ ବଜାର ପ୍ରବେଶ ହୋଇଛି। ଏହି ପରିପ୍ରେକ୍ଷୀରେ କମ୍ପାନୀର ସ୍ବୀକୃତିପ୍ରାପ୍ତ ଡିଲର ଟ୍ରିନିଟି ସ୍କୋଡା ଭୁବନେଶ୍ୱର (ଟ୍ରିନିଟି ମୋଟର୍ସ) ପକ୍ଷରୁ ଏକ ଗ୍ରାହକ ଡେଲିଭରି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏହି ଅବସରରେ କଟକ ଜିଲା ନିଶ୍ଚିତକୋଇଲିର ସୁରେନ୍ଦ୍ରନାଥ ସାହୁ ସ୍କୋଡା ସାଲଭିଆ ମଣ୍ଟେ […] The post ବଜାରରେ ସ୍କୋଡାର ଅଲ୍ ନ୍ୟୁ ମଣ୍ଟେ କାର୍ଲୋ appeared first on Dharitri Odia News.
ଭୁବନେଶ୍ୱର,୧୨।୯ (ଅଭୟ ଦାଶ): ସ୍କୋଡା ଇଣ୍ଡିଆର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଅଲ ନ୍ୟୁ ସ୍କୋଡା ମଣ୍ଟେ କାର୍ଲୋର ଅନାବରଣ ସର୍ବଭାରତୀୟ ସ୍ତରରେ ହୋଇଯାଇଛି। ଏପରିକି ବ୍ରାଣ୍ଡ୍ର ଏହି ମଡେଲ ନିକଟରେ ବଜାର ପ୍ରବେଶ ହୋଇଛି। ଏହି ପରିପ୍ରେକ୍ଷୀରେ କମ୍ପାନୀର ସ୍ବୀକୃତିପ୍ରାପ୍ତ ଡିଲର ଟ୍ରିନିଟି ସ୍କୋଡା ଭୁବନେଶ୍ୱର (ଟ୍ରିନିଟି ମୋଟର୍ସ) ପକ୍ଷରୁ ଏକ ଗ୍ରାହକ ଡେଲିଭରି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏହି ଅବସରରେ କଟକ ଜିଲା ନିଶ୍ଚିତକୋଇଲିର ସୁରେନ୍ଦ୍ରନାଥ ସାହୁ ସ୍କୋଡା ସାଲଭିଆ ମଣ୍ଟେ କାର୍ଲୋର ପ୍ରଥମ ଗ୍ରାହକ ଭାବେ ଶୋ’ରୁମ୍ରୁ ଉକ୍ତ ଗାଡ଼ି ଗ୍ରହଣ କରିଥିଲେ।
ଉଲ୍ଲେଖଯୋଗ୍ୟ, ଅଲ ନ୍ୟୁ ମଣ୍ଟେ କାର୍ଲୋରେ ଅନେକ ବୈଶ୍ୟଷ୍ଟ ସାମିଲ ଥିଲାବେଳେ ସମସ୍ତ ପ୍ରକାର ଆଧୁନିକ ସୁରକ୍ଷା ବ୍ୟବସ୍ଥା ସାଙ୍ଗକୁ ଆକର୍ଷଣୀୟ ଡିଜାଇନ ଓ କଲରରେ ଏହା ଉପଲବ୍ଧ।
The post ବଜାରରେ ସ୍କୋଡାର ଅଲ୍ ନ୍ୟୁ ମଣ୍ଟେ କାର୍ଲୋ appeared first on Dharitri Odia News.