ବଜେଟ ଅଧିବେଶନ: ତ୍ରିସ୍ତରୀୟ ସୁରକ୍ଷା ବଳୟରେ ରହିବ ବିଧାନସଭା, ମୁତୟନ ହେବେ ୩୦ ପ୍ଲାଟୁନ ପୋଲିସ
ଭୁବନେଶ୍ୱର: ଆଜିଠୁ ବଜେଟ ଅଧିବେଶନ । ଏଥିପାଇଁକମିଶନରେଟ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ତ୍ରିସ୍ତରୀୟ ସୁରକ୍ଷା ବଳୟରେ ରହିବ ବିଧାନସଭା । ପୋଲିସ ଡିଜି ୱାଇ ବି ଖୁରାନିଆ ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରିଛନ୍ତି । ମୁତୟନ ହେବେ ୩୦ ପ୍ଲାଟୁନ ପୋଲିସ । ଏଥିପାଇଁ ୮ଜଣ ଆଡିସିନାଲ ଡିସିପି,୨୫ ଜଣ ଏସିପି,୨୦ଜଣ ଇନ୍ସପେକ୍ଟର,୯୦ ଜଣ ସବ୍ ଇନ୍ସପେକ୍ଟର ଓ ଆସିଷ୍ଟାଣ୍ଟ ସବ୍ ଇନ୍ସପେକ୍ଟର, ୨ପ୍ଲାଟୁନ ଆର୍ମଡ ପୋଲିସ ଫୋର୍ସ,୨ପ୍ଲାଟୁନ ମହିଳା କନଷ୍ଟେବଳ […] The post ବଜେଟ ଅଧିବେଶନ: ତ୍ରିସ୍ତରୀୟ ସୁରକ୍ଷା ବଳୟରେ ରହିବ ବିଧାନସଭା, ମୁତୟନ ହେବେ ୩୦ ପ୍ଲାଟୁନ ପୋଲିସ appeared first on KNews Odisha.

ଭୁବନେଶ୍ୱର: ଆଜିଠୁ ବଜେଟ ଅଧିବେଶନ । ଏଥିପାଇଁକମିଶନରେଟ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ତ୍ରିସ୍ତରୀୟ ସୁରକ୍ଷା ବଳୟରେ ରହିବ ବିଧାନସଭା । ପୋଲିସ ଡିଜି ୱାଇ ବି ଖୁରାନିଆ ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରିଛନ୍ତି । ମୁତୟନ ହେବେ ୩୦ ପ୍ଲାଟୁନ ପୋଲିସ । ଏଥିପାଇଁ ୮ଜଣ ଆଡିସିନାଲ ଡିସିପି,୨୫ ଜଣ ଏସିପି,୨୦ଜଣ ଇନ୍ସପେକ୍ଟର,୯୦ ଜଣ ସବ୍ ଇନ୍ସପେକ୍ଟର ଓ ଆସିଷ୍ଟାଣ୍ଟ ସବ୍ ଇନ୍ସପେକ୍ଟର, ୨ପ୍ଲାଟୁନ ଆର୍ମଡ ପୋଲିସ ଫୋର୍ସ,୨ପ୍ଲାଟୁନ ମହିଳା କନଷ୍ଟେବଳ ,୨ପ୍ଲାଟୁନ ସ୍ପେସାଲ ଟାକ୍ଟିକାଲ୍ ୟୁନିଟ ଫୋର୍ସକୁ ମୁତୟନ କରାଯାଇଛି । ତ୍ରିସ୍ତରୀୟ ସୁରକ୍ଷା ବଳୟ ଭିତରେ ରହିବ ବିଧାନସଭା । ସାତୋଟି କ୍ୱିକ୍ ରିଆକ୍ସନ୍ ଟିମ୍ ମୁତୟନ ରହିବ। ଏହା ସହିତ ବୋମା ନିଷ୍କ୍ରିୟକାରୀ ଦଳ, ଡଗ ସ୍କ୍ୱା୍ଡ ଓ ରୁଫ୍ ଟପ୍ ସିକୁରିଟି ମୁତୟନ ରହିବେ । ଲୋୟର ପିମଜି ରେ ୧୪୪ ଧାରା ଜାରି କରାଯିବ । ସିସିଟିଭି ଜରିଆରେ ନଜର ରଖାଯିବ ।
ଟ୍ରାଫିକ କଟକଣା:
ସେପଟେ ବିଧାନସଭା ଚାଲୁଥିବା ସମୟରେ ଯାନବାହାନ ଚଳାଚଳ ଓ ନିରାପତ୍ତାକୁ ଦୃଷ୍ଟିରେ ରଖି, ବିଧାନସଭା ସଲଗ୍ନ ରାସ୍ତାମାନଙ୍କରେ ଓଡ଼ିଶା ସହରାଞ୍ଚଳ ଆଇନ ୨୦୦ର ଧାରା ୨୮ ଏବଂ ପୋଲିସ କମିଶନରେଟ ଭୁବନେଶ୍ୱର କଟକ ଟ୍ରାଫିକ ଓ ପବ୍ଲିକ ଅର୍ଡର ଓ ରେଗୁଲେସନ ୨୦୦୮ ଧାରା ୩୬ ଅନୁସାରେ ବିଭିନ୍ନ କଟକଣାମାନ ଲାଗୁ କରାଯାଇଛି । ଏହାସହ 163 ବିଏନଏସଏସ (BNSS) ଅନୁଯାୟୀ ନିର୍ଦ୍ଦିଷ୍ଟ ଅଞ୍ଚଳଗୁଡିକରେ ନିଷେଧାଞ୍ଚଳ ଲାଗୁ କରାଯାଇଛି ।
1. ହାଉସିଂ ବୋର୍ଡ ଛକ ପଛପଟୁ ରବୀନ୍ଦ୍ର ମଣ୍ଡପ ଆଡକୁ ଆସୁଥିବା ସମସ୍ତ ଯାନବାହାନଗୁଡିକ କେଶରୀ ଟକିଜଠାରୁ ବାମପାର୍ଶ୍ୱ ରାସ୍ତା ଦେଇ ଯିବ ।
2. ଏଜି ଛକ ଠାରୁ ପିଏମଜି ଛକ ଆଡରୁ ଆସୁଥିବା ସମସ୍ତ ଯାନବାହାନ ଗୁଡିକ ଜୟଦେବ ଭବନ ପାଖରେ ଡାହାଣପାର୍ଶ୍ୱରେ ଥିବା ଇନ୍ଦିରା ଗାନ୍ଧୀ ପାର୍କ ରାସ୍ତା ଦେଇ ଯାଇପାରିବ ।
3. ମାଷ୍ଟର କ୍ୟାଣ୍ଟିନ ଛକ ପଟୁ ଆସୁଥିବା ସମସ୍ତ ଯାନବାହାନଗୁଡିକ ଲୋୟର ପିଏମଜି ଛକଠାରୁ ବାମ କିମ୍ବା ଡାହାଣପାର୍ଶ୍ୱ ଦେଇ ଯାଇପାରିବେ ।
4. ସେହିପରି ୧୨୦ ବାଟାଲିୟନ ଛକଠାରୁ ରବୀନ୍ଦ୍ର ମଣ୍ଡପ ଆଡକୁ ଯିବାକୁ ଚାହୁଁଥିବା ଯାନବାହାନଗୁଡିକ ପାଓ୍ବାର ହାଉସ ଛକ ଦେଇ ଯିବେ ।
5. ରାଜଭବନ ଛକ ପଟୁ MLA କଲୋନୀ ଏବଂ ରବୀନ୍ଦ୍ର ମଣ୍ଡପ ଆଡକୁ ଯିବାକୁ ଚାହୁଁଥିବା ସମସ୍ତ ଯାନବାହାନଗୁଡିକ ଶାସ୍ତ୍ରୀ ନଗର ଛକ ଆଡକୁ ଯିବେ । ତେବେ ଏହିସବୁ କଟକଣା ବିଧାନସଭା ଅଧିବେଶନ ଚାଲୁଥିବା ସମୟରେ ବଳବତ୍ତର ରହିବ ।
ଅନ୍ୟପଟେ CCTV ସର୍ଭିଲାନ୍ସ ଦ୍ବାରା ବିଧାନସଭା ଓ ତାର ଚାରିପାଖ ମନିଟରିଂ କରାଯିବ । ଆନ୍ଦୋଳନକାରୀ ବା ବିକ୍ଷୋଭକାରୀଙ୍କୁ ନିୟନ୍ତ୍ରଣ ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି । କେବଳ ଯେଉଁମାନେ ଅନୁମତି ମିଳିଥିବ ସେମାନେ ବିକ୍ଷୋଭ ପ୍ରଦର୍ଶନ କରିପାରିବେ । ଅନ୍ୟମାନଙ୍କୁ ଲୋୟର ପିଏମଜି ବାରଣ ରହିବ । ନିଷେଧାଞ୍ଚଳ ଅତିକ୍ରମ କଲେ ସେମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ।
ଆହୁରି ପଢନ୍ତୁ : ବାରବାଟୀରେ କ୍ରିକେଟ ଖେଳିବେ ନାମୀଦାମୀ ଭାରତୀୟ ଫିଲ୍ମ ଷ୍ଟାର
The post ବଜେଟ ଅଧିବେଶନ: ତ୍ରିସ୍ତରୀୟ ସୁରକ୍ଷା ବଳୟରେ ରହିବ ବିଧାନସଭା, ମୁତୟନ ହେବେ ୩୦ ପ୍ଲାଟୁନ ପୋଲିସ appeared first on KNews Odisha.