ବଜେଟ୍‌ -୨୦୨୪ ନବ ମଧ୍ୟବିତ୍ତ ଶ୍ରେଣୀ, ଗାଁ, ଗରିବ ଏବଂ କିଷାନଙ୍କୁ ସଶକ୍ତ କରିବ : ମୋଦୀ

ନୂଆଦିଲ୍ଲୀ : ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ୪୮ ଲକ୍ଷ କୋଟି ଟଙ୍କାର ବଜେଟ ଉପସ୍ଥାପନ କରିଛନ୍ତି। ନିର୍ମଳା ଆଜି ଲଗାତାର ସପ୍ତମ ଥର ପାଇଁ ବଜେଟ୍‌ ଉପସ୍ଥାପନ କରିଛନ୍ତି। ବଜେଟ ଉପସ୍ଥାପନ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଉଦବୋଧନ ଦେଇ କହିଛନ୍ତି, “ବଜେଟ ସମାଜର ସବୁ ବର୍ଗଙ୍କୁ ସଶକ୍ତ କରିବ। ଏହା ଗାଁ, ଗରିବ ଓ କୃଷକଙ୍କୁ ଫାଇଦା ଦେବ। ଏହା ଶିକ୍ଷା, କୌଶଳ ବିକାଶକୁ ଆଗକୁ ବଢ଼ାଇବ […]

ବଜେଟ୍‌ -୨୦୨୪ ନବ ମଧ୍ୟବିତ୍ତ ଶ୍ରେଣୀ, ଗାଁ, ଗରିବ ଏବଂ କିଷାନଙ୍କୁ ସଶକ୍ତ କରିବ : ମୋଦୀ

ନୂଆଦିଲ୍ଲୀ : ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ୪୮ ଲକ୍ଷ କୋଟି ଟଙ୍କାର ବଜେଟ ଉପସ୍ଥାପନ କରିଛନ୍ତି। ନିର୍ମଳା ଆଜି ଲଗାତାର ସପ୍ତମ ଥର ପାଇଁ ବଜେଟ୍‌ ଉପସ୍ଥାପନ କରିଛନ୍ତି। ବଜେଟ ଉପସ୍ଥାପନ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଉଦବୋଧନ ଦେଇ କହିଛନ୍ତି, “ବଜେଟ ସମାଜର ସବୁ ବର୍ଗଙ୍କୁ ସଶକ୍ତ କରିବ। ଏହା ଗାଁ, ଗରିବ ଓ କୃଷକଙ୍କୁ ଫାଇଦା ଦେବ। ଏହା ଶିକ୍ଷା, କୌଶଳ ବିକାଶକୁ ଆଗକୁ ବଢ଼ାଇବ ଓ ଯୁବପିଢ଼ିଙ୍କ ପାଇଁ ନୂଆ ସୁଯୋଗ ସୃଷ୍ଟି କରିବ। ଏହି ବଜେଟ ମଧ୍ୟବିତ୍ତକୁ ନୂଆ ଶକ୍ତି ଯୋଗାଇବ। ମୋଦୀ କହିଛନ୍ତି ଏହି ବଜେଟ୍‌ ଯୁବବର୍ଗଙ୍କ ପାଇଁ ଅସୀମ ସୁଯୋଗ ଆଣିଦେବ। ଗଦତ ୧୦ ବର୍ଷ ମଧ୍ୟରେ ୨୫ କୋଟି ଜନସଂଖ୍ୟା ଗରିବି ବାହାରକୁ ଆସିଛନ୍ତି। ଏହି ବଜେଟ୍‌ ନବ ମଧ୍ୟବିତ୍ତ ଶ୍ରେଶୀଙ୍କୁ ସଶକ୍ତ କରିବ ବୋଲି ମୋଦୀ କହିଛନ୍ତି।