ବଜେଟ୍ ୨୦୨୪-୨୫; ସଂସଦରେ ଅର୍ଥମନ୍ତ୍ରୀ ଖୋଲିବେ ବିକାଶର ପେଡ଼ି, ସବୁ ବର୍ଗଙ୍କୁ ସୁହାଇବା ଆଶା

ନୂଆଦିଲ୍ଲୀ: ମଙ୍ଗଳବାର ଉପସ୍ଥାପନ ହେବ କେନ୍ଦ୍ର ବଜେଟ୍ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ତୃତୀୟ ପାଳିର ଏହା ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ୍ । ଅର୍ଥମନ୍ତ୍ରୀ ନିର୍ମାଳା ସୀତାରମଣ ସପ୍ତମ ଥର ପାଇଁ ସଂସଦରେ ୨୦୨୪-୨୫ ଆର୍ଥିକ ବର୍ଷର ବ୍ୟୟ ବରାଦ ଉପସ୍ଥାପନ କରିବେ । ଏଥର ବଜେଟରେ ମଧ୍ୟବିତ୍ତିଙ୍କୁ ଆଶ୍ବସ୍ତି ମିଳିପାରେ । ତେବେ ଏହାକୁ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଯାଇଛି । ଅର୍ଥନୈତିକ ବିଶେଷଜ୍ଞମାନେ କହିଛନ୍ତି, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବିତ୍ତୀୟ ଶୃଙ୍ଖଳାକୁ ଗୁରୁତ୍ବ ଦେଇ ସବୁ ବର୍ଗକୁ ଫାଇଦା ହେଲା ଭଳି ବଜେଟ୍ ଆଗତ କରିବେ ବୋଲି ଆଶା କରାଯାଉଛି । ଆଜି ଦିନ ୧୧ଟାରୁ ସଂସଦରେ ବଜେଟ୍ ଅଭିଭାଷଣ ଆରମ୍ଭ।... ଅନ୍ୟପଟେ ଅର୍ଥଶାସ୍ତ୍ରୀ ମାନେ କହିଛନ୍ତି, ଏଥର ବଜେଟ୍ ମଧ୍ୟବିତ୍ତଙ୍କୁ ସୁହାଇଲା ଭଳି ହେବ । ମଧ୍ୟବିତ୍ତ ବର୍ଗଙ୍କୁ ଟିକସ ରିହାତି କରି ଖୁସି କରିପାରନ୍ତି ସରକାର । ନୂଆ ଟ୍ୟାକ୍ସ ବ୍ୟବସ୍ଥାରେ ଟିକସ ଛାଡ଼ ସୀମା ୩ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରହିଛି । ଏହାକୁ ଅର୍ଥମନ୍ତ୍ରୀ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବଢ଼ାଇପାରନ୍ତି ବୋଲି କୁହାଯାଉଛି । ସେହିପରି ନୂଆ ଟିକସ ଢାଞ୍ଚାରେ ୧୨ରୁ ୧୫ ଟଙ୍କା ପର୍ଯ୍ୟନ୍ତ ଆୟ କରୁଥିବା ଲୋକଙ୍କୁ ୨୦ ପ୍ରତିଶତ ଏବଂ ୧୫ ଲକ୍ଷରୁ ଅଧିକ ଆୟ କରୁଥିବା ଲୋକ ୩୦ ପ୍ରତିଶତ ହାରରେ ଆୟକର ଆଦାୟ କରାଯାଉଛି । ଏହାକୁ ବଜେଟରେ ସରକାର ହ୍ରସ କରିପାରନ୍ତି ବୋଲି କୁହାଯାଉଛି । ଏହାଛଡ଼ା ସର

ବଜେଟ୍ ୨୦୨୪-୨୫; ସଂସଦରେ ଅର୍ଥମନ୍ତ୍ରୀ ଖୋଲିବେ ବିକାଶର ପେଡ଼ି, ସବୁ ବର୍ଗଙ୍କୁ ସୁହାଇବା ଆଶା

ନୂଆଦିଲ୍ଲୀ: ମଙ୍ଗଳବାର ଉପସ୍ଥାପନ ହେବ କେନ୍ଦ୍ର ବଜେଟ୍ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ତୃତୀୟ ପାଳିର ଏହା ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ୍ । ଅର୍ଥମନ୍ତ୍ରୀ ନିର୍ମାଳା ସୀତାରମଣ ସପ୍ତମ ଥର ପାଇଁ ସଂସଦରେ ୨୦୨୪-୨୫ ଆର୍ଥିକ ବର୍ଷର ବ୍ୟୟ ବରାଦ ଉପସ୍ଥାପନ କରିବେ । ଏଥର ବଜେଟରେ ମଧ୍ୟବିତ୍ତିଙ୍କୁ ଆଶ୍ବସ୍ତି ମିଳିପାରେ । ତେବେ ଏହାକୁ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଯାଇଛି । ଅର୍ଥନୈତିକ ବିଶେଷଜ୍ଞମାନେ କହିଛନ୍ତି, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବିତ୍ତୀୟ ଶୃଙ୍ଖଳାକୁ ଗୁରୁତ୍ବ ଦେଇ ସବୁ ବର୍ଗକୁ ଫାଇଦା ହେଲା ଭଳି ବଜେଟ୍ ଆଗତ କରିବେ ବୋଲି ଆଶା କରାଯାଉଛି । ଆଜି ଦିନ ୧୧ଟାରୁ ସଂସଦରେ ବଜେଟ୍ ଅଭିଭାଷଣ ଆରମ୍ଭ।... 

ଅନ୍ୟପଟେ ଅର୍ଥଶାସ୍ତ୍ରୀ ମାନେ କହିଛନ୍ତି, ଏଥର ବଜେଟ୍ ମଧ୍ୟବିତ୍ତଙ୍କୁ ସୁହାଇଲା ଭଳି ହେବ । ମଧ୍ୟବିତ୍ତ ବର୍ଗଙ୍କୁ ଟିକସ ରିହାତି କରି ଖୁସି କରିପାରନ୍ତି ସରକାର । ନୂଆ ଟ୍ୟାକ୍ସ ବ୍ୟବସ୍ଥାରେ ଟିକସ ଛାଡ଼ ସୀମା ୩ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରହିଛି । ଏହାକୁ ଅର୍ଥମନ୍ତ୍ରୀ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବଢ଼ାଇପାରନ୍ତି ବୋଲି କୁହାଯାଉଛି । ସେହିପରି ନୂଆ ଟିକସ ଢାଞ୍ଚାରେ ୧୨ରୁ ୧୫ ଟଙ୍କା ପର୍ଯ୍ୟନ୍ତ ଆୟ କରୁଥିବା ଲୋକଙ୍କୁ ୨୦ ପ୍ରତିଶତ ଏବଂ ୧୫ ଲକ୍ଷରୁ ଅଧିକ ଆୟ କରୁଥିବା ଲୋକ ୩୦ ପ୍ରତିଶତ ହାରରେ ଆୟକର ଆଦାୟ କରାଯାଉଛି । ଏହାକୁ ବଜେଟରେ ସରକାର ହ୍ରସ କରିପାରନ୍ତି ବୋଲି କୁହାଯାଉଛି । ଏହାଛଡ଼ା ସରକାର ଷ୍ଟାଣ୍ଡାର୍ଡ ଡିଡକ୍ସନ ମାତ୍ରା ବର୍ତ୍ତମାନ ୫୦ ହଜାର ଟଙ୍କା ରହିଛି । ଏହାକୁ ୧ଲକ୍ଷ ଟଙ୍କା ବୃଦ୍ଧି  କରିବାକୁ ଦାବି ହେଉଛି । 

ଭାରତକୁ ବିଭିନ୍ନ କ୍ଷେତ୍ରରେ ଆତ୍ମନିର୍ଭର କରିବା ପାଇଁ ପିଏଲଆଇ ଯୋଜନା କାର୍ଯ୍ୟକାରୀ ହେଉଛି । ବଜେଟରେ ଏହାକୁ ବ୍ୟାପକ କରାଯିବା ନେଇ ଘୋଷଣା ହୋଇପାରେ । ଏହା ସହିତ ୟୁନିୟନ  ବଜେଟରେ କୃଷି, ଜଳସେଚନ, ସଡ଼କ ନିର୍ମାଣ, ପରିବହନ, ରେଳବାଇ, ସମେତ ଗ୍ରାମୀଣ ଅର୍ଥନୀତିର ବିକାଶ ଉପରେ ବଜେଟରେ ଧ୍ୟାନ ଦିଆଯିବ । ବଜେଟରେ  ପୁଞ୍ଜିବ୍ୟୟକୁ ବଢ଼ାଇ ୨୦୪୭ ମସିହା ସୁଦ୍ଧା ଭାରତ ଏକ ବିକଶିତ ଭାରତରେ ପରିଣତ କରିବାକୁ କେନ୍ଦ୍ର ସରକାର ଲକ୍ଷ୍ୟ ରଖିଛନ୍ତି । ବଜେଟରେ ଅର୍ଥମନ୍ତ୍ରୀ ଏହାର ରୂପରେଖ ଦେଇ ପାରନ୍ତି ।  

ଏଥର ବଜେଟର ୩ ଗ୍ରାମୀଣ ମହିଳା କୋଟି ହେବା ନେଇ ଆଶା ରକ୍ଷାଯାଇଛି । ବିମା ସୁଦ୍ଧା ମହିଳାମାନଙ୍କୁ ୧ ଲକ୍ଷରୁ  କୋଟିଏ ଟଙ୍କା ପର୍ଯ୍ୟନ୍ତ ଋଣ ପ୍ରଦାନ ବ୍ୟବସ୍ଥା କରିବ କରିପାରନ୍ତି କେନ୍ଦ୍ର ସରକାର । ଆସନ୍ତ ୫ ବର୍ଷ ପର୍ଯ୍ୟନ୍ତ ମାଗଣା ରାସନ ପାଇଁ ପ୍ରାୟ ୨.୧୩ ଲକ୍ଷ କୋଟି ଟଙ୍କା ବ୍ୟୟ ବରାଦ ହୋଇପାରେ । ପିଏମ୍ ଆବାସ ଯୋଜନା ଅନୁଦାନ ୨ଲକ୍ଷରୁ ଅଧିକ ହେବା ସମ୍ଭାବନା ରହିଛି । ଗୃହ ଋଣ ଉପରେ ୨.୬ ଲକ୍ଷ ଟଙ୍କା ସବସିଡି ମିଳିବା ନେଇ ଅନୁମାନ କରାଯାଉଛି । ମହିଳାଙ୍କ ଚିକିତ୍ସା ପାଇଁ ବୀମା ଅନୁଦାନ ୫ ଲକ୍ଷ ବଦଳରେ ୧୦ ଟଙ୍କା ବୃଦ୍ଧି କରିପାରନ୍ତି କେନ୍ଦ୍ର ସରକାର । ୭୦ ବର୍ଷ ବୟସରୁ ଅଧିକ ବର୍ଷ ମହିଳାଙ୍କୁ ମାଗଣା ଚିକିତ୍ସା ବ୍ୟବସ୍ଥା କରାଯାଇପାରେ । ଉଜ୍ଜଳା ଯୋଜନାରେ ୩ଶହ ଟଙ୍କାରେ ଗ୍ୟାସ୍ ସିଲିଣ୍ଡର ମିଳିବ ।   ସେହିପରି ସୋଲାର ପ୍ୟାନେଲ୍ ଜରିଆରେ ପ୍ରତି ଘରକୁ ୩୦୦ ୟୁନିଟ୍ ଲେଖାଏଁ ମାଗଣା ବିଜୁଳି ପ୍ରତିଶ୍ରୁତିକୁ ପୂରଣ କରିପାରନ୍ତି ସରକାର । ଉତ୍କୃଷ୍ଟ ସ୍ବାସ୍ଥ୍ୟ ସେବା ପାଇଁ ଦେଶରେ ନୂଆ ଏମ୍‌ସ ଏବଂ ମେଡିକାଲ କଲେଜ ଖୋଲିବା ଦିଗରେ କେନ୍ଦ୍ର ସରକାର କାର୍ଯ୍ୟ କରିପାରନ୍ତି । ଷ୍ଟାର୍ଟଅପକୁ ସିଡ୍  ଫଣ୍ଡ୍, କ୍ରେଡିଟ୍ ଗ୍ୟାରେଣ୍ଟି ଜରିଆରେ ଋଣ ମିଳିବ । ମୁଦ୍ର ଯୋଜନାରେ ୨୦ ଲକ୍ଷ ଟଙ୍କା ଋଣକୁ ବୃଦ୍ଧି କରାଯାଇପାରେ । ପିଏମ୍ କିଷାନରେ ଚତୁର୍ଥ କିସ୍ତି ଜାରି ହୋଇପାରେ । ଚଳିତ ବଜେଟରେ କିଛି ଫସଲର ଏମଏସପି ପଢ଼ିପାରେ ।