ବଜେଟ୍ରେ ହେବ ଏହି ୫ ବଡ଼ ଘୋଷଣା
ନୂଆଦିଲ୍ଲୀ,୨୨ା୭: ବହୁ ପ୍ରତୀକ୍ଷିତ କେନ୍ଦ୍ର ବଜେଟ୍ ୨୦୨୪-୨୫ ଉପସ୍ଥାପନ ହେବାର ଠିକ ପୂର୍ବରୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୋମବାର ଅର୍ଥର୍ନେତିକ ସର୍ଭେ ୨୦୨୩-୨୦୨୪ ଆଗତ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ତୃତୀୟ କାର୍ଯ୍ୟକାଳର ପ୍ରଥମ ବଜେଟ୍କୁ ଚିହ୍ନିତ କରି ୨୦୨୪-୨୫ଆର୍ଥିକ ବର୍ଷ ପାଇଁ କେନ୍ଦ୍ର ବଜେଟ୍ ମଙ୍ଗଳବାର ସୀତାରମଣଙ୍କ ଦ୍ୱାରା ସଂସଦରେ ଉପସ୍ଥାପିତ ହେବ। ଅର୍ଥନୈତିକ ସର୍ବେକ୍ଷଣ ତଥ୍ୟ ଉପସ୍ଥାପନ କରି ଅର୍ଥମନ୍ତ୍ରୀ କହିଛନ୍ତି, ବିଶ୍ୱର ଅର୍ଥନୈତିକ ଅନିଶ୍ଚିତତା ସତ୍ତ୍ୱେ ଘରୋଇ ଅଭିବୃଦ୍ଧି ଡ୍ରାଇଭମାନେ ୨୦୨୩-୨୪ ଆର୍ଥିକ […] The post ବଜେଟ୍ରେ ହେବ ଏହି ୫ ବଡ଼ ଘୋଷଣା appeared first on Dharitri Odia News.
ନୂଆଦିଲ୍ଲୀ,୨୨ା୭: ବହୁ ପ୍ରତୀକ୍ଷିତ କେନ୍ଦ୍ର ବଜେଟ୍ ୨୦୨୪-୨୫ ଉପସ୍ଥାପନ ହେବାର ଠିକ ପୂର୍ବରୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୋମବାର ଅର୍ଥର୍ନେତିକ ସର୍ଭେ ୨୦୨୩-୨୦୨୪ ଆଗତ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ତୃତୀୟ କାର୍ଯ୍ୟକାଳର ପ୍ରଥମ ବଜେଟ୍କୁ ଚିହ୍ନିତ କରି ୨୦୨୪-୨୫ଆର୍ଥିକ ବର୍ଷ ପାଇଁ କେନ୍ଦ୍ର ବଜେଟ୍ ମଙ୍ଗଳବାର ସୀତାରମଣଙ୍କ ଦ୍ୱାରା ସଂସଦରେ ଉପସ୍ଥାପିତ ହେବ।
ଅର୍ଥନୈତିକ ସର୍ବେକ୍ଷଣ ତଥ୍ୟ ଉପସ୍ଥାପନ କରି ଅର୍ଥମନ୍ତ୍ରୀ କହିଛନ୍ତି, ବିଶ୍ୱର ଅର୍ଥନୈତିକ ଅନିଶ୍ଚିତତା ସତ୍ତ୍ୱେ ଘରୋଇ ଅଭିବୃଦ୍ଧି ଡ୍ରାଇଭମାନେ ୨୦୨୩-୨୪ ଆର୍ଥିକ ବର୍ଷରେ ଅର୍ଥନୈତିକ ଅଭିବୃଦ୍ଧିକୁ ସମର୍ଥନ କରିଛନ୍ତି। ଭାରତର ଅର୍ଥନୀତି ଦୃଷ୍ଟିକୋଣ ଉଜ୍ଜ୍ୱଳ। ତେବେ ୨୦୨୫ରେ ଡିଜିପି ଅଭିବୃଦ୍ଧି ୬.୫%ରୁ ୭% ରହିବା ଆକଳନ କରାଯାଉଛି।
ଆସନ୍ତକାଲି ବଜେଟ୍ରେ ୫ ବଡ଼ ଘୋଷଣା ହୋଇପାରେ। ବିଶେଷକରି ସଡ଼କପଥ ଏବଂ ଭାରତୀୟ ରେଳପଥକୁ ପ୍ରାଥମିକତା ଦିଆଯିବ। ସାଧାରଣ ଲୋକ, ବେତନପ୍ରାପ୍ତ କରଦାତା ଏବଂ ମଧ୍ୟବିତ୍ତଙ୍କ ପାଇଁ ମଧ୍ୟ ଆୟକର ଛାଡ଼ ଘୋଷଣା କରାଯାଇପାରେ। ନୂତନ ଆୟକର ବ୍ୟବସ୍ଥା କରାଯିବ।
The post ବଜେଟ୍ରେ ହେବ ଏହି ୫ ବଡ଼ ଘୋଷଣା appeared first on Dharitri Odia News.