ସାମାନ୍ୟ ବର୍ଷାରେ ବିଦ୍ୟୁତ୍‌ ସେବା ବନ୍ଦ

ଭଞ୍ଜନଗର,୫।୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଅଞ୍ଚଳରେ ସୋମବାର ଅପରାହ୍ନ ୪ଟାରେ ସାମାନ୍ୟ ଝଡ ତୋଫାନ ସହ ବର୍ଷା ହୋଇଥିଲା। ଏହାର ପ୍ରଭାବରେ କଣ୍ଟେଇପଲ୍ଲୀରୁ ଭଞ୍ଜନଗର ଆସିଥିବା ୩୩ କେଭି ଲାଇନ ଉପରେ ଗଛଡାଳ ପଡ଼ି ଦୁଇଟି ସ୍ଥାନରେ ତାର ଛିଣ୍ଡିଯାଇଛି। ଦୁଇଘଣ୍ଟା ପରେ ଟାଟାପାୱାର କର୍ମଚାରୀ ତ୍ରୁଟିକୁ ଠାବ କରିବା ପରେ ବିଦୁତ୍‌ ସେବାକୁ ସ୍ବଭାବିକ କରିବା ପାଇଁ ଚେଷ୍ଟା ଚଳାଇଛନ୍ତି। ଅପରପକ୍ଷେ ରାତି ୧୦ ଟା କିମ୍ବା ତାପରେ ବିଦ୍ୟୁତ୍‌ ଆସିବା ସମ୍ଭାବନା ରହିଛି […] The post ସାମାନ୍ୟ ବର୍ଷାରେ ବିଦ୍ୟୁତ୍‌ ସେବା ବନ୍ଦ appeared first on Dharitri Odia News.

ସାମାନ୍ୟ ବର୍ଷାରେ ବିଦ୍ୟୁତ୍‌ ସେବା ବନ୍ଦ

ଭଞ୍ଜନଗର,୫।୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଅଞ୍ଚଳରେ ସୋମବାର ଅପରାହ୍ନ ୪ଟାରେ ସାମାନ୍ୟ ଝଡ ତୋଫାନ ସହ ବର୍ଷା ହୋଇଥିଲା। ଏହାର ପ୍ରଭାବରେ କଣ୍ଟେଇପଲ୍ଲୀରୁ ଭଞ୍ଜନଗର ଆସିଥିବା ୩୩ କେଭି ଲାଇନ ଉପରେ ଗଛଡାଳ ପଡ଼ି ଦୁଇଟି ସ୍ଥାନରେ ତାର ଛିଣ୍ଡିଯାଇଛି। ଦୁଇଘଣ୍ଟା ପରେ ଟାଟାପାୱାର କର୍ମଚାରୀ ତ୍ରୁଟିକୁ ଠାବ କରିବା ପରେ ବିଦୁତ୍‌ ସେବାକୁ ସ୍ବଭାବିକ କରିବା ପାଇଁ ଚେଷ୍ଟା ଚଳାଇଛନ୍ତି। ଅପରପକ୍ଷେ ରାତି ୧୦ ଟା କିମ୍ବା ତାପରେ ବିଦ୍ୟୁତ୍‌ ଆସିବା ସମ୍ଭାବନା ରହିଛି ବୋଲି ଜଣେ କର୍ମଚାରୀ ଏଠାରେ ସୂଚନା ଦେଇଛନ୍ତି। ବିଦ୍ୟୁତ୍‌ ସେବା ବ୍ୟାହତ ଯୋଗୁଁ ଗରମରେ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ଭୋଗୁଛନ୍ତି । ବିଦ୍ୟୁତ୍‌ସେବା ବ୍ୟାହତ ଯୋଗୁ ଭଞ୍ଜନଗର ସହର ସମେତ ସମ୍ପୂର୍ଣ୍ଣ ବ୍ଲକ ଅନ୍ଧାର ହୋଇଛି। ସହରରେ ପାଣି ଯୋଗାଣରେ ମଧ୍ୟ ବ୍ୟାଘାତ ଦେଖାଦେଇଛି। ଲୋକେ ଘରେ ମୋଟରରୁ ପାଣି ଉଠାଇ ପାରିନାହାନ୍ତି ।

The post ସାମାନ୍ୟ ବର୍ଷାରେ ବିଦ୍ୟୁତ୍‌ ସେବା ବନ୍ଦ appeared first on Dharitri Odia News.