ବଜ୍ରପାତରେ ଆଇସିଡ଼ିଏସ ପରିଦର୍ଶିକାଙ୍କ ଅକାଳ ମୃତ୍ୟୁ
ପାଟଣା : ପାଟଣା ବ୍ଲକ ଅନ୍ତର୍ଗତ ବାଉଁଶୁଳି ଗ୍ରାମର ବାସିନ୍ଦା ତଥା ହରିଚନ୍ଦନପୁର ବ୍ଲକ ମୁଖ୍ୟାଳୟରେ ସମନ୍ୱିତ ଶିଶୁ ବିକାଶ ବିଭାଗରେ ପରିଦର୍ଶିକା ଭାବେ କାର୍ଯ୍ୟରତ ଶୈଳେନ୍ଦ୍ରି ନାଏକ(୫୭)ଙ୍କର ଆଜି ବଜ୍ରପାତରେ ଅକାଳ ବିୟୋଗ ଘଟିଛି। ନିଜ ଗ୍ରାମରେ ଘରୋଇ କାମ କରୁଥିବା ସମୟରେ ବାଡ଼ି ପଟକୁ ଯିବା ସମୟରେ ଅପରାହ୍ନରେ ବଜ୍ରପାତ ହୋଇଥିଲା। ବଜ୍ରପାତରେ ସଙ୍କଟାପନ୍ନ ହୋଇ ପଡିଥିବା ଶୈଳେନ୍ଦ୍ରିଙ୍କୁ ଧରଣୀଧର ଭେଷଜ ବିଶ୍ଵବିଦ୍ୟାଳୟ ଚିକିତ୍ସାଳୟକୁ ନିଆଯାଇଥିବାବେଳେ ଡ଼ାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି। […]

ପାଟଣା : ପାଟଣା ବ୍ଲକ ଅନ୍ତର୍ଗତ ବାଉଁଶୁଳି ଗ୍ରାମର ବାସିନ୍ଦା ତଥା ହରିଚନ୍ଦନପୁର ବ୍ଲକ ମୁଖ୍ୟାଳୟରେ ସମନ୍ୱିତ ଶିଶୁ ବିକାଶ ବିଭାଗରେ ପରିଦର୍ଶିକା ଭାବେ କାର୍ଯ୍ୟରତ ଶୈଳେନ୍ଦ୍ରି ନାଏକ(୫୭)ଙ୍କର ଆଜି ବଜ୍ରପାତରେ ଅକାଳ ବିୟୋଗ ଘଟିଛି। ନିଜ ଗ୍ରାମରେ ଘରୋଇ କାମ କରୁଥିବା ସମୟରେ ବାଡ଼ି ପଟକୁ ଯିବା ସମୟରେ ଅପରାହ୍ନରେ ବଜ୍ରପାତ ହୋଇଥିଲା। ବଜ୍ରପାତରେ ସଙ୍କଟାପନ୍ନ ହୋଇ ପଡିଥିବା ଶୈଳେନ୍ଦ୍ରିଙ୍କୁ ଧରଣୀଧର ଭେଷଜ ବିଶ୍ଵବିଦ୍ୟାଳୟ ଚିକିତ୍ସାଳୟକୁ ନିଆଯାଇଥିବାବେଳେ ଡ଼ାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି। ଏନେଇ ତୁରୁମୁଙ୍ଗା ପୁଲିସକୁ ସୂଚନା ଦିଆଯାଇଛି।