ଶନିବାର ଠାରୁ ଉପରମୁହାଁ ହେବ ପାରଦ ; ୩ରୁ ୪ ଡିଗ୍ରୀ ତାପମାତ୍ରା ବୃଦ୍ଧି ପାଇବ
ଭୁବନେଶ୍ୱର : ଶନିବାର ଠାରୁ ଉପରମୁହାଁ ହେବ ପାରଦ। ଉପାନ୍ତରୁ ଉପକୂଳ ଯାଏଁ ବଢିବ ତାତି। ଏହାସହ ସ୍ୱଭାବିକ ଠାରୁ ୩ରୁ ୪ ଡିଗ୍ରୀ ତାପମାତ୍ରା ବୃଦ୍ଧି ପାଇବ। ବାୟୁମଣ୍ଡଳରୁ ଜଳୀୟବାଷ୍ପର ପରିମାଣ କମୁଛି। ମେଘମୁକ୍ତ ଆକାଶ ସାଙ୍ଗକୁ ସୂର୍ଯ୍ୟଙ୍କ ତେଜ କିରଣ ତାତି ବଢାଇବ। ଅଧିକାଂଶ ସହରର ତାପମାତ୍ରା ୩୫ ଡିଗ୍ରୀ କିମ୍ବା ତା’ଠାରୁ ଅଧିକ ରହିବ। ବର୍ତମାନ ରାଜ୍ୟ ଉପରେ କୌଣସି ନିର୍ଦିଷ୍ଟ ପାଣିପାଗ ପ୍ରକ୍ରିୟାର ପ୍ରଭାବ ନାହିଁ, ଆଗାମୀ ୬ ରୁ ୭ […]

ଭୁବନେଶ୍ୱର : ଶନିବାର ଠାରୁ ଉପରମୁହାଁ ହେବ ପାରଦ। ଉପାନ୍ତରୁ ଉପକୂଳ ଯାଏଁ ବଢିବ ତାତି। ଏହାସହ ସ୍ୱଭାବିକ ଠାରୁ ୩ରୁ ୪ ଡିଗ୍ରୀ ତାପମାତ୍ରା ବୃଦ୍ଧି ପାଇବ। ବାୟୁମଣ୍ଡଳରୁ ଜଳୀୟବାଷ୍ପର ପରିମାଣ କମୁଛି। ମେଘମୁକ୍ତ ଆକାଶ ସାଙ୍ଗକୁ ସୂର୍ଯ୍ୟଙ୍କ ତେଜ କିରଣ ତାତି ବଢାଇବ। ଅଧିକାଂଶ ସହରର ତାପମାତ୍ରା ୩୫ ଡିଗ୍ରୀ କିମ୍ବା ତା’ଠାରୁ ଅଧିକ ରହିବ।
ବର୍ତମାନ ରାଜ୍ୟ ଉପରେ କୌଣସି ନିର୍ଦିଷ୍ଟ ପାଣିପାଗ ପ୍ରକ୍ରିୟାର ପ୍ରଭାବ ନାହିଁ, ଆଗାମୀ ୬ ରୁ ୭ ଦିନ ଯାଏଁ ପାଗ
ମୁଖ୍ୟତଃଶୁଖିଲା ରହିବା ସହ ରାଜ୍ୟର ବିଭିନ୍ନ ସ୍ଥାନରେ ଉଭୟ ଦିନ ଏବଂ ରାତ୍ରି ତାପମାତ୍ରା ରେ ବୃଦ୍ଧି ସମ୍ଭାବନା ରହିଛି ||
— Meteorological Centre, Bhubaneswar (@mcbbsr) February 16, 2024
ତାତି ବୃଦ୍ଧି ନେଇ ବିଭିନ୍ନ ମଡେଲ ଆକଳନ କରିଛି। ଏନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି।