ବର୍ଷକର FDରେ ବମ୍ପର ରିଟର୍ନ ଦେଉଛି HDFC ବ୍ୟାଙ୍କ, ସୁଧହାର ବଢ଼ିଲା…
ନୂଆଦିଲ୍ଲୀ,୭।୨: ଦେଶର ସର୍ବବୃହତ ବେସରକାରୀ ବ୍ୟାଙ୍କ ଏଚ୍ଡିଏଫ୍ସି ବଲ୍କ ଫିକ୍ସ ଡିପୋଜିଟ୍(ଏଫ୍ଡି) ଉପରେ ସୁଧହାର ବଢ଼ାଇଛି। ୨ କୋଟି ଟଙ୍କାରୁ ୫ କୋଟି ଟଙ୍କାର ଏଫ୍ଡିକୁ ବଲ୍କ ଏଫ୍ଡି କୁହାଯାଇଥାଏ। ଏବେ ବ୍ୟାଙ୍କ ୭ ଦିନରୁ ନେଇ ୧୦ ବର୍ଷ ଯାଏର ଡିପୋଜିଟ୍ରେ ସାଧାରଣ ନାଗରିକଙ୍କୁ ୪.୭୫%ରୁ ୭.୪୦% ଏବଂ ବରିଷ୍ଠ ନାଗରିକଙ୍କୁ ୫.୨୫%ରୁ ୭.୯୦% ଯାଏ ସୁଧ ଦେଉଛି। ଏହାର ଆଧିକାରୀକ ଓ୍ବେବ୍ସାଇଟ୍ ଅନୁଯାୟୀ ନୂତନ ସୁଧ ଦର ଫେବୃଆରୀ ୩, ୨୦୨୪ରୁ ଲାଗୁ ହେବ। […] The post ବର୍ଷକର FDରେ ବମ୍ପର ରିଟର୍ନ ଦେଉଛି HDFC ବ୍ୟାଙ୍କ, ସୁଧହାର ବଢ଼ିଲା… appeared first on Dharitri Odia News.
ନୂଆଦିଲ୍ଲୀ,୭।୨: ଦେଶର ସର୍ବବୃହତ ବେସରକାରୀ ବ୍ୟାଙ୍କ ଏଚ୍ଡିଏଫ୍ସି ବଲ୍କ ଫିକ୍ସ ଡିପୋଜିଟ୍(ଏଫ୍ଡି) ଉପରେ ସୁଧହାର ବଢ଼ାଇଛି। ୨ କୋଟି ଟଙ୍କାରୁ ୫ କୋଟି ଟଙ୍କାର ଏଫ୍ଡିକୁ ବଲ୍କ ଏଫ୍ଡି କୁହାଯାଇଥାଏ। ଏବେ ବ୍ୟାଙ୍କ ୭ ଦିନରୁ ନେଇ ୧୦ ବର୍ଷ ଯାଏର ଡିପୋଜିଟ୍ରେ ସାଧାରଣ ନାଗରିକଙ୍କୁ ୪.୭୫%ରୁ ୭.୪୦% ଏବଂ ବରିଷ୍ଠ ନାଗରିକଙ୍କୁ ୫.୨୫%ରୁ ୭.୯୦% ଯାଏ ସୁଧ ଦେଉଛି। ଏହାର ଆଧିକାରୀକ ଓ୍ବେବ୍ସାଇଟ୍ ଅନୁଯାୟୀ ନୂତନ ସୁଧ ଦର ଫେବୃଆରୀ ୩, ୨୦୨୪ରୁ ଲାଗୁ ହେବ।
ବ୍ୟାଙ୍କ ବର୍ଷେରୁ ନେଇ ୧୫ ମାସରୁ କମ୍ ସମୟରେ ପୂର୍ଣ୍ଣ ହେବାକୁ ଥିବା ଏଫ୍ଡିରେ ସବୁଠାରୁ ଅଧିକ ସୁଧ ଦେଉଛି। ଏହି ଅବଧି ଲାଗି ବ୍ୟାଙ୍କ ବରିଷ୍ଠ ନାଗରିକଙ୍କୁ ୭.୯୦% ଏବଂ ସାଧାରଣ ନାଗରିକଙ୍କୁ ୭.୪୦% ହାରରେ ସୁଧ ଦେଉଛି।
୭ରୁ ୨୯ ଦିନରେ ପୂର୍ଣ୍ଣ ହେବାକୁ ଥିବା ବଲ୍କ ଡିପୋଜିଟ୍ରେ ବ୍ୟାଙ୍କ ଏବେ ୪.୭୫% ହାରରେ ସୁଧ ଦେଉଛି। ୩୦-୪୫ ଦିନରେ ପୂର୍ଣ୍ଣ ହେବାକୁ ଥିବା ଏଫ୍ଡିରେ ବ୍ୟାଙ୍କ ଏବେ ୫.୫୦% ହାରରେ ସୁଧ ଦେବାକୁ ପ୍ରତିଶ୍ରୁତି ଦେଇଛି। ୪୬-୬୦ ଦିନ ଅବଧିର ଏଫ୍ଡି ଲାଗି ବ୍ୟାଙ୍କ ୫.୭୫% ହାରରେ ସୁଧ ଦେଉଛି।
The post ବର୍ଷକର FDରେ ବମ୍ପର ରିଟର୍ନ ଦେଉଛି HDFC ବ୍ୟାଙ୍କ, ସୁଧହାର ବଢ଼ିଲା… appeared first on Dharitri Odia News.