୧୭ ହଜାର କ୍ରେଡିଟ୍ କାର୍ଡକୁ ବ୍ଲକ କଲା ICICI, ପ୍ରଭାବିତ ହୋଇଥିଲେ ଜାଣନ୍ତୁ କାରଣ…
ନୂଆଦିଲ୍ଲୀ,୨୬।୪: ବେସରକାରୀ ବ୍ୟାଙ୍କ ଆଇସିଆଇସିଆଇ ୧୭ ହଜାର କ୍ରେଡିଟ୍ କାର୍ଡକୁ ବ୍ଲକ୍ କରିଦେଇଛି। ନିକଟରେ କାର୍ଡଗୁଡ଼ିକ ଜାରି କରାଯାଇଥିବା ବେଳେ ଭୁଲ ୟୁଜର୍ସ ଥିବା ମାମଲା ସାମ୍ନାକୁ ଆସିବା ପରେ କାର୍ଡଗୁଡ଼ିକୁ ବ୍ଲକ କରାଯାଇଛି। ତେବେ ଏଯାବତ କାର୍ଡଗୁଡ଼ିକର ଦୂରୁପଯୋଗ ହୋଇ ନ ଥିବା ବ୍ୟାଙ୍କ କହିଛି। ତଥାପି କୌଣସି ଗ୍ରାହକ ଟଙ୍କା ନେଣଦେଣ ସମୟରେ ଆର୍ଥିକ କ୍ଷତିର ସମ୍ମୁଖୀନ ହେଲେ ତାର କ୍ଷତିପୂରଣ ବ୍ୟାଙ୍କ ଦେବ ବୋଲି କହିଛି। ରିପୋର୍ଟ ମୁତାବକ, ବ୍ୟାଙ୍କର ନୂଆ ଗ୍ରାହକଙ୍କ […] The post ୧୭ ହଜାର କ୍ରେଡିଟ୍ କାର୍ଡକୁ ବ୍ଲକ କଲା ICICI, ପ୍ରଭାବିତ ହୋଇଥିଲେ ଜାଣନ୍ତୁ କାରଣ… appeared first on Dharitri Odia News.
ନୂଆଦିଲ୍ଲୀ,୨୬।୪: ବେସରକାରୀ ବ୍ୟାଙ୍କ ଆଇସିଆଇସିଆଇ ୧୭ ହଜାର କ୍ରେଡିଟ୍ କାର୍ଡକୁ ବ୍ଲକ୍ କରିଦେଇଛି। ନିକଟରେ କାର୍ଡଗୁଡ଼ିକ ଜାରି କରାଯାଇଥିବା ବେଳେ ଭୁଲ ୟୁଜର୍ସ ଥିବା ମାମଲା ସାମ୍ନାକୁ ଆସିବା ପରେ କାର୍ଡଗୁଡ଼ିକୁ ବ୍ଲକ କରାଯାଇଛି। ତେବେ ଏଯାବତ କାର୍ଡଗୁଡ଼ିକର ଦୂରୁପଯୋଗ ହୋଇ ନ ଥିବା ବ୍ୟାଙ୍କ କହିଛି। ତଥାପି କୌଣସି ଗ୍ରାହକ ଟଙ୍କା ନେଣଦେଣ ସମୟରେ ଆର୍ଥିକ କ୍ଷତିର ସମ୍ମୁଖୀନ ହେଲେ ତାର କ୍ଷତିପୂରଣ ବ୍ୟାଙ୍କ ଦେବ ବୋଲି କହିଛି।
ରିପୋର୍ଟ ମୁତାବକ, ବ୍ୟାଙ୍କର ନୂଆ ଗ୍ରାହକଙ୍କ କ୍ରେଡିଟ୍ କାର୍ଡ ନମ୍ବର କିଛି ପୁରୁଣା ଗ୍ରାହକଙ୍କ କାର୍ଡ ସହ ଭୁଲରେ ଯୋଡ଼ି ହୋଇଯାଇଥିଲା। ଏହି ଭୁଲ ଯୋଗୁ ବ୍ୟାଙ୍କର ମୋବାଇଲ୍ ଆପ୍ରେ କିଛି ପୁରୁଣା ଗ୍ରାହକଙ୍କୁ ନୂଆ କାର୍ଡଧାରୀଙ୍କ ବିଷୟରେ ସୂଚନା ଦୃଶ୍ୟମାନ ହୋଇଥିଲା। ବୁଧବାର ଅପରାହ୍ନରେ ସୋସିଆଲ ମିଡିଆରେ ଏହି ଭୁଲ୍କୁ ନେଇ ଚର୍ଚ୍ଚା ହୋଇଥିଲା। ଏବେ ଏହାକୁ ଠିକ୍ କରାଯାଇଛି। ଭୁଲ୍ ମ୍ୟାପିଂ କାରଣରୁ ଏହା ହୋଇଥିବା କୁହାଯାଇଥିଲା।
ତେବେ ବ୍ୟାଙ୍କ ପକ୍ଷରୁ କୁହାଯାଇଛି ଯେ, ଏହି ସମସ୍ୟାର ସମ୍ମୁଖୀନ ହୋଇଥିବା କ୍ରେଡିଟ୍କାର୍ଡଧାରୀ ମୋଟ୍ କାର୍ଡଧାରୀଙ୍କ ମାତ୍ର ୦.୧%। ସମସ୍ତଙ୍କ କାର୍ଡକୁ ବ୍ଲକ୍ କରିଦିଆଯାଇଛି। ଗ୍ରାହକଙ୍କୁ ନୂଆ କାର୍ଡ ଜାରି କରାଯିବ।
The post ୧୭ ହଜାର କ୍ରେଡିଟ୍ କାର୍ଡକୁ ବ୍ଲକ କଲା ICICI, ପ୍ରଭାବିତ ହୋଇଥିଲେ ଜାଣନ୍ତୁ କାରଣ… appeared first on Dharitri Odia News.