ବଜ୍ରପାତରେ ଜଣଙ୍କର ମୃତ୍ୟୁ

କାମାକ୍ଷାନଗର: କାମାକ୍ଷାନଗର ଦେଇ ଯାଇଥିବା ରେଙ୍ଗାଲି ମୁଖ୍ୟ ବାମକେନାଲର ବାଘୁଆ ଠାରେ ବଜ୍ରପାତରେ ଜଣଙ୍କର ଶୋଚନୀୟ ମୃତ୍ୟୁ ହୋଇଛି। ମୃତକ ଜଣକ ହେଲେକଟକ ଜିଲା ବଡମ୍ବା ଅଞ୍ଚଳର ସନ୍ତୋଷ କୁମାର ବେହେରା (୨୫)। ସନ୍ତୋଷ କୁମାର ବେହେରା ଓ ସନ୍ଧ୍ୟାରାଣୀ ଜେନା ଏକ ଫାଇନାନ୍ସ କମ୍ପାନୀରେ କାର୍ୟ୍ୟ କରୁଥିବା ବେଳେ ଆଜି ମାକୁଆକାଟେଣୀ, ବିରାଶାଳ ଆଦି ଗ୍ରାମକୁ କମ୍ପାନୀର କିସ୍ତି ଅର୍ଥ ସଂଗ୍ରହ କରିବାକୁ ଯାଇଥିଲେ। ଅପରାହ୍ନରେ ଉଭୟ ଏକ ବାଇକରେ କେନାଲ ରାସ୍ତାରେ କାମାକ୍ଷାନଗର ଫେରୁଥିବା […]

ବଜ୍ରପାତରେ ଜଣଙ୍କର ମୃତ୍ୟୁ

କାମାକ୍ଷାନଗର: କାମାକ୍ଷାନଗର ଦେଇ ଯାଇଥିବା ରେଙ୍ଗାଲି ମୁଖ୍ୟ ବାମକେନାଲର ବାଘୁଆ ଠାରେ ବଜ୍ରପାତରେ ଜଣଙ୍କର ଶୋଚନୀୟ ମୃତ୍ୟୁ ହୋଇଛି। ମୃତକ ଜଣକ ହେଲେକଟକ ଜିଲା ବଡମ୍ବା ଅଞ୍ଚଳର ସନ୍ତୋଷ କୁମାର ବେହେରା (୨୫)। ସନ୍ତୋଷ କୁମାର ବେହେରା ଓ ସନ୍ଧ୍ୟାରାଣୀ ଜେନା ଏକ ଫାଇନାନ୍ସ କମ୍ପାନୀରେ କାର୍ୟ୍ୟ କରୁଥିବା ବେଳେ ଆଜି ମାକୁଆକାଟେଣୀ, ବିରାଶାଳ ଆଦି ଗ୍ରାମକୁ କମ୍ପାନୀର କିସ୍ତି ଅର୍ଥ ସଂଗ୍ରହ କରିବାକୁ ଯାଇଥିଲେ।

ଅପରାହ୍ନରେ ଉଭୟ ଏକ ବାଇକରେ କେନାଲ ରାସ୍ତାରେ କାମାକ୍ଷାନଗର ଫେରୁଥିବା ବେଳେ ବାଘୁଆ ଗ୍ରାମ ନିକଟରେ ବଜ୍ରପାତର ଶିକାର ହୋଇଥିଲେ। ଉଭୟଙ୍କୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ସନ୍ତୋଷଙ୍କୁ ମୃତ ଘୋଷଣା କରିଥିବା ବେଳେ ଗୁରୁତର ସନ୍ଧ୍ୟାରାଣୀଙ୍କୁ ଢେଙ୍କାନାଳ ସ୍ଥାନାନ୍ତର କରିଛନ୍ତି।