ବଜ୍ରପାତରେ ଜଳିଗଲା ଦୁଇ ବଖରା, ୪ ଗାଈ ଜୀବନ୍ତ ଦଗ୍ଧ
ବାସୁଦେବପୁର: ବାସୁଦେବପୁର ବ୍ଲକ ଲୁଙ୍ଗା ସ୍ଥିତ ବଡ଼କିଆରୀ ଗାଁରେ ଅଘଟଣ। ଶନିବାର ସନ୍ଧ୍ୟାରେ ବଜ୍ରପାତରେ ଦୁଇ ପରିବାରର ଦୁଇ ବଖରା ଚାଳ ଛପର ଗୁହାଳ ଘର ଜଳିପୋଡି ପାଉଶ ହୋଇଯାଇଛି। ଆଉ ଏହି ନିଆଁରେ ୪ ଟି ଗାଈ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ବିପନ୍ନଙ୍କ ନାଁ ଝୁନୁ ମିଳିକ, କାମିନୀ ମିଳିକ ବୋଲି ଜଣାପଡିଛି। ସନ୍ଧ୍ୟାରେ ଖୁବ ଜୋରରେ ବର୍ଷା ସାଙ୍ଗକୁ ପବନ ଓ ବଜ୍ରପାତ ହୋଇଥିଲା। ବିଜୁଳି ନିଆଁରେ ଦୁଇ ପରିବାରର ଚାଳ ଛପର ଘର […]

ବାସୁଦେବପୁର: ବାସୁଦେବପୁର ବ୍ଲକ ଲୁଙ୍ଗା ସ୍ଥିତ ବଡ଼କିଆରୀ ଗାଁରେ ଅଘଟଣ। ଶନିବାର ସନ୍ଧ୍ୟାରେ ବଜ୍ରପାତରେ ଦୁଇ ପରିବାରର ଦୁଇ ବଖରା ଚାଳ ଛପର ଗୁହାଳ ଘର ଜଳିପୋଡି ପାଉଶ ହୋଇଯାଇଛି। ଆଉ ଏହି ନିଆଁରେ ୪ ଟି ଗାଈ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ବିପନ୍ନଙ୍କ ନାଁ ଝୁନୁ ମିଳିକ, କାମିନୀ ମିଳିକ ବୋଲି ଜଣାପଡିଛି। ସନ୍ଧ୍ୟାରେ ଖୁବ ଜୋରରେ ବର୍ଷା ସାଙ୍ଗକୁ ପବନ ଓ ବଜ୍ରପାତ ହୋଇଥିଲା। ବିଜୁଳି ନିଆଁରେ ଦୁଇ ପରିବାରର ଚାଳ ଛପର ଘର ଜଳି ଯାଇଥିଲା। ଖୁବ କମ ସମୟ ମଧ୍ୟରେ ସମଗ୍ର ଅଞ୍ଚଳକୁ ବ୍ୟାପି ଯାଇଥିଲା। ଫଳରେ ସ୍ଥାନୀୟ ଲୋକେ ଗାଈ ଗୁଡିକୁ ବାହାର କରିବାକୁ ସାହସ କରିପାରିନଥିଲେ। ସବୁକିଛି ଜଳି ପୋଡି ଶେଷ ହୋଇଯାଇଥିଲା। ଖବର ପାଇ ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁ କୁ ଆୟତ୍ତ କରିଥିଲା।