ବଜ୍ରପାତରେ ପୋଡ଼ିଗଲା ଟ୍ରାନ୍ସଫର୍ମର: ଗରମ ଗୁଳଗୁଳିରେ ୧୦ ଦିନ ହେଲା ଅନ୍ଧାରରେ ଗାଁ

କୋକସରା,୮ା୬(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କିଛିଦିନ ତଳେ କାଳବୈଶାଖୀ ପ୍ରଭାବରେ ବିଜୁଳି ଘଡଘଡି ମାରିବାରୁ କଳାହାଣ୍ଡି ଜିଲା କୋକସରା ବ୍ଲକ ପୋଡ଼ାଗୁଡା ଗ୍ରାମର ମେହେରପଡ଼ା ଓ ଧରୁଆପଡ଼ା ପାଇଁ ରହିଥିବା ବିଦ୍ୟୁତ୍‌ ଟ୍ରାନ୍ସଫର୍ମର ପୋଡି ଅଚଳ ହୋଇଯାଇଛି। ଫଳରେ ଉକ୍ତ ପଡାବାସୀ ଆଜିକୁ ୧୦ଦିନ ଧରି ଅନ୍ଧାରରେ ରହିଛନ୍ତି। ଫ୍ୟାନ, କୁଲର ଆଦି ଚାଲୁ ନ ଥିବାରୁ ପ୍ରବଳ ଗରମ, ଗୁଳୁଗୁଳିରେ ଲୋକେ ସନ୍ତୁଳି ହେଉଛନ୍ତି। ସୂଚନା ଅନୁସାରେ ଦୁଇ ପଡାର ପାଖାପାଖି ୭୦ଜଣ ଉପଭୋକ୍ତାଙ୍କ ପାଇଁ ସୌଭାଗ୍ୟ […] The post ବଜ୍ରପାତରେ ପୋଡ଼ିଗଲା ଟ୍ରାନ୍ସଫର୍ମର: ଗରମ ଗୁଳଗୁଳିରେ ୧୦ ଦିନ ହେଲା ଅନ୍ଧାରରେ ଗାଁ appeared first on Dharitri Odia News.

ବଜ୍ରପାତରେ ପୋଡ଼ିଗଲା ଟ୍ରାନ୍ସଫର୍ମର: ଗରମ ଗୁଳଗୁଳିରେ ୧୦ ଦିନ ହେଲା ଅନ୍ଧାରରେ ଗାଁ

କୋକସରା,୮ା୬(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କିଛିଦିନ ତଳେ କାଳବୈଶାଖୀ ପ୍ରଭାବରେ ବିଜୁଳି ଘଡଘଡି ମାରିବାରୁ କଳାହାଣ୍ଡି ଜିଲା କୋକସରା ବ୍ଲକ ପୋଡ଼ାଗୁଡା ଗ୍ରାମର ମେହେରପଡ଼ା ଓ ଧରୁଆପଡ଼ା ପାଇଁ ରହିଥିବା ବିଦ୍ୟୁତ୍‌ ଟ୍ରାନ୍ସଫର୍ମର ପୋଡି ଅଚଳ ହୋଇଯାଇଛି। ଫଳରେ ଉକ୍ତ ପଡାବାସୀ ଆଜିକୁ ୧୦ଦିନ ଧରି ଅନ୍ଧାରରେ ରହିଛନ୍ତି। ଫ୍ୟାନ, କୁଲର ଆଦି ଚାଲୁ ନ ଥିବାରୁ ପ୍ରବଳ ଗରମ, ଗୁଳୁଗୁଳିରେ ଲୋକେ ସନ୍ତୁଳି ହେଉଛନ୍ତି।

ସୂଚନା ଅନୁସାରେ ଦୁଇ ପଡାର ପାଖାପାଖି ୭୦ଜଣ ଉପଭୋକ୍ତାଙ୍କ ପାଇଁ ସୌଭାଗ୍ୟ ଯୋଜନାରେ ଲାଗିଥିବା ଟ୍ରାନ୍ସଫର୍ମର ପୋଡ଼ି ଅଚଳ ହୋଇଯାଇଛି। ଉପଭୋକ୍ତାମାନେ ନୂତନ ଟ୍ରାନ୍ସଫର୍ମର ବସାଇବା ପାଇଁ ଜଣାଇବା ପରେ ବିଭାଗ ପକ୍ଷରୁ ବକେୟା ବିଲ ପୈଠ କରିବା ପାଇଁ କୁହାଯାଇଥିଲା। ତେବେ ଉପଭୋକ୍ତାମାନେ ୪୦ ହଜାର ଟଙ୍କା ଦେବାକୁ ରାଜି ହୋଇଥିଲେ ମଧ୍ୟ ବିଭାଗୀୟ ଅଧିକାରୀ ଅଧିକ ଟଙ୍କା ଦାବି କରୁଛନ୍ତି।

ବିଦ୍ୟୁତ୍‌ ନ ଥିବାରୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଥିବା ଗ୍ରାମର ପଙ୍କଜ ଧରୁଆ, ପ୍ରେମଲାଲ ମେହେର, ମଳୟ ମେହେର, ମୋହନ ମେହେର, ଗଜାନନ ବଣିଆ, ସୁଲୋଚନା ନାଏକ, ରତନ ବାଗ, ଅମର ସୋରୀ, ହସ୍ତ ଧରୁଆ, ରାମ ସିଂ ଧରୁଆ ପ୍ରମୁଖ ଉପଭୋକ୍ତା ପ୍ରକାଶ କରିଛନ୍ତି। ଏ ନେଇ ଟାଟା ପାୱାରର କନିଷ୍ଠ ଯନ୍ତ୍ରୀ ବ୍ରଜ ମୋହନ ଦଲେଇଙ୍କୁ ପଚାରିବାରୁ ୨ ଲକ୍ଷ ପାଖାପାଖି ବକେୟା ବିଲ ରହିଛି। ୬୦ ହଜାର ଟଙ୍କା ବିଲ ପୈଠ କଲେ ନୂତନ ଟ୍ରାନ୍ସଫର୍ମର ସଂଯୋଗ କରାଯିବ ବୋଲି କହିଛନ୍ତି।

The post ବଜ୍ରପାତରେ ପୋଡ଼ିଗଲା ଟ୍ରାନ୍ସଫର୍ମର: ଗରମ ଗୁଳଗୁଳିରେ ୧୦ ଦିନ ହେଲା ଅନ୍ଧାରରେ ଗାଁ appeared first on Dharitri Odia News.