ବଜ୍ରପାତରେ ଯୁବକ ମୃତ
ବାସୁଦେବପୁର: ଧାମରା କରଞ୍ଜମାଳ ପଞ୍ଚାୟତ ଶଶିକାଦେଇପୁର ଗାଁରେ ଅଘଟଣ। ବିଲରେ କାମ କରୁଥିବା ବେଳେ ବଜ୍ରପାତରେ ଯୁବକର ଜୀବନ ଯାଇଛି। ମୃତ ଯୁବକ ଜଣକ ଶଶିକାଦେଇପୁର ଗାଁର ଦୀପକ ବାରିକଙ୍କ ପୁଅ ସୌମ୍ୟରଂଜନ (୨୨) ବୋଲି ସୂଚନା ମିଳିଛି। ସଜ୍ଞାହୀନ ଅବସ୍ଥାରେ ପରିବାର ପକ୍ଷରୁ ତାଙ୍କୁ ବାସୁଦେବପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।