ବଡ କମ୍ପାନୀର CEO, ଅଫିସ ଯିବାକୁ କରିବେ ଦୈନିକ ୧୬୦୦ କିମି ଯାତ୍ରା
ନୂଆଦିଲ୍ଲୀ ୨୩।୦୮: ବର୍ତ୍ତମାନ ବ୍ୟସ୍ତ ବହୁଳ ଜୀବନଶୈଳୀ । ପ୍ରତିଦିନ ଅଫିସ୍ ଯିବା ପାଇଁ ସମସ୍ତେ ଖୋଜିଥାନ୍ତି ସୁବିଧା ଉପାୟ । କିପରି ଶୀଘ୍ର ଯାଇ ଅଫିସ୍ରେ ପହଞ୍ଚିବେ । ଏଥିପାଇଁ ଅନେକ ମଧ୍ୟ ଅଫିସ୍ ନିକଟରେ ଘର ନେଇ ରହିଥାନ୍ତି । କିନ୍ତୁ ଥରେ ଚିନ୍ତା କରନ୍ତୁ ତ, ଆପଣଙ୍କୁ ଅଫିସ ଯିବା ପାଇଁ ପ୍ରତିଦିନ ହଜାର ହଜାର କିଲୋମିଟର ଯିବାକୁ ପଡେ, ତେବେ ଆପଣଙ୍କୁ କେମିତି ଲାଗିବ ? ଆମ କଥା ଶୁଣିଲେ ନିଶ୍ଚୟ ଅଜବ ଲାଗୁଥିବ ନା ।କିନ୍ତୁ ଏପରି କିଛି କରୁଛନ୍ତି ଜଣେ ବ୍ୟକ୍ତି । ଅଫିସ୍ ଯିବା ପାଇଁ ସେ ପ୍ରତିଦିନ କରିଥାନ୍ତି ୧୬୦୦ କିଲୋମିଟର ଯାତ୍ରା । ଏତେ ଦୂରତା ପରେ ମଧ୍ୟ ସପ୍ତାହକୁ ଅତିକମରେ ୩ଦିନ ଅଫିସ୍ ଯିବା ତାଙ୍କଠାରୁ ଆଶା ରଖିଥାଏ କମ୍ପାନୀ । ତେବେ ଏହି ବ୍ୟକ୍ତି ଜଣକ ଆଉ କେହି ନୁହଁନ୍ତୁ, ସେ ହେଉଛନ୍ତି ଷ୍ଟାରବକ୍ସର ନୂଆ ସିଇଓ । ନାଁ ହେଉଛି ବ୍ରାୟନ ନିକୋଲ । ସେ ନିଜ ଅଫିସ ପାଇଁ ପ୍ରତିଦିନ କରିଥାନ୍ତି ଅସାଧାରଣ ଯାତ୍ରା । କାର୍ଲିଫନିଆରେ ରୁହନ୍ତି ନିକୋଲ । କିନ୍ତୁ ତାଙ୍କୁ ସିଆଟେଲରେ ଥିବା ଷ୍ଟାରବକ୍ସର ହେଡ୍ ଅଫିସ୍କୁ ଯିବା ପାଇଁ ପ୍ରତିଦିନ ୧୬୦୦ କିଲୋମିଟର ଯାତ୍ରା କରିଥାନ୍ତି । କମ୍ପାନୀ ନିୟମ ଅନୁଯାୟୀ ଏହି ୧୬୦୦କିଲୋମିଟର ଅତିକ୍ରମ କରିବାକୁ କର୍ପୋରେଟ୍ ଜେଟ୍ର କରିଥାନ୍ତି ବ୍ୟବହାର । କିନ୍ତୁ ଏତେ ଦୂର ପରେ ବି ଅତିକମରେ ସପ୍ତାହକୁ ୩ଦିନ ଷ୍ଟାରବକ୍ସର ସିଏଟଲ ଅଫିସରେ କାମ କରିବାକୁ ପଡିଥାଏ
ନୂଆଦିଲ୍ଲୀ ୨୩।୦୮: ବର୍ତ୍ତମାନ ବ୍ୟସ୍ତ ବହୁଳ ଜୀବନଶୈଳୀ । ପ୍ରତିଦିନ ଅଫିସ୍ ଯିବା ପାଇଁ ସମସ୍ତେ ଖୋଜିଥାନ୍ତି ସୁବିଧା ଉପାୟ । କିପରି ଶୀଘ୍ର ଯାଇ ଅଫିସ୍ରେ ପହଞ୍ଚିବେ । ଏଥିପାଇଁ ଅନେକ ମଧ୍ୟ ଅଫିସ୍ ନିକଟରେ ଘର ନେଇ ରହିଥାନ୍ତି । କିନ୍ତୁ ଥରେ ଚିନ୍ତା କରନ୍ତୁ ତ, ଆପଣଙ୍କୁ ଅଫିସ ଯିବା ପାଇଁ ପ୍ରତିଦିନ ହଜାର ହଜାର କିଲୋମିଟର ଯିବାକୁ ପଡେ, ତେବେ ଆପଣଙ୍କୁ କେମିତି ଲାଗିବ ? ଆମ କଥା ଶୁଣିଲେ ନିଶ୍ଚୟ ଅଜବ ଲାଗୁଥିବ ନା ।

କିନ୍ତୁ ଏପରି କିଛି କରୁଛନ୍ତି ଜଣେ ବ୍ୟକ୍ତି । ଅଫିସ୍ ଯିବା ପାଇଁ ସେ ପ୍ରତିଦିନ କରିଥାନ୍ତି ୧୬୦୦ କିଲୋମିଟର ଯାତ୍ରା । ଏତେ ଦୂରତା ପରେ ମଧ୍ୟ ସପ୍ତାହକୁ ଅତିକମରେ ୩ଦିନ ଅଫିସ୍ ଯିବା ତାଙ୍କଠାରୁ ଆଶା ରଖିଥାଏ କମ୍ପାନୀ । ତେବେ ଏହି ବ୍ୟକ୍ତି ଜଣକ ଆଉ କେହି ନୁହଁନ୍ତୁ, ସେ ହେଉଛନ୍ତି ଷ୍ଟାରବକ୍ସର ନୂଆ ସିଇଓ । ନାଁ ହେଉଛି ବ୍ରାୟନ ନିକୋଲ । ସେ ନିଜ ଅଫିସ ପାଇଁ ପ୍ରତିଦିନ କରିଥାନ୍ତି ଅସାଧାରଣ ଯାତ୍ରା । କାର୍ଲିଫନିଆରେ ରୁହନ୍ତି ନିକୋଲ । କିନ୍ତୁ ତାଙ୍କୁ ସିଆଟେଲରେ ଥିବା ଷ୍ଟାରବକ୍ସର ହେଡ୍ ଅଫିସ୍କୁ ଯିବା ପାଇଁ ପ୍ରତିଦିନ ୧୬୦୦ କିଲୋମିଟର ଯାତ୍ରା କରିଥାନ୍ତି ।

କମ୍ପାନୀ ନିୟମ ଅନୁଯାୟୀ ଏହି ୧୬୦୦କିଲୋମିଟର ଅତିକ୍ରମ କରିବାକୁ କର୍ପୋରେଟ୍ ଜେଟ୍ର କରିଥାନ୍ତି ବ୍ୟବହାର । କିନ୍ତୁ ଏତେ ଦୂର ପରେ ବି ଅତିକମରେ ସପ୍ତାହକୁ ୩ଦିନ ଷ୍ଟାରବକ୍ସର ସିଏଟଲ ଅଫିସରେ କାମ କରିବାକୁ ପଡିଥାଏ । ଯାହା କମ୍ପାନୀର ହାଇବ୍ରିଡ ଓ୍ବାର୍କ ପଲିସରେ ରହିଛି । ଯାହା ୨୦୨୩ରେ ଲାଗୁ ହୋଇଥିଲା । ବ୍ରାଏନ ନିକୋଲ ଆସନ୍ତା ମାସରେ ଷ୍ଟାରବକ୍ସର ସିଇଓ ପଦ ସମ୍ଭାଳିବେ ।

ଏବେ ପ୍ରଶ୍ନ ଆସୁଛି ନୂଆ ସିଇଓଙ୍କୁ କେତେ ମିଳିବ ଦରମା ? ୫୦ ବର୍ଷିୟ ନିକୋଲ । ସେ ଷ୍ଟାରବକ୍ସଠାରୁ ବାର୍ଷିକ ୧.୬ ମିଲିୟନ ଡଲାର ଦରମା ନେବେ । ଏହାବ୍ୟତୀତ ତାଙ୍କ ପ୍ରଦର୍ଶନ ଆଧାରରେ ୩.୬ ମିଲିୟନ ଡଲାରରୁ ୭.୨ ମିଲିୟନ ଡଲାର ଯାଏଁ ବୋନସ୍ ମିଳିବ । ତାଙ୍କୁ ବାର୍ଷିକ ଇକ୍ବିଟି ଗିଫ୍ଟ ଭାବେ ୨୩ ମିଲିୟନ ଡଲାର ଯାଏଁ ରୋଜଗାର କରିବାକୁ ସୁଯୋଗ ମିଳିବ । ତେବେ ନିକୋଲଙ୍କ ଦରମା ବିଷୟରେ ତାଙ୍କ ଅଫର ଲେଟର ଜରିଆରେ ହୋଇଛି ।

ନିକୋଲଙ୍କ ପାଇଁ ଘରୁ ଅଫିସ ଯିବାକୁ ହୋଇଥିବା ବ୍ୟବସ୍ଥା କିଛି ନୂଆ ନୁହେଁ । ଏହାପୂର୍ବରେ ସେ ୨୦୧୮ରେ ଯେତେବେଳେ ଚିପୋଟଲର ସିଇଓ ଥିଲେ ସେତେବେଳେ ସେ ଏପରି ହିଁ ଡିଲ୍ କରିଥିଲେ । ଚିପୋଟଲର ହେଡ୍ ଅଫିସ୍ କୋଲୋରାଡୋରେ ଥିଲା ।

କିନ୍ତୁ ନିକୋଲ ପଦବୀ ସମ୍ଭାଳିବାର ୩ମାସ ପରେ ନିଜର ହେଡଅଫିସ୍କୁ କାର୍ଲିଫନିଆ ସିଫ୍ଟ କରିଦେଇଥିଲେ । ଷ୍ଟାରବକ୍ସର ମୁଖପାତ୍ର କହିଛନ୍ତି ଯେ ବ୍ରାଏନ୍ ମୁଖ୍ୟ କାର୍ଯ୍ୟାଳୟରେ ରହିବେ ଏବଂ ତାଙ୍କର ଅଧିକାଂଶ ସମୟ ଆମର ସିଆଟେଲ୍ ହେଲପ୍ ସେଣ୍ଟରରେ କିମ୍ବା ଆମର ଷ୍ଟୋର, ରୋଷ୍ଟେରି, ରୋଷ୍ଟିଂ ସର୍ଭିସ୍ ଏବଂ ବିଶ୍ବର ସମସ୍ତ ଅଫିସରେ ପାର୍ଟିସିପେଣ୍ଟସ ଓ ଗ୍ରାହକଙ୍କ ସହ ସାକ୍ଷାତରେ ବିତିବେ ।

ତାଙ୍କ କାର୍ଯ୍ୟସୂଚୀ ହାଇବ୍ରିଡ୍ ଓ୍ବାର୍କ ଗାଇଡଲାଇନ ଏବଂ ଆଶାଠାରୁ ଅଧିକ ହେବ । ତେବେ ସବୁ ସିଇଓଙ୍କ ପାଖରେ ଏପରି ସୁବିଧା ନଥାଏ । କିନ୍ତୁ ନିକୋଲଙ୍କ ଏହି ଅନନ୍ୟ ବ୍ୟବସ୍ଥା ପଛର କାରଣ ଷ୍ଟାରବକ୍ସର ବର୍ତ୍ତମାନର ପର୍ଫମାନ୍ସ ସହ ଜଡିତ । କାରଣ ବର୍ତ୍ତମାନର ସିଇଓ ଲକ୍ଷ୍ମଣ ନରସିଂହଙ୍କ ନେତୃତ୍ୱରେ କମ୍ପାନୀର ବୃହତ୍ତମ ମାର୍କେଟ ଆମେରିକା ଏବଂ ଚାଇନାରେ ବିକ୍ରି ହ୍ରାସ ହୋଇଛି । ଯାହା ଚିନ୍ତାର କାରଣ ପାଲଟିଛି ।