ଭୂମିକମ୍ପ ପରେ ଜ୍ୱାଳାମୁଖୀ ବିସ୍ଫୋରଣ, ୩ କିଲୋମିଟର ଉଚ୍ଚକୁ ଉଠୁଛି ପାଉଁଶ
ଭୂମିକମ୍ପ ପରେ ଜ୍ୱାଳାମୁଖୀ ବିସ୍ଫୋରଣ । କାମଚାଟକା ଉପଦ୍ୱୀପରେ ଅଗ୍ନିବର୍ଷୀ ଜ୍ୱାଳାମୁଖୀ ବିସ୍ଫୋରଣ ହୋଇଛି । ଯାହା ରୁଷିଆର ବଡ଼ ଭୂମିକମ୍ପ ପରେ ହୋଇଥିବା କହିଛନ୍ତି ବୈଜ୍ଞାନିକ । ରୁଷିଆର କାମଚାଟକା ଉପଦ୍ୱୀପରେ ଥିବା କଲ୍ୟୁଚେଭୋସ୍କି ଜ୍ୱାଳାମୁଖୀରେ ବିସ୍ଫୋରଣ ହୋଇଛି । ଗତକାଲି ରୁଷିଆରେ ଶକ୍ତିଶାଳୀ ୮.୮ ମ୍ୟାଗ୍ନିଚ୍ୟୁଡର ଭୂମିକମ୍ପ ହୋଇଥିଲା । ଏହା ପରେ ବିସ୍ଫୋରଣ ହୋଇଛି। ଭୂମିକମ୍ପ ପ୍ରଶାନ୍ତ ମହାସାଗରରେ ସୁନାମୀ ସୃଷ୍ଟି କରିଥିଲା । ଯାହା ରୁଷିଆ, ଜାପାନ, ଏବଂ ଆମେରିକାରେ ପ୍ରଭାବ […] The post ଭୂମିକମ୍ପ ପରେ ଜ୍ୱାଳାମୁଖୀ ବିସ୍ଫୋରଣ, ୩ କିଲୋମିଟର ଉଚ୍ଚକୁ ଉଠୁଛି ପାଉଁଶ appeared first on KNews Odisha.

ଭୂମିକମ୍ପ ପରେ ଜ୍ୱାଳାମୁଖୀ ବିସ୍ଫୋରଣ । କାମଚାଟକା ଉପଦ୍ୱୀପରେ ଅଗ୍ନିବର୍ଷୀ ଜ୍ୱାଳାମୁଖୀ ବିସ୍ଫୋରଣ ହୋଇଛି । ଯାହା ରୁଷିଆର ବଡ଼ ଭୂମିକମ୍ପ ପରେ ହୋଇଥିବା କହିଛନ୍ତି ବୈଜ୍ଞାନିକ । ରୁଷିଆର କାମଚାଟକା ଉପଦ୍ୱୀପରେ ଥିବା କଲ୍ୟୁଚେଭୋସ୍କି ଜ୍ୱାଳାମୁଖୀରେ ବିସ୍ଫୋରଣ ହୋଇଛି । ଗତକାଲି ରୁଷିଆରେ ଶକ୍ତିଶାଳୀ ୮.୮ ମ୍ୟାଗ୍ନିଚ୍ୟୁଡର ଭୂମିକମ୍ପ ହୋଇଥିଲା । ଏହା ପରେ ବିସ୍ଫୋରଣ ହୋଇଛି। ଭୂମିକମ୍ପ ପ୍ରଶାନ୍ତ ମହାସାଗରରେ ସୁନାମୀ ସୃଷ୍ଟି କରିଥିଲା । ଯାହା ରୁଷିଆ, ଜାପାନ, ଏବଂ ଆମେରିକାରେ ପ୍ରଭାବ ପକାଇଥିଲା ।
ରୁଷିଆର ଆକାଡେମୀ ଅଫ ସାଇନ୍ସେସର ଭୂତାତ୍ତ୍ୱିକ ସର୍ଭେ ଅନୁସାରେ, ଜ୍ୱାଳାମୁଖୀ ଉପରେ ଶକ୍ତିଶାଳୀ ଆଲୋକ ଓ ବିସ୍ଫୋରଣ ଶବ୍ଦ ଉତ୍ପନ୍ନ ହେଉଛି । ଏହି ଜ୍ୱାଳାମୁଖୀରୁ ନିର୍ଗତ ପାଉଁଶ ତିନି କିଲୋମିଟର ଉଚ୍ଚତା ପର୍ଯ୍ୟନ୍ତ ପହଞ୍ଚୁଛି । ଏହା ୫୮ କିଲୋମିଟର ଦୂରତା ପର୍ଯ୍ୟନ୍ତ ପୂର୍ବ ଦିଗରେ ବ୍ୟାପିଛି । ୧୭୦୦ ମସିହା ପରେ ଏହି ଜ୍ବାଳାମୁଖୀରେ ୫୦ରୁ ଅଧିକ ଥର ବିସ୍ଫୋରଣ ହୋଇଛି । ଶେଷ ବିସ୍ଫୋରଣ ୨୦୨୩ ମସିହାରେ ହୋଇଥିଲା ।
ଆହୁରି ପଢ଼ନ୍ତୁ : ଗତ ୨୪ ଘଣ୍ଟାରେ ରୁଷରେ ୨୦୦ ଥର ଭୂକମ୍ପ ଝଟକା ରେକର୍ଡ, ସୁନାମୀ ପାଇଁ ଜାପାନ, ଆମେରିକା ଆକ୍ସନ ମୋଡ଼ରେ
The post ଭୂମିକମ୍ପ ପରେ ଜ୍ୱାଳାମୁଖୀ ବିସ୍ଫୋରଣ, ୩ କିଲୋମିଟର ଉଚ୍ଚକୁ ଉଠୁଛି ପାଉଁଶ appeared first on KNews Odisha.