ବଡବିଲରୁ ଚୋରି ହୋଇଥିବା ବୋଲେରୋ ଝାଡଖଣ୍ଡରୁ ଉଦ୍ଧାର, ଅଭିଯୁକ୍ତ ଗିରଫ
ବଡବିଲ:୧୦/୪ ବଡବିଲ ଶ୍ରୀରାମ ନଗରରୁ ଚୋରି ହୋଇଥିବା ବୋଲେରୋ ଗାଡିକୁ ଝାଡଖଣ୍ଡ ନୂଆମୁଣ୍ଡିରୁ ଉଦ୍ଧାର କରିଛି ପୋଲିସ । ଘଟଣାରେ ସଂପୃକ୍ତ ଜଣେ ଯୁବକ ସୁଦର୍ଶନ ଦାସଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ସୋମବାର ରାତିରେ ଶ୍ରୀରାମ ନଗର ଅଞ୍ଚଳରୁ OR02AS1616 ନଂ ଧଳା ବୋଲେରୋ ଏସଏଲ୍ଏକ୍ସ୍ ଗାଡ଼ିକୁ କେହି ଚୋରି କରି ନେଇଯାଇଥିବା ବଡ଼ବିଲ ଥାନାରେ ଅଭିଯୋଗ ହୋଇଥିଲା । ପୋଲିସ ତୁରନ୍ତ ୩ଟି ରୁଟ ରୁଗୁଡି, ଯୋଡ଼ା ଓ ନୂଆମୁଣ୍ଡି ରାସ୍ତାରେ ଟିମ ଗଠନ କରି ଖୋଜାଖୋଜି ଆରମ୍ଭ କରିଥିଲା । ନୂଆମୁଣ୍ଡି ରାସ୍ତାରେ ଯାଇଥିବା ପୋଲିସ ଟିମ୍ ଗାଡି ସହ ଅଭିଯୁକ୍ତ ସୁଦର୍ଶନ ଦାସଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା ।