ମଙ୍ଗଳବାର ଲିଙ୍ଗରାଜଙ୍କ ରୁକୁଣା ରଥ: ପ୍ରସ୍ତୁତି ଶେଷ, ରାତିରେ ରଥ ପ୍ରତିଷ୍ଠା

ଭୁବନେଶ୍ୱର ୧୫/୦୪: ମଙ୍ଗଳବାର ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ପ୍ରସିଦ୍ଧ ରୁକୁଣା ରଥ ଯାତ୍ରା । ସେଥିପାଇଁ ସୋମବାର ଅର୍ଥାତ୍ ଆଜି ନେତ ଉତ୍ସବ । ଏଥିପାଇଁ ଆଜି ରୁକୁଣା ରଥ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେବ । ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ପ୍ରସିଦ୍ଧ ରୁକୁଣା ରଥ ଯାତ୍ରା ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । କ୍ଷେତ୍ରବାସୀ ବ୍ରାହ୍ମଣ ନିଯୋଗ ନିମନ୍ତେ ପୁରୀରୁ ଗଜପତିଙ୍କ ପ୍ରତିନିଧି ଭାବେ ସୁଧାଂଶୁ ଶେଖର ରାଜଗୁରୁ ଏବଂ ଦେବୀ ପ୍ରସାଦ ରାଜଗୁରୁ ଯୋଗ ଦେବେ । ସେମାନଙ୍କୁ ରଥ ପ୍ରତିଷ୍ଠାରେ ସବୁ ପ୍ରକାର ସହଯୋଗ କରିବେ।ଏହି ନୀତି ସରିଲେ ଶ୍ରୀଜିଉଙ୍କ ମଙ୍ଗଳବାର ରଥଯାତ୍ରା ନିମନ୍ତେ ପୂଜାର୍ଚ୍ଚନା ଆରମ୍ଭ ହେବ । ଅଶୋକାଷ୍ଟମୀରେ ଠିକ ସାଢେ ୩ଟାରେ ରଥଟଣା ଆରମ୍ଭ ହେବ । ସୋମବାର ରାତି ୯ଟାରେ ରଥପ୍ରତିଷ୍ଠା ରୀତି ନୀତି ଆରମ୍ଭ ହେବ । ସେପଟେ ରଥରେ ଶେଷ ସ୍ପର୍ଶ ଦେଉଛନ୍ତି ଚିତ୍ରକର । ମରିଚି କୁଣ୍ଡ ଜଳ ନିଲାମ ପାଇ ସମସ୍ତ ବ୍ୟବସ୍ଥା କରାଯାଇଛି । 

ମଙ୍ଗଳବାର ଲିଙ୍ଗରାଜଙ୍କ ରୁକୁଣା ରଥ: ପ୍ରସ୍ତୁତି ଶେଷ, ରାତିରେ ରଥ ପ୍ରତିଷ୍ଠା

ଭୁବନେଶ୍ୱର ୧୫/୦୪: ମଙ୍ଗଳବାର ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ପ୍ରସିଦ୍ଧ ରୁକୁଣା ରଥ ଯାତ୍ରା । ସେଥିପାଇଁ ସୋମବାର ଅର୍ଥାତ୍ ଆଜି ନେତ ଉତ୍ସବ । ଏଥିପାଇଁ ଆଜି ରୁକୁଣା ରଥ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେବ । 

ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ପ୍ରସିଦ୍ଧ ରୁକୁଣା ରଥ ଯାତ୍ରା ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । କ୍ଷେତ୍ରବାସୀ ବ୍ରାହ୍ମଣ ନିଯୋଗ ନିମନ୍ତେ ପୁରୀରୁ ଗଜପତିଙ୍କ ପ୍ରତିନିଧି ଭାବେ ସୁଧାଂଶୁ ଶେଖର ରାଜଗୁରୁ ଏବଂ ଦେବୀ ପ୍ରସାଦ ରାଜଗୁରୁ ଯୋଗ ଦେବେ । ସେମାନଙ୍କୁ ରଥ ପ୍ରତିଷ୍ଠାରେ ସବୁ ପ୍ରକାର ସହଯୋଗ କରିବେ।

ଏହି ନୀତି ସରିଲେ ଶ୍ରୀଜିଉଙ୍କ ମଙ୍ଗଳବାର ରଥଯାତ୍ରା ନିମନ୍ତେ ପୂଜାର୍ଚ୍ଚନା ଆରମ୍ଭ ହେବ । ଅଶୋକାଷ୍ଟମୀରେ ଠିକ ସାଢେ ୩ଟାରେ ରଥଟଣା ଆରମ୍ଭ ହେବ । ସୋମବାର ରାତି ୯ଟାରେ ରଥପ୍ରତିଷ୍ଠା ରୀତି ନୀତି ଆରମ୍ଭ ହେବ । ସେପଟେ ରଥରେ ଶେଷ ସ୍ପର୍ଶ ଦେଉଛନ୍ତି ଚିତ୍ରକର । ମରିଚି କୁଣ୍ଡ ଜଳ ନିଲାମ ପାଇ ସମସ୍ତ ବ୍ୟବସ୍ଥା କରାଯାଇଛି ।