ବଡ଼ ଅଘଟଣ, ସୁନା ଖଣିରେ ଫସିଥିବା ୧୦୦ ଶ୍ରମିକଙ୍କ ମୃତ୍ୟୁ
କେପ ଟାଉନ,୧୪।୧: ଦକ୍ଷିଣ ଆଫ୍ରିକାର ଏକ ବେଆଇନ ଖଣିରେ ୧୦୦ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟଣା ସମସ୍ତଙ୍କୁ ଚକିତ କରିଛି। ଖଣିରେ ଫସି ରହିଥିବା ଏହି ଶ୍ରମିକମାନେ ବହୁ ମାସ ଧରି ଭୋକ ଏବଂ ଶୋଷ ସହିତ ସଂଘର୍ଷ କରୁଥିଲେ। ଦକ୍ଷିଣ ଆଫ୍ରିକାର ଷ୍ଟିଲଫୋଣ୍ଟେନ ସହର ନିକଟସ୍ଥ ବଫେଲଫୋଣ୍ଟେନରେ ଥିବା ସୁନା ଖଣିରେ ପ୍ରାୟ ୧୦୦ଜଣ ଶ୍ରମିକ ଫସି ରହିଥିଲେ। ଯେତେବେଳେ ସେମାନଙ୍କୁ ବାହାର କରାଯାଇଥିଲା, ଜଣାପଡିଥିଲା ଯେ ସେମାନେ ଭୋକ ଏବଂ ଶୋଷ ଯୋଗୁଁ ମୃତ୍ୟୁବରଣ […] The post ବଡ଼ ଅଘଟଣ, ସୁନା ଖଣିରେ ଫସିଥିବା ୧୦୦ ଶ୍ରମିକଙ୍କ ମୃତ୍ୟୁ appeared first on Dharitri Odia News.
କେପ ଟାଉନ,୧୪।୧: ଦକ୍ଷିଣ ଆଫ୍ରିକାର ଏକ ବେଆଇନ ଖଣିରେ ୧୦୦ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟଣା ସମସ୍ତଙ୍କୁ ଚକିତ କରିଛି। ଖଣିରେ ଫସି ରହିଥିବା ଏହି ଶ୍ରମିକମାନେ ବହୁ ମାସ ଧରି ଭୋକ ଏବଂ ଶୋଷ ସହିତ ସଂଘର୍ଷ କରୁଥିଲେ। ଦକ୍ଷିଣ ଆଫ୍ରିକାର ଷ୍ଟିଲଫୋଣ୍ଟେନ ସହର ନିକଟସ୍ଥ ବଫେଲଫୋଣ୍ଟେନରେ ଥିବା ସୁନା ଖଣିରେ ପ୍ରାୟ ୧୦୦ଜଣ ଶ୍ରମିକ ଫସି ରହିଥିଲେ। ଯେତେବେଳେ ସେମାନଙ୍କୁ ବାହାର କରାଯାଇଥିଲା, ଜଣାପଡିଥିଲା ଯେ ସେମାନେ ଭୋକ ଏବଂ ଶୋଷ ଯୋଗୁଁ ମୃତ୍ୟୁବରଣ କରିଛନ୍ତି। ଏହି ଘଟଣା ସମ୍ବନ୍ଧୀୟ ସୂଚନା ଶ୍ରମିକମାନଙ୍କ ଦ୍ୱାରା ମୋବାଇଲ ଫୋନ ମାଧ୍ୟମରେ ପଠାଯାଇଥିବା ଭିଡିଓରୁ ମିଳିଛି, ଯେଉଁଥିରେ ପ୍ଲାଷ୍ଟିକରେ ଗୁଡ଼ାଯାଇଥିବା ମୃତଦେହ ଦେଖାଯାଉଛି।
ମାଇନିଂ ଆଫେକ୍ଟଡ କମ୍ୟୁନିଟିଜ ୟୁନାଇଟେଡ ଇନ ଆକ୍ସନ ଗ୍ରୁପ ଅନୁଯାୟୀ, ଏପର୍ଯ୍ୟନ୍ତ ୨୬ ଜଣ ଶ୍ରମିକଙ୍କୁ ଜୀବିତ ଉଦ୍ଧାର କରାଯାଇଛି ଏବଂ ଉଦ୍ଧାର କାର୍ଯ୍ୟ ସମୟରେ ୧୮ ଜଣଙ୍କ ମୃତଦେହ ମଧ୍ୟ ବାହାର କରାଯାଇଛି। ତଥାପି, ଏହି ଖଣି ଏତେ ଗଭୀର ଯେ ପ୍ରାୟ ୫୦୦ଶ୍ରମିକ ଏବେ ବି ସେଠାରେ ଫସି ରହିପାରନ୍ତି। ଖଣିର ଗଭୀରତା ୨.୫ କିଲୋମିଟର ବୋଲି କୁହାଯାଉଛି।
The post ବଡ଼ ଅଘଟଣ, ସୁନା ଖଣିରେ ଫସିଥିବା ୧୦୦ ଶ୍ରମିକଙ୍କ ମୃତ୍ୟୁ appeared first on Dharitri Odia News.