ବଡ଼ ଘୋଷଣା: ଦୁବାଇରେ ହେବ ଓ୍ବାଲର୍ଡ ସୁପର କବାଡ଼ି ଲିଗ୍
ନୂଆଦିଲ୍ଲୀ, ୩୦ା୬: ଓ୍ବାଲର୍ଡ ସୁପର କବାଡ଼ି ଲିଗ୍ (ଡବ୍ଲ୍ୟୁଏସ୍କେଏଲ୍)ର ଉଦ୍ଘାଟନୀ ସଂସ୍କରଣ ଆସନ୍ତାବର୍ଷ ଫେବୃଆରୀ-ମାର୍ଚ୍ଚରେ ଦୁବାଇରେ ହେବ। ଆୟୋଜକଙ୍କ ପକ୍ଷରୁ ସୋମବାର ଘୋଷଣା କରାଯାଇଛି। ଇଣ୍ଟରନ୍ୟାଶନାଲ କବାଡ଼ି ଫେଡେରେଶନ (ଆଇକେଏଫ୍) ସହଯୋଗରେ ଏହା ଅନୁଷ୍ଠିତ ହେବ। ଉଦ୍ଘାଟନୀ ସିଜନରେ ଫ୍ରାଞ୍ଚାଇଜ୍ଭିତ୍ତିକ ଏହି ଟୁର୍ନାମେଣ୍ଟରେ ୮ଟି ଦଳ ସ୍ଥାନ ପାଇବେ। ପ୍ରତ୍ୟେକ ଦଳରେ ଭାରତୀୟ ପ୍ରତିଭା ସମେତ ବହୁ ଅନ୍ତର୍ଜାତୀୟ ଖେଳାଳି ସ୍ଥାନ ପାଇବେ। ଲିଗ୍ରେ ୮ଟି ଯାକ ଫ୍ରାଞ୍ଚାଇଜ୍ ଖେଳାଳି କ୍ରୟ କରିବା ଲାଗି ମୋଟ ୪୮କୋଟି […] The post ବଡ଼ ଘୋଷଣା: ଦୁବାଇରେ ହେବ ଓ୍ବାଲର୍ଡ ସୁପର କବାଡ଼ି ଲିଗ୍ appeared first on Dharitri Odia News.
ନୂଆଦିଲ୍ଲୀ, ୩୦ା୬: ଓ୍ବାଲର୍ଡ ସୁପର କବାଡ଼ି ଲିଗ୍ (ଡବ୍ଲ୍ୟୁଏସ୍କେଏଲ୍)ର ଉଦ୍ଘାଟନୀ ସଂସ୍କରଣ ଆସନ୍ତାବର୍ଷ ଫେବୃଆରୀ-ମାର୍ଚ୍ଚରେ ଦୁବାଇରେ ହେବ। ଆୟୋଜକଙ୍କ ପକ୍ଷରୁ ସୋମବାର ଘୋଷଣା କରାଯାଇଛି।
ଇଣ୍ଟରନ୍ୟାଶନାଲ କବାଡ଼ି ଫେଡେରେଶନ (ଆଇକେଏଫ୍) ସହଯୋଗରେ ଏହା ଅନୁଷ୍ଠିତ ହେବ। ଉଦ୍ଘାଟନୀ ସିଜନରେ ଫ୍ରାଞ୍ଚାଇଜ୍ଭିତ୍ତିକ ଏହି ଟୁର୍ନାମେଣ୍ଟରେ ୮ଟି ଦଳ ସ୍ଥାନ ପାଇବେ। ପ୍ରତ୍ୟେକ ଦଳରେ ଭାରତୀୟ ପ୍ରତିଭା ସମେତ ବହୁ ଅନ୍ତର୍ଜାତୀୟ ଖେଳାଳି ସ୍ଥାନ ପାଇବେ। ଲିଗ୍ରେ ୮ଟି ଯାକ ଫ୍ରାଞ୍ଚାଇଜ୍ ଖେଳାଳି କ୍ରୟ କରିବା ଲାଗି ମୋଟ ୪୮କୋଟି ଟଙ୍କା ବ୍ୟୟ କରିବେ।
ଓ୍ବାଲର୍ଡ ସୁପର କବାଡ଼ି ଲିଗ୍ରେ ଅଂଶଗ୍ରହଣ କରିବା ଲାଗି ଯେଉଁ ଦେଶଗୁଡ଼ିକର ଖେଳାଳିମାନେ ଆଗ୍ରହ ଦେଖାଇଛନ୍ତି, ତନ୍ମଧ୍ୟରେ ଦକ୍ଷିଣ କୋରିଆ, ଇରାନ, ଥାଇଲାଣ୍ଡ, ପାକିସ୍ତାନ, ମାଲେସିଆ, ଜାପାନ, କାନାଡା ଏବଂ ଯୁକ୍ତରାଷ୍ଟ୍ର ଆମେରିକା ରହିଛି। ଏଥିରେ ଅନ୍ୟ କେତେକ ଦେଶର ଖେଳାଳି ଭାଗ ନେବେ। ସେମାନଙ୍କ ସହ କଥାବାର୍ତ୍ତା ଚାଲିଛି।
The post ବଡ଼ ଘୋଷଣା: ଦୁବାଇରେ ହେବ ଓ୍ବାଲର୍ଡ ସୁପର କବାଡ଼ି ଲିଗ୍ appeared first on Dharitri Odia News.