ବଡ଼ ହାତ ଓ ପାଦ ପାଇଁ ଗିନିଜ ବୁକ୍ ଅଫ୍‌ ୱାର୍ଲ୍ଡ ରେକର୍ଡରେ ସ୍ଥାନ ପାଇଲେ ଏହି ନାବାଳକ

ନୂଆଦିଲ୍ଲୀ: ବଡ଼ ହାତ ଓ ପାଦ ଥିବାରୁ ଗିନିଜ ବୁକ ଅଫ୍ ୱାର୍ଲ୍ଡ ରେକର୍ଡରେ ସ୍ଥାନ ପାଇଲେ ଆମେରିକା ମିଚିଗାନରେ ୧୬ ବର୍ଷୀୟ ଛାତ୍ର ଏରିକ କିଲବର୍ଣ୍ଣ ଜୁନିଅର। ଏରିକ ଗୋଦ୍ରିଚ୍ ହାଇସ୍କୁଲ୍‌ରେ ପଢ଼ୁଥିବା ବେଳେ ସେ ଜଣେ ଭଲ ଫୁଟବଲ ଖେଳାଳି ମଧ୍ୟ। ତାଙ୍କ ପାଦର ଆକାର ସାଢ଼େ ୧୩ ଇଞ୍ଚର। ସାଧାରଣତଃ ଜଣେ ପୁରୁଷଙ୍କ ପାଦର ଲମ୍ବ ସାଢ଼େ ୮ ଇଞ୍ଚରୁ ୯ ଇଞ୍ଚ ହୋଇଥାଏ। ହେଲେ କିଲବର୍ଣ୍ଣଙ୍କର ପାଦ ତା’ ଠାରୁ ବଡ଼। ସେହିଭଳି କିଲବର୍ଣ୍ଣଙ୍କ ହାତର ଆକାର ବି ସାଧାରଣ ଲୋକଙ୍କ ଆକାର ଠାରୁ ବି ବଡ଼। ସାଧାରଣତଃ ହାତର ଆଭେରଜ୍ ଆକାର ୭.୪ ଇଞ୍ଚ ହୋଇଥାଏ। ହେଲେ କିଲବର୍ଣ୍ଣଙ୍କ ହାତର ଆକାର ୯.୧୩ ଇଞ୍ଚ। ବଡ଼ ହାତ ଓ ପାଦ ପାଇଁ ଗିନିଜ ବୁକ୍‌ ପୁରସ୍କାର ଦେବା ବେଳେ କିଲବର୍ଣ୍ଣ ତାଙ୍କ ସହ ଘଟୁଥିବା କୌତୁହଳ କଥା ଶେୟାର କରିଥିଲେ। ତାଙ୍କ ହାତ ଗୋଡ ବଡ଼ ଥିବାରୁ ଅନେକ ଲୋକ ତାଙ୍କ ସହ କୌତୁହଳ ବଶତଃ କଥା ହେଉଛନ୍ତି। ସେ ମଧ୍ୟ ଲୋକଙ୍କୁ ଭେଟି ଖୁସି ହେଉଛନ୍ତି ବୋଲି କିଲବର୍ଣ୍ଣ କହିଥିଲେ। ତେବେ ତାଙ୍କର ଗୋଡ଼ର ଆକାର ବଡ଼ ଥିବାରୁ ତାଙ୍କ ସାଇଜ୍‌ର ଜୋତା ମିଳିପାରୁ ନାହିଁ। ସେ ଏପର୍ଯ୍ୟନ୍ତ ଜୋତା କିଣିପାରି ନାହାନ୍ତି। ଜୁଆଡ଼େ ଯିବାକୁ ହେଲେ ତାଙ୍କୁ ଖାଲି ପାଦରେ ଯିବାକୁ ପଡ଼ୁଛି ବୋଲି କହିଥିଲେ। ତାଙ୍କ ଆକାରରେ ଜୋତା ତିଆରି କରି ପିନ୍ଧିଲେ ଅଧିକ ଦାମ ପଡ଼ୁଥିବାରୁ ସେ କ୍ରୋକ୍ସର ଜୋତା ପିନ୍ଧୁଛନ୍ତି। ହେଲେ ସବୁ ସମୟରେ ସେ ଏହି ଜୋତା ବ୍

ବଡ଼ ହାତ ଓ ପାଦ ପାଇଁ ଗିନିଜ ବୁକ୍ ଅଫ୍‌ ୱାର୍ଲ୍ଡ ରେକର୍ଡରେ ସ୍ଥାନ ପାଇଲେ ଏହି ନାବାଳକ

ନୂଆଦିଲ୍ଲୀ: ବଡ଼ ହାତ ଓ ପାଦ ଥିବାରୁ ଗିନିଜ ବୁକ ଅଫ୍ ୱାର୍ଲ୍ଡ ରେକର୍ଡରେ ସ୍ଥାନ ପାଇଲେ ଆମେରିକା ମିଚିଗାନରେ ୧୬ ବର୍ଷୀୟ ଛାତ୍ର ଏରିକ କିଲବର୍ଣ୍ଣ ଜୁନିଅର। ଏରିକ ଗୋଦ୍ରିଚ୍ ହାଇସ୍କୁଲ୍‌ରେ ପଢ଼ୁଥିବା ବେଳେ ସେ ଜଣେ ଭଲ ଫୁଟବଲ ଖେଳାଳି ମଧ୍ୟ। ତାଙ୍କ ପାଦର ଆକାର ସାଢ଼େ ୧୩ ଇଞ୍ଚର। ସାଧାରଣତଃ ଜଣେ ପୁରୁଷଙ୍କ ପାଦର ଲମ୍ବ ସାଢ଼େ ୮ ଇଞ୍ଚରୁ ୯ ଇଞ୍ଚ ହୋଇଥାଏ। ହେଲେ କିଲବର୍ଣ୍ଣଙ୍କର ପାଦ ତା’ ଠାରୁ ବଡ଼। 

ସେହିଭଳି କିଲବର୍ଣ୍ଣଙ୍କ ହାତର ଆକାର ବି ସାଧାରଣ ଲୋକଙ୍କ ଆକାର ଠାରୁ ବି ବଡ଼। ସାଧାରଣତଃ ହାତର ଆଭେରଜ୍ ଆକାର ୭.୪ ଇଞ୍ଚ ହୋଇଥାଏ। ହେଲେ କିଲବର୍ଣ୍ଣଙ୍କ ହାତର ଆକାର ୯.୧୩ ଇଞ୍ଚ। 

ବଡ଼ ହାତ ଓ ପାଦ ପାଇଁ ଗିନିଜ ବୁକ୍‌ ପୁରସ୍କାର ଦେବା ବେଳେ କିଲବର୍ଣ୍ଣ ତାଙ୍କ ସହ ଘଟୁଥିବା କୌତୁହଳ କଥା ଶେୟାର କରିଥିଲେ। ତାଙ୍କ ହାତ ଗୋଡ ବଡ଼ ଥିବାରୁ ଅନେକ ଲୋକ ତାଙ୍କ ସହ କୌତୁହଳ ବଶତଃ କଥା ହେଉଛନ୍ତି। ସେ ମଧ୍ୟ ଲୋକଙ୍କୁ ଭେଟି ଖୁସି ହେଉଛନ୍ତି ବୋଲି କିଲବର୍ଣ୍ଣ କହିଥିଲେ। 

ତେବେ ତାଙ୍କର ଗୋଡ଼ର ଆକାର ବଡ଼ ଥିବାରୁ ତାଙ୍କ ସାଇଜ୍‌ର ଜୋତା ମିଳିପାରୁ ନାହିଁ। ସେ ଏପର୍ଯ୍ୟନ୍ତ ଜୋତା କିଣିପାରି ନାହାନ୍ତି। ଜୁଆଡ଼େ ଯିବାକୁ ହେଲେ ତାଙ୍କୁ ଖାଲି ପାଦରେ ଯିବାକୁ ପଡ଼ୁଛି ବୋଲି କହିଥିଲେ। ତାଙ୍କ ଆକାରରେ ଜୋତା ତିଆରି କରି ପିନ୍ଧିଲେ ଅଧିକ ଦାମ ପଡ଼ୁଥିବାରୁ ସେ କ୍ରୋକ୍ସର ଜୋତା ପିନ୍ଧୁଛନ୍ତି। ହେଲେ ସବୁ ସମୟରେ ସେ ଏହି ଜୋତା ବ୍ୟବହାର କରୁଥିବାରୁ ତାଙ୍କୁ ଯନ୍ତ୍ରଣ ହେଉଥିବା କିଲବର୍ଣ୍ଣ କହିଛନ୍ତି। 

ତେବେ କିଲବର୍ଣ୍ଣ ପାଦର ଆକାର ନେଇ ଲୋକପ୍ରିୟ ହେବା ପରେ ଅନେକ ଜୋତା ନିର୍ମାତା ତାଙ୍କ ସାଇଜ୍‌ର ଜୋତା ପ୍ରସ୍ତୁତ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି।