ବଡ଼ବିଲରେ ଚାଞ୍ଚଲ୍ୟ, ପିଇଓଙ୍କ ଉପରେ ପେଟ୍ରୋଲ ଢାଳି ମାରି ଦେବାକୁ ଉଦ୍ୟମ

ବଡ଼ବିଲ: ବଡ଼ବିଲରେ ଚାଞ୍ଚଲ୍ୟ। ପୌର ନିର୍ବାହୀ ଅଧିକାରୀଙ୍କ ଉପରେ ପେଟ୍ରୋଲ ଢ଼ାଳି ନିଆଁ ଲଗାଇବାକୁ ଉଦ୍ୟମ ହୋଇଛି। ତେବେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ପୌର ନିର୍ବାହୀ ଅଧିକାରୀ ଅଭିଷେକ ପଣ୍ଡା । ଆଜି ସନ୍ଧ୍ୟା ପ୍ରାୟ ୫ ଟା ସମୟରେ ବଡ଼ବିଲ ପୌର କାର୍ଯ୍ୟାଳୟରେ ଏହି ଅଭାବନୀୟ ଘଟଣା ଘଟିଛି। ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଘଟଣାକ୍ରମ ଆଜି ଏମିତି ରହିଥିଲା। Also read- ମନଇଛା ଦର ନେଉଛନ୍ତି ବ୍ୟବସାୟୀ : ୨୦୦ରେ କିଣୁଛନ୍ତି, ବିକୁଛନ୍ତି ୪୦୦ରେ ନିର୍ବାହୀ ଅଧିକାରୀ ଅଭିଷେକ ପଣ୍ଡା ନିଜ ଚ୍ୟାମ୍ବରରେ ବସିଥିଲାବେଳେ, ବଡ଼ବିଲ ଡେଲୀ ମାର୍କେଟ ଅଞ୍ଚଳର ଅଭିଷେକ ଗୁପ୍ତା ନାମକ ଯୁବକ ତାଙ୍କ ଚ୍ୟାମ୍ବର ଭିତରେ ପଶିଥିଲେ । କିଛି କଥାବାର୍ତ୍ତା ପରେ ସେ ହଠାତ୍ ବ୍ୟାଗରେ ଲୁଚାଇ ଆଣିଥିବା ଗୋଟିଏ ପେଟ୍ରୋଲ ଭର୍ତ୍ତି ବୋତଲ ବାହାର କରି ପୌର ନିର୍ବାହୀ ଅଧିକାରୀ ଅଭିଷେକ ପଣ୍ଡାଙ୍କ ଉପରେ ଢ଼ାଳିଦେଇ ନିଆଁ ଲଗାଇବା ପାଇଁ ଲାଇଟର ବାହାର କରିଥିଲେ । ତେବେ ଏତିକି ବେଳେ, ନିର୍ବାହୀ ଅଧିକାରୀ ଅଭିଷେକ ପଣ୍ଡା ପାଟି କରିବା ସହ ନିଜ ଚ୍ୟାମ୍ବରରୁ ଧାଇଁ ବାହାରକୁ ଚାଲିଆସିଥିଲେ । ପାଟି ଶୁଣି କାର୍ଯ୍ୟାଳୟରେ ଥିବା ପୌର କର୍ମଚାରୀମାନେ ସେଠାକୁ ଧାଇଁ ଆସି ଅଭିଯୁକ୍ତ ଯୁବକ ଅଭିଷେକ ଗୁପ୍ତାଙ୍କୁ  କାବୁ କରିନେଇଥିଲେ । ଏନେଇ ତୁରନ୍ତ ବଡ଼ବିଲ ପୋଲିସକୁ ଖବର ଦିଆଯାଇଥିଲା । ସୂଚନା ପାଇ ପୋଲିସ୍ ଘଟଣା ସ୍ଥଳରେ

ବଡ଼ବିଲରେ ଚାଞ୍ଚଲ୍ୟ, ପିଇଓଙ୍କ ଉପରେ ପେଟ୍ରୋଲ ଢାଳି ମାରି ଦେବାକୁ ଉଦ୍ୟମ

ବଡ଼ବିଲ: ବଡ଼ବିଲରେ ଚାଞ୍ଚଲ୍ୟ। ପୌର ନିର୍ବାହୀ ଅଧିକାରୀଙ୍କ ଉପରେ ପେଟ୍ରୋଲ ଢ଼ାଳି ନିଆଁ ଲଗାଇବାକୁ ଉଦ୍ୟମ ହୋଇଛି। ତେବେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ପୌର ନିର୍ବାହୀ ଅଧିକାରୀ ଅଭିଷେକ ପଣ୍ଡା । ଆଜି ସନ୍ଧ୍ୟା ପ୍ରାୟ ୫ ଟା ସମୟରେ ବଡ଼ବିଲ ପୌର କାର୍ଯ୍ୟାଳୟରେ ଏହି ଅଭାବନୀୟ ଘଟଣା ଘଟିଛି। ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଘଟଣାକ୍ରମ ଆଜି ଏମିତି ରହିଥିଲା।

Also read- ମନଇଛା ଦର ନେଉଛନ୍ତି ବ୍ୟବସାୟୀ : ୨୦୦ରେ କିଣୁଛନ୍ତି, ବିକୁଛନ୍ତି ୪୦୦ରେ

ନିର୍ବାହୀ ଅଧିକାରୀ ଅଭିଷେକ ପଣ୍ଡା ନିଜ ଚ୍ୟାମ୍ବରରେ ବସିଥିଲାବେଳେ, ବଡ଼ବିଲ ଡେଲୀ ମାର୍କେଟ ଅଞ୍ଚଳର ଅଭିଷେକ ଗୁପ୍ତା ନାମକ ଯୁବକ ତାଙ୍କ ଚ୍ୟାମ୍ବର ଭିତରେ ପଶିଥିଲେ । କିଛି କଥାବାର୍ତ୍ତା ପରେ ସେ ହଠାତ୍ ବ୍ୟାଗରେ ଲୁଚାଇ ଆଣିଥିବା ଗୋଟିଏ ପେଟ୍ରୋଲ ଭର୍ତ୍ତି ବୋତଲ ବାହାର କରି ପୌର ନିର୍ବାହୀ ଅଧିକାରୀ ଅଭିଷେକ ପଣ୍ଡାଙ୍କ ଉପରେ ଢ଼ାଳିଦେଇ ନିଆଁ ଲଗାଇବା ପାଇଁ ଲାଇଟର ବାହାର କରିଥିଲେ । ତେବେ ଏତିକି ବେଳେ, ନିର୍ବାହୀ ଅଧିକାରୀ ଅଭିଷେକ ପଣ୍ଡା ପାଟି କରିବା ସହ ନିଜ ଚ୍ୟାମ୍ବରରୁ ଧାଇଁ ବାହାରକୁ ଚାଲିଆସିଥିଲେ । ପାଟି ଶୁଣି କାର୍ଯ୍ୟାଳୟରେ ଥିବା ପୌର କର୍ମଚାରୀମାନେ ସେଠାକୁ ଧାଇଁ ଆସି ଅଭିଯୁକ୍ତ ଯୁବକ ଅଭିଷେକ ଗୁପ୍ତାଙ୍କୁ  କାବୁ କରିନେଇଥିଲେ । ଏନେଇ ତୁରନ୍ତ ବଡ଼ବିଲ ପୋଲିସକୁ ଖବର ଦିଆଯାଇଥିଲା ।

ସୂଚନା ପାଇ ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି  ଅଭିଯୁକ୍ତ ଯୁବକକୁ ନିଜ ହେପାଜତକୁ ନେଇଥିଲା । ଏ ସଂକ୍ରାନ୍ତରେ ପୌର ନିର୍ବାହୀ ଅଧିକାରୀ ଅଭିଷେକ ପଣ୍ଡାଙ୍କ ପକ୍ଷରୁ ବଡ଼ବିଲ ଥାନାରେ ଲିଖିତ ଅଭିଯୋଗ ଦାଏର କରାଯାଇଛି । ପୋଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛି ।  ତେବେ ଅଭିଯୁକ୍ତ ଅଭିଷେକଙ୍କ ମା' ଙ୍କ କହିବା କଥା ପୁଅ ଯାହା କରିଛି ଭୁଲ କରିଛି । ତେବେ ନିଜ ଘର ସମ୍ମୁଖରେ ସରକାରୀ ଜମିରେ କିଛି ଦୋକାନ ଘର ରହିଛି । ସେଗୁଡ଼ିକର ଉଚ୍ଛେଦ ନିମନ୍ତେ ବର୍ଷ ବର୍ଷ ଧରି ପୌର କାର୍ଯ୍ୟାଳୟକୁ ଧାଇଁଥିଲେହେଁ କିଛି ସୁଫଳ ମିଳି ନଥିଲା।

ଏପରିକି ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରି ବି ନିରାଶ ହେବାକୁ ପଡ଼ିଥିଲା । ହାଇ କୋର୍ଟର ଦ୍ବାରସ୍ଥ ମଧ୍ୟ ହୋଇଥିଲେ ଅଭିଷେକ । ଏ ସମସ୍ତ ପ୍ରୟାସ ସତ୍ତ୍ୱେ ଉଚ୍ଛେଦ ନହେବାରୁ ସେ ଅଧିକାଂଶ ସମୟ ମାନସିକ ଚିନ୍ତାଗ୍ରସ୍ତ ରହୁଥିଲେ । ତେବେ ଆଜି ସେ ଏଭଳି ପଦକ୍ଷେପ ନେବେ ବୋଲି ସେ ଜାଣି ନଥିଲେ । ଏନେଇ   ବଡ଼ବିଲ ପୌର ନିର୍ବାହୀ ଅଧିକାରୀ ଅଭିଷେକ ପଣ୍ଡା କୌଣସି ପ୍ରତିକ୍ରିୟା ରଖିନାହାନ୍ତି ।

The post ବଡ଼ବିଲରେ ଚାଞ୍ଚଲ୍ୟ, ପିଇଓଙ୍କ ଉପରେ ପେଟ୍ରୋଲ ଢାଳି ମାରି ଦେବାକୁ ଉଦ୍ୟମ appeared first on Prameya News7.