ମାଟି ତଳୁ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ସ୍ତ୍ରୀ

ବାରଙ୍ଗ,୪।୧୧(ଲିଙ୍ଗରାଜ ରାଉତ): ରାତାଗଡ ଗାଁର ପଛପଟ ପୁରୀ ମେନକେନାଲ ବନ୍ଧରୁ ପୋତା ଯାଇଥିବା ଏକ ମୃତଦେହକୁ ପୋଲିସ ଉଦ୍ଧାର କରିଛି। ମୃତକ ହେଉଛନ୍ତି ଚନ୍ଦକାଥାନା ଅଧୀନସ୍ଥ ପଥରଗାଡିଆ ଗ୍ରାମର ରଜନୀକାନ୍ତ ବେହେରା(୪୦)। ରଜନୀକାନ୍ତ ସଢ଼ୁ ଘର ରାତାଗଡରେ ରହି ଅଟୋ ଚଳାଉଥିବା ବେଳେ ମଙ୍ଗଳବାର ସନ୍ଧ୍ୟାରେ ଟ୍ରେନ ଧକ୍କାରେ ମୃତ୍ୟୁ ହୋଇଥିଲା ବୋଲି ସଢୁ ଘର ପକ୍ଷରୁ କୁହାଯାଇଛି। ଏହାପରେ ମୃତକଙ୍କ ପରିବାରକୁ ଜଣାଇ ମୃତଦେହକୁ ପୁରୀ ମେନ କେନାଲ ବନ୍ଧରେ ପୋତି ଦେଇଥିଲେ। ତାଙ୍କ ସ୍ବାମୀକୁ […] The post ମାଟି ତଳୁ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ସ୍ତ୍ରୀ appeared first on Dharitri Odia News.

ମାଟି ତଳୁ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ସ୍ତ୍ରୀ

ବାରଙ୍ଗ,୪।୧୧(ଲିଙ୍ଗରାଜ ରାଉତ): ରାତାଗଡ ଗାଁର ପଛପଟ ପୁରୀ ମେନକେନାଲ ବନ୍ଧରୁ ପୋତା ଯାଇଥିବା ଏକ ମୃତଦେହକୁ ପୋଲିସ ଉଦ୍ଧାର କରିଛି। ମୃତକ ହେଉଛନ୍ତି ଚନ୍ଦକାଥାନା ଅଧୀନସ୍ଥ ପଥରଗାଡିଆ ଗ୍ରାମର ରଜନୀକାନ୍ତ ବେହେରା(୪୦)। ରଜନୀକାନ୍ତ ସଢ଼ୁ ଘର ରାତାଗଡରେ ରହି ଅଟୋ ଚଳାଉଥିବା ବେଳେ ମଙ୍ଗଳବାର ସନ୍ଧ୍ୟାରେ ଟ୍ରେନ ଧକ୍କାରେ ମୃତ୍ୟୁ ହୋଇଥିଲା ବୋଲି ସଢୁ ଘର ପକ୍ଷରୁ କୁହାଯାଇଛି। ଏହାପରେ ମୃତକଙ୍କ ପରିବାରକୁ ଜଣାଇ ମୃତଦେହକୁ ପୁରୀ ମେନ କେନାଲ ବନ୍ଧରେ ପୋତି ଦେଇଥିଲେ। ତାଙ୍କ ସ୍ବାମୀକୁ ହତ୍ୟା କରାଯାଇଥିବା ନେଇ ବୁଧବାର ସକାଳେ ପତ୍ନୀ ପ୍ରମିଳା ଅଭିଯୋଗ କରିବା ପରେ ପୋଲିସ ୪୭୧/୨୪କେଶ ନମ୍ବରରେ ଏକ ହତ୍ୟା ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଛି। ମୃତଦେହକୁ ମାଟିତଳୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଏହି ଘଟଣାରେ ସଢୁକୁ ଅଟକ ରଖି ପଚରାଉଚରା ଚଳାଇଛି।

The post ମାଟି ତଳୁ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ସ୍ତ୍ରୀ appeared first on Dharitri Odia News.