ବଢ଼ିଲା ଅଭିନେତ୍ରୀ ରିୟାଙ୍କ ଅଡୁଆ, ମାମଲା ରୁଜୁ କଲା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ

ଭୁବନେଶ୍ୱର,୧୧।୭: ବଢ଼ିଲା ଓଲିଉଡ ଅଭିନେତ୍ରୀ ରିୟା ଦେଙ୍କ ଅଡୁଆ। ଘରୋଇ ସହାୟିକାଙ୍କୁ ନିର୍ଯାତନା ଅଭିଯୋଗ ପରେ ନିଜ ଆଡୁ ମାମଲା ରୁଜୁ କଲା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ। ଭୁବନେଶ୍ବର ଡିସିପି, ଖୋର୍ଦ୍ଧା ଡିଏଲଓ, ଜିଲା ଶିଶୁ ସୁରକ୍ଷା ଅଧିକାରୀଙ୍କୁ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ଆସନ୍ତା ୨୫ ସୁଦ୍ଧା ତଦନ୍ତ ସାରି ରିପୋର୍ଟ ଦେବାକୁ କୁହାଯାଇଛି। ରିୟା ଓ ତାଙ୍କ ସ୍ବାମୀ ସୁନୀଲ ଘରୋଇ ସହାୟିକାଙ୍କୁ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଥିଲା। ଏ ସଂକ୍ରାନ୍ତରେ ପୀଡ଼ିତା […] The post ବଢ଼ିଲା ଅଭିନେତ୍ରୀ ରିୟାଙ୍କ ଅଡୁଆ, ମାମଲା ରୁଜୁ କଲା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ appeared first on Dharitri Odia News.

ବଢ଼ିଲା ଅଭିନେତ୍ରୀ ରିୟାଙ୍କ ଅଡୁଆ, ମାମଲା ରୁଜୁ କଲା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ

ଭୁବନେଶ୍ୱର,୧୧।୭: ବଢ଼ିଲା ଓଲିଉଡ ଅଭିନେତ୍ରୀ ରିୟା ଦେଙ୍କ ଅଡୁଆ। ଘରୋଇ ସହାୟିକାଙ୍କୁ ନିର୍ଯାତନା ଅଭିଯୋଗ ପରେ ନିଜ ଆଡୁ ମାମଲା ରୁଜୁ କଲା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ। ଭୁବନେଶ୍ବର ଡିସିପି, ଖୋର୍ଦ୍ଧା ଡିଏଲଓ, ଜିଲା ଶିଶୁ ସୁରକ୍ଷା ଅଧିକାରୀଙ୍କୁ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ଆସନ୍ତା ୨୫ ସୁଦ୍ଧା ତଦନ୍ତ ସାରି ରିପୋର୍ଟ ଦେବାକୁ କୁହାଯାଇଛି।

ରିୟା ଓ ତାଙ୍କ ସ୍ବାମୀ ସୁନୀଲ ଘରୋଇ ସହାୟିକାଙ୍କୁ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଥିଲା। ଏ ସଂକ୍ରାନ୍ତରେ ପୀଡ଼ିତା ବର୍ଷା ବେହେରା (୧୯) ମଙ୍ଗଳବାର ଚନ୍ଦ୍ରଶେଖରପୁର ଥାନାରେ ଏତଲା ଦେଇଥିଲେ। ବର୍ଷାଙ୍କୁ ରିୟା ଦେଢ଼ବର୍ଷ ଧରି କାମ କରାଇବା ପରେ ପାରିଶ୍ରମିକ ଟଙ୍କା ନ ଦେଇ ମାଡ଼ ମାରୁଥିଲେ ବୋଲି ଏତଲାରେ ଉଲ୍ଲେଖ କରାଯାଇଛି। ଏହି ଅଭିଯୋଗ ଆଧାରରେ ପୋଲିସ ତଦନ୍ତ ଆରମ୍ଭ କରିଛି।

The post ବଢ଼ିଲା ଅଭିନେତ୍ରୀ ରିୟାଙ୍କ ଅଡୁଆ, ମାମଲା ରୁଜୁ କଲା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ appeared first on Dharitri Odia News.