ବଢ଼ିଲା ଉଦ୍ଧବଙ୍କ ଟେନ୍‌ସନ୍‌, ମୁଖ୍ୟମନ୍ତ୍ରୀଙ୍କ ସଂପର୍କରେ ଦୁଇ ଏମ୍‌ପି

ମୁମ଼୍ବାଇ, ୮/୬: ୨୦୨୪ ଲୋକସଭା ନିର୍ବାଚନର ଫଳାଫଳ ଘୋଷଣା ହେବା ପରେ ଶିବସେନା ଉଦ୍ଧବ ଗୋଷ୍ଠୀଙ୍କ ଚିନ୍ତା ଏବେ ବଢ଼ିବାରେ ଲାଗିଛି । ୨୦୧୯ ଅପେକ୍ଷା ଚଳିତ ନିର୍ବାଚନରେ ଭଲ ପ୍ରଦର୍ଶନ ନକରନପାରି ଦଳ ୯ଟି ଆସନ ଜିତିବାକୁ ସକ୍ଷମ ହୋଇଛି। ହେଲେ ଏହି ୯ ଏମ୍‌ପିଙ୍କ ମଧ୍ୟରୁ ଦୁଇଜଣ ମୁଖ୍ୟମନ୍ତ୍ରୀ ଶିନ୍ଦେଙ୍କ ସହିତ ସଂପର୍କରେ ରହିଥିବା ଜଣାପଡ଼ିଛି । ସେମାନେ ଏନ୍‌ଡିଏରେ ସାମିଲ ହେବା ନେଇ ଇଚ୍ଛା କରିଥିବା ଶିବସେନା ଶିନ୍ଦେ ଗୋଷ୍ଠୀ ଦାବି କରିଛି। […] The post ବଢ଼ିଲା ଉଦ୍ଧବଙ୍କ ଟେନ୍‌ସନ୍‌, ମୁଖ୍ୟମନ୍ତ୍ରୀଙ୍କ ସଂପର୍କରେ ଦୁଇ ଏମ୍‌ପି appeared first on Dharitri Odia News.

ବଢ଼ିଲା ଉଦ୍ଧବଙ୍କ ଟେନ୍‌ସନ୍‌, ମୁଖ୍ୟମନ୍ତ୍ରୀଙ୍କ ସଂପର୍କରେ ଦୁଇ ଏମ୍‌ପି

ମୁମ଼୍ବାଇ, ୮/୬: ୨୦୨୪ ଲୋକସଭା ନିର୍ବାଚନର ଫଳାଫଳ ଘୋଷଣା ହେବା ପରେ ଶିବସେନା ଉଦ୍ଧବ ଗୋଷ୍ଠୀଙ୍କ ଚିନ୍ତା ଏବେ ବଢ଼ିବାରେ ଲାଗିଛି । ୨୦୧୯ ଅପେକ୍ଷା ଚଳିତ ନିର୍ବାଚନରେ ଭଲ ପ୍ରଦର୍ଶନ ନକରନପାରି ଦଳ ୯ଟି ଆସନ ଜିତିବାକୁ ସକ୍ଷମ ହୋଇଛି। ହେଲେ ଏହି ୯ ଏମ୍‌ପିଙ୍କ ମଧ୍ୟରୁ ଦୁଇଜଣ ମୁଖ୍ୟମନ୍ତ୍ରୀ ଶିନ୍ଦେଙ୍କ ସହିତ ସଂପର୍କରେ ରହିଥିବା ଜଣାପଡ଼ିଛି । ସେମାନେ ଏନ୍‌ଡିଏରେ ସାମିଲ ହେବା ନେଇ ଇଚ୍ଛା କରିଥିବା ଶିବସେନା ଶିନ୍ଦେ ଗୋଷ୍ଠୀ ଦାବି କରିଛି। ଶିନ୍ଦେ ଗୋଷ୍ଠୀର ନେତା ତଥା ନୂବ ନିର୍ବାଚିତ ଏମ୍‌ପି ନରେଶ ମହସ୍କ ଏନେଇ କହିଛନ୍ତି ଯେ ଏହି ଦୁଇ ଏମ୍‌ପିଙ୍କ ବ୍ୟତୀତ ଲାଇନ୍‌ରେ ଆଉ ୪ଜଣ ସାଂସଦ ରହିଛନ୍ତି।

ଅନ୍ୟପଟେ ଶୁକ୍ରବାର ବିଧାନସଭା ନିର୍ବାଚନ ପୂର୍ବରୁ ଶିନ୍ଦେ ଗୋଷ୍ଠୀର କିଛି ବିଧାୟକ ଦଳ ବଦଳ କରିବାକୁ ଯୋଜନା କରୁଥିବା ଜଣାପଡ଼ିଥିଲା। ସୂତ୍ର ଅନୁସାରେ ୬ ବିଧାୟକ ଉଦ୍ଧବ ଠାକ୍‌ରେଙ୍କ ସଂପର୍କରେ ରହିଥିବା ବେଳେ ଏମାନେ ଉଦ୍ଧବ ଗୋଷ୍ଠୀରେ ସାମିଲ୍‌ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି।

ସୂଚନା ଥାଉକି, ଉଦ୍ଧବ ଶିବସେନାର ମୁଖ୍ୟ ନିର୍ବାଚନ ଫଳ ପ୍ରକାଶ ପାଇବା ପରେ ରଣନୀତି ବଦଳାଉଥିବା ଦେଖିବାକୁ ମିଳିଥିଲା। ଦିଲ୍ଲୀରେ ବସିଥିବା ଇଣ୍ଡିଆ ମେଣ୍ଟର ବୈଠକରେ ଉଦ୍ଧବ ସାମିଲ୍‌ ହୋଇନଥିଲେ।

The post ବଢ଼ିଲା ଉଦ୍ଧବଙ୍କ ଟେନ୍‌ସନ୍‌, ମୁଖ୍ୟମନ୍ତ୍ରୀଙ୍କ ସଂପର୍କରେ ଦୁଇ ଏମ୍‌ପି appeared first on Dharitri Odia News.