ବଢିଲା ଏଲନ ମସ୍କଙ୍କ ଚିନ୍ତା: ଟୁଇଟରକୁ ଟକ୍କର ଦେବ ଏହି ଆପ୍
ନୁୟର୍କ, ୧୨।୨: ଜ୍ୟାକ ଡୋର୍ସି ସୋସିଆଲ ମିଡିଆ ଆପ ଟୁଇଟର କରିଥିଲେ, ଯାହା ଏକ ସମୟରେ ବେଶ ଲୋକପ୍ରିୟ ଥିଲା, ଯାହାକୁ ଏଲନ ମସ୍କ କିଣି ଏହାକୁ ଏକ୍ସ ନାମରେ ନାମିତ କରିଥିଲେ। ତେବେ, ସାଧାରଣ ବ୍ୟବହାରକାରୀଙ୍କ ପାଇଁ ବର୍ତ୍ତମାନ ଜ୍ୟାକ ଡୋର୍ସି ତାଙ୍କର ନୂତନ ସୋସିଆଲ ମିଡିଆ ଆପ ବ୍ଲୁସ୍କାଏ ଆଣିଛନ୍ତି। ଏହା ଟୁଇଟର ସହିତ ପ୍ରତିଦ୍ୱନ୍ଦ୍ୱିତା କରିବ। ପ୍ରକାଶ ଯେ, ପୂର୍ବରୁ ବ୍ଲୁସ୍କାଏ ଏକ ଇନଭାଇଟ୍ ଭିତ୍ତିକ ପ୍ଲାଟଫର୍ମ ଥିଲା । ଅର୍ଥାତ୍ ଆପଣ […] The post ବଢିଲା ଏଲନ ମସ୍କଙ୍କ ଚିନ୍ତା: ଟୁଇଟରକୁ ଟକ୍କର ଦେବ ଏହି ଆପ୍ appeared first on Dharitri Odia News.
ନୁୟର୍କ, ୧୨।୨: ଜ୍ୟାକ ଡୋର୍ସି ସୋସିଆଲ ମିଡିଆ ଆପ ଟୁଇଟର କରିଥିଲେ, ଯାହା ଏକ ସମୟରେ ବେଶ ଲୋକପ୍ରିୟ ଥିଲା, ଯାହାକୁ ଏଲନ ମସ୍କ କିଣି ଏହାକୁ ଏକ୍ସ ନାମରେ ନାମିତ କରିଥିଲେ। ତେବେ, ସାଧାରଣ ବ୍ୟବହାରକାରୀଙ୍କ ପାଇଁ ବର୍ତ୍ତମାନ ଜ୍ୟାକ ଡୋର୍ସି ତାଙ୍କର ନୂତନ ସୋସିଆଲ ମିଡିଆ ଆପ ବ୍ଲୁସ୍କାଏ ଆଣିଛନ୍ତି। ଏହା ଟୁଇଟର ସହିତ ପ୍ରତିଦ୍ୱନ୍ଦ୍ୱିତା କରିବ। ପ୍ରକାଶ ଯେ, ପୂର୍ବରୁ ବ୍ଲୁସ୍କାଏ ଏକ ଇନଭାଇଟ୍ ଭିତ୍ତିକ ପ୍ଲାଟଫର୍ମ ଥିଲା । ଅର୍ଥାତ୍ ଆପଣ ଏଥିରେ ଲଗ୍ ଇନ୍ କରିବା ପାଇଁ ଏକ ଇନଭାଇଟ୍ କୋଡ ଆବଶ୍ୟକ ହେଉଥିଲା, କିନ୍ତୁ ବର୍ତ୍ତମାନ ଆପଣ ସାଇନ ଅପ ବିନା ସୋସିଆଲ ମିଡିଆ ଆପ ବ୍ଲୁସ୍କାଏ ବ୍ୟବହାର କରିପାରିବେ। ଅର୍ଥାତ୍ ଏହି ପ୍ଲାଟଫର୍ମରେ ଯେକେହି ବି ସାଇନ କରିପାରିବେ।
ବ୍ଲୁସ୍କାଏ ଆପ୍ ଟୁଇଟର ପରି ଦେଖାଯାଉଛି । ୨୦୨୧ରେ ଜ୍ୟାକ ଡୋର୍ସିଙ୍କ ଦ୍ୱାରା ବ୍ଲୁସ୍କାଏ କରାଯାଇଥିଲା। ବ୍ଲୁସ୍କାଏ ମାଧ୍ୟମରେ ଜଣେ ପରସ୍ପର ସହ କଥା ହୋଇପାରେ।ବ୍ଲୁସ୍କାଏକୁ ପ୍ରଥମେ ଟୁଇଟର ସହିତ ସହିତ ଲିଙ୍କ୍ କରାଯାଇଥାନ୍ତା, କିନ୍ତୁ ବର୍ତ୍ତମାନ ଏହି ଆପ୍ ସଂପୂର୍ଣ୍ଣ ସ୍ବତନ୍ତ୍ର। ଏହା ଧୀରେ ଧୀରେ ଅଭିବୃଦ୍ଧି ହାସଲ କରୁଛି। ଏହା ଲଞ୍ଚ୍ ହେବା ପରଠାରୁ ଏହି ଆପକୁ ୧ ମିଲିୟନରୁ ଅଧିକ ୟୁଜର୍ସ ମିଳିସାରିଲାଣି।
The post ବଢିଲା ଏଲନ ମସ୍କଙ୍କ ଚିନ୍ତା: ଟୁଇଟରକୁ ଟକ୍କର ଦେବ ଏହି ଆପ୍ appeared first on Dharitri Odia News.