ବଢିଲା +୩ ନାମଲେଖା ଆବେଦନ ଅବଧି, ଜୁନ୍ ୪ ଯାଏଁ କରିପାରିବେ ଆବେଦନ

ଭୁବନେଶ୍ୱର ୦୨।୦୬ : ବଢିଲା +୩ ନାମଲେଖା ଆବେଦନ ଅବଧି । ଜୁନ୍ ୪ତାରିଖ ଯାଏଁ କରିପାରିବେ ଆବେଦନ । ୪ ତାରିଖ ରାତି ୧୧ଟା ୪୩ ଯାଏ ଆବେଦନ କରିପାରିବେ । ଛାତ୍ରଛାତ୍ରୀ ଅଭିଭାବକଙ୍କ ଦାବି ପରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି ।ଖବର ଅନୁଯାୟୀ, ଚଳିତ ବର୍ଷ ରାଜ୍ୟରେ ଯୁକ୍ତ ୩ ପାଠ୍ୟକ୍ରମରେ ନାମଲେଖା ଆବେଦନ ଅବଧି ତାରିଖ ରବିବାର ଶେଷ ହୋଇଥିଲା । ହେଲେ ଏବେ ପୁଣି ଥରେ ସରକାର ଆବେଦନ ଅବଧିକୁ ବୃଦ୍ଧି କରିଛନ୍ତି । ଜୁନ୍‌ ୧ ତାରିଖ ରାତି ୧୧.୪୫ରେ ଶେଷ ହୋଇଥିବା ଆବେଦନ ଅବଧିକୁ ଜୁନ୍‌ ୪ ତାରିଥ ରାତି ୧୧. ୪୫ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।  

ବଢିଲା +୩ ନାମଲେଖା ଆବେଦନ ଅବଧି, ଜୁନ୍ ୪ ଯାଏଁ କରିପାରିବେ ଆବେଦନ

ଭୁବନେଶ୍ୱର ୦୨।୦୬ : ବଢିଲା +୩ ନାମଲେଖା ଆବେଦନ ଅବଧି । ଜୁନ୍ ୪ତାରିଖ ଯାଏଁ କରିପାରିବେ ଆବେଦନ । ୪ ତାରିଖ ରାତି ୧୧ଟା ୪୩ ଯାଏ ଆବେଦନ କରିପାରିବେ । ଛାତ୍ରଛାତ୍ରୀ ଅଭିଭାବକଙ୍କ ଦାବି ପରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି ।

ଖବର ଅନୁଯାୟୀ, ଚଳିତ ବର୍ଷ ରାଜ୍ୟରେ ଯୁକ୍ତ ୩ ପାଠ୍ୟକ୍ରମରେ ନାମଲେଖା ଆବେଦନ ଅବଧି ତାରିଖ ରବିବାର ଶେଷ ହୋଇଥିଲା । ହେଲେ ଏବେ ପୁଣି ଥରେ ସରକାର ଆବେଦନ ଅବଧିକୁ ବୃଦ୍ଧି କରିଛନ୍ତି । ଜୁନ୍‌ ୧ ତାରିଖ ରାତି ୧୧.୪୫ରେ ଶେଷ ହୋଇଥିବା ଆବେଦନ ଅବଧିକୁ ଜୁନ୍‌ ୪ ତାରିଥ ରାତି ୧୧. ୪୫ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।