ବଢୁଛି ଚୋରୀ, ଚୋର ଧରିବାରେ ପୋଲିସ ବିଫଳ
ସମ୍ବଲପୁର : ଦିନକୁ ଦିନ ଗୌଡ଼ପାଲି ଅଞ୍ଚଳରେ ରାତ୍ରିଚର ଚୋରଙ୍କ ଦୌରାତ୍ମ୍ୟ ବୃଦ୍ଧି ପାଇବାରେ ଲାଗିଛି। ପ୍ରାୟ ଦିନେ ଦୁଇ ଦିନ ମଧ୍ୟରେ ଅଞ୍ଚଳର କୌଣସି ନା କୌଣସି ଜାଗାରେ କିଛି ନା କିଛି ଚୋରି ହେବାର ଖବର ମିଳୁଛି। ଦୁଃଖର ବିଷୟ ଚୋରି ସମ୍ପର୍କରେ ଫାଣ୍ଡି ଓ ଥାନାରେ ଅଭିଯୋଗ ହୋଇଥିଲେ ମଧ୍ୟ ପୋଲିସ ଅଭିଯୁକ୍ତକୁ ଧରିବାରେ ବିଫଳ ହେଉଛନ୍ତି। ଯଦ୍ୱାରା ପୋଲିସ ଉପରୁ ଲୋକଙ୍କ ଭରସା ଦିନକୁ ଦିନ କମିବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ […] The post ବଢୁଛି ଚୋରୀ, ଚୋର ଧରିବାରେ ପୋଲିସ ବିଫଳ appeared first on Odisha.News.
ସମ୍ବଲପୁର : ଦିନକୁ ଦିନ ଗୌଡ଼ପାଲି ଅଞ୍ଚଳରେ ରାତ୍ରିଚର ଚୋରଙ୍କ ଦୌରାତ୍ମ୍ୟ ବୃଦ୍ଧି ପାଇବାରେ ଲାଗିଛି। ପ୍ରାୟ ଦିନେ ଦୁଇ ଦିନ ମଧ୍ୟରେ ଅଞ୍ଚଳର କୌଣସି ନା କୌଣସି ଜାଗାରେ କିଛି ନା କିଛି ଚୋରି ହେବାର ଖବର ମିଳୁଛି। ଦୁଃଖର ବିଷୟ ଚୋରି ସମ୍ପର୍କରେ ଫାଣ୍ଡି ଓ ଥାନାରେ ଅଭିଯୋଗ ହୋଇଥିଲେ ମଧ୍ୟ ପୋଲିସ ଅଭିଯୁକ୍ତକୁ ଧରିବାରେ ବିଫଳ ହେଉଛନ୍ତି। ଯଦ୍ୱାରା ପୋଲିସ ଉପରୁ ଲୋକଙ୍କ ଭରସା ଦିନକୁ ଦିନ କମିବାରେ ଲାଗିଛି।
ଏହି ପରିପ୍ରେକ୍ଷୀରେ ଗତ ରାତିରେ ଜମନକିରା ଥାନା ଗୌଡ଼ପାଲି ଫାଣ୍ଡି ଅନ୍ତର୍ଗତ ମୁଣ୍ଢେନପାଲି ଗ୍ରାମପଞ୍ଚାୟତ ଅନ୍ତର୍ଗତ ଭେଜିକୁଦ ଛକରେ ଥିବା ବିଭିନ୍ନ ଦୋକାନରୁ ଚୋରି ହୋଇଥିବା ନେଇ ଗୌଡ଼ପାଲି ଫାଣ୍ଡିରେ ଲିଖିତ ଅଭିଯୋଗ ହୋଇଛି। ଭେଜିକୁଦ ଛକରେ ଦୋକାନ କରିଥିବା ମୁଣ୍ଢେନପାଲି ଗ୍ରାମର ଶୋଭନ ଶର୍ମାଙ୍କ ଓ ଭେଜିକୁଦ ଗ୍ରାମର କଳ୍ପେଶ୍ୱର ପଣ୍ଡାଙ୍କ ଦୋକାନ ତାଡି ବିଭିନ୍ନ ସାମଗ୍ରୀ ଚୋରି କରି ନେଇଛନ୍ତି ଦୃର୍ବୁତ୍ତ। ଶୋଭନ ଶର୍ମାଙ୍କ ଦୋକାନରୁ ଗୋଟିଏ ଇନଭର୍ଟର ଓ କିଛି ନଗଦ ରାଶି ଓ କଳ୍ପେଶ୍ଵର ପଣ୍ଡାଙ୍କ ଦୋକାନରୁ କିଛି ନଗଦ ରାଶି ଓ କିଛି ସାମଗ୍ରୀ ଚୋରି ହୋଇଛି।
ଦୁଃଖର ବିଷୟ ଶୋଭନ ଶର୍ମାଙ୍କ ଦୋକାନ ଆଜକୁ କିଛି ବର୍ଷ ବ୍ୟବଧାନରେ ତିନି ଥର ଚୋରି ହୋଇସାରିଛି।
ତେବେ ଗତ ରାତିରେ ହୋଇଥିବା ଚୋରିକୁ ନେଇ ଫାଣ୍ଡିରେ ଅଭିଯୋଗ ହେଲାପରେ ଗୌଡ଼ପାଲି ଫାଣ୍ଡି ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।
The post ବଢୁଛି ଚୋରୀ, ଚୋର ଧରିବାରେ ପୋଲିସ ବିଫଳ appeared first on Odisha.News.