ବଢୁଛି ପର୍ଯ୍ୟଟକଙ୍କ ଭିଡ଼, କମୁଛି ଅର୍ଥ ସଂଗ୍ରହ: ବାଟମାରଣା ସନ୍ଦେହ
ଦାରିଙ୍ଗବାଡି,୩୦।୧୨(ଅରୁଣ ସାହୁ): ଶୀତ ଯେମିତି ବଢୁଛି ପର୍ଯ୍ୟଟକଙ୍କ ଦାରିଙ୍ଗବାଡି ବୁଲିବା ସଂଖ୍ୟା ସେମିତି ବୃଦ୍ଧି ପାଉଛି। ପର୍ଯ୍ୟଟକଙ୍କ ବୃଦ୍ଧିକୁ ନଜରରେ ରଖି ଜିଲା ପ୍ରଶାସନ ଓ ସ୍ଥାନୀୟ ପ୍ରଶାସନ ପର୍ଯ୍ୟଟନ କ୍ଷେତ୍ରଗୁଡିକୁ ରୂପାନ୍ତର କରୁଛି। ଯେଉଁଭଳି ଲକ୍ଷ ଲକ୍ଷ ଟଙ୍କା ଅର୍ଥ ପର୍ଯ୍ୟଟନ କ୍ଷେତ୍ରରେ ଖର୍ଚ୍ଚ କରାଯାଉଛି। ସେହିଭକି ରୋଜଗାର ମଧ୍ୟ ଆସୁଛି ହେଲେ ସରକାରଙ୍କ ଅର୍ଥ ସଠିକ ଭାବେ ତାଙ୍କ ଟ୍ରେଜେରିକୁ ଯିବା ବାଟରେ ତୋଷାରପାତ ହେଉଥିବା ସନ୍ଦେହ କରାଯାଉଛି। ଏଥିପାଇଁ ଟିକେଟ ସଂଗ୍ରହ ଦାୟିତ୍ୱରେ […] The post ବଢୁଛି ପର୍ଯ୍ୟଟକଙ୍କ ଭିଡ଼, କମୁଛି ଅର୍ଥ ସଂଗ୍ରହ: ବାଟମାରଣା ସନ୍ଦେହ appeared first on Dharitri Odia News.
ଦାରିଙ୍ଗବାଡି,୩୦।୧୨(ଅରୁଣ ସାହୁ): ଶୀତ ଯେମିତି ବଢୁଛି ପର୍ଯ୍ୟଟକଙ୍କ ଦାରିଙ୍ଗବାଡି ବୁଲିବା ସଂଖ୍ୟା ସେମିତି ବୃଦ୍ଧି ପାଉଛି। ପର୍ଯ୍ୟଟକଙ୍କ ବୃଦ୍ଧିକୁ ନଜରରେ ରଖି ଜିଲା ପ୍ରଶାସନ ଓ ସ୍ଥାନୀୟ ପ୍ରଶାସନ ପର୍ଯ୍ୟଟନ କ୍ଷେତ୍ରଗୁଡିକୁ ରୂପାନ୍ତର କରୁଛି। ଯେଉଁଭଳି ଲକ୍ଷ ଲକ୍ଷ ଟଙ୍କା ଅର୍ଥ ପର୍ଯ୍ୟଟନ କ୍ଷେତ୍ରରେ ଖର୍ଚ୍ଚ କରାଯାଉଛି। ସେହିଭକି ରୋଜଗାର ମଧ୍ୟ ଆସୁଛି ହେଲେ ସରକାରଙ୍କ ଅର୍ଥ ସଠିକ ଭାବେ ତାଙ୍କ ଟ୍ରେଜେରିକୁ ଯିବା ବାଟରେ ତୋଷାରପାତ ହେଉଥିବା ସନ୍ଦେହ କରାଯାଉଛି। ଏଥିପାଇଁ ଟିକେଟ ସଂଗ୍ରହ ଦାୟିତ୍ୱରେ ଥିବା କର୍ମଚାରୀ ହୁଅନ୍ତୁ କି ଅଧିକାରୀ କୋଉଠି ନା କୋଉଠି ବାଟମାରଣା ହେଉଥିବା ସ୍ଥାନୀୟ ପ୍ରଶାସନ ଚିନ୍ତା ପ୍ରକଟ କରିଛି।
ପ୍ରକାଶ ଯେ, ଚଳିତମାସର ଶେଷ ରବିବାର ଛୁଟି ଦିନ ରହିଥିବାରୁ ଦାରିଙ୍ଗବାଡିକୁ ହଜାର ହଜାର ପର୍ଯ୍ୟଟକ ବୁଲିବାକୁ ଆସିବା ସହ ବଣ ଭୋଜି କରି ମଜା ନେଇଛନ୍ତି। ଡୁଲୁରୀ ପାଇନବଣ ସମେତ କଫିବଗିଚା, ହିଲଭିୟୁ ପାର୍କ, ପାଟାବାନ୍ଧା ଜଳପ୍ରପାତ, ମିଡିୟୁାନ୍ଦା ଓ ଲଭର୍ସ ପଏଣ୍ଟ ଆଦି ପର୍ଯ୍ୟଟକ ବୁଲିଛନ୍ତି। ସବୁଠି ପର୍ଯ୍ୟଟକଙ୍କୁ ଦେବାକୁ ପଡୁଛି ଅର୍ଥ, ଆଉ ଦିଆଯାଉଛି ଟିକେଟ ହେଲେ ଦାରିଙ୍ଗବାଡିକୁ ସ୍ବତନ୍ତ୍ର ପରିଚୟ ଦେଇଥିବା କଫି ବଗିଚାକୁ ସର୍ବାଧିକ ଭିଡ଼ ଦେଖିବାକୁ ମିଳୁଛି। ଯିଏ ଦାରିଙ୍ଗବାଡି ଆସନ୍ତି ସିଏ କଫି ବଗିଚାକୁ ବୁଲିବାକୁ ଯିବା ନଜିର ରହିଥିବାବେଳେ ସେଠାରେ ରବିବାର ମାତ୍ର ୩ ହଜାର ପର୍ଯ୍ୟଟକ ବୁଲିବାକୁ ଯାଇଛନ୍ତି। ୩୦ ହଜାର ଟଙ୍କା ଟିକେଟ ଏ ବାବଦକୁ ଅର୍ଥ ସଂଗ୍ରହ ହୋଇଥିବା ବେଳେ ବ୍ଲକ ପ୍ରଶାସନ ହାତରେ ରହିଥିବା ହିଲଭିୟୁ ପାର୍କକୁ ୩ ହଜାର ୪ ଶହ ୩୦ ଜଣ ପର୍ଯ୍ୟଟକ ବୁଲିଛନ୍ତି ଓ ଟୟଟ୍ରେନରେ ୫ ଶହ ୨୫ ଜଣ ଚଢି ବୁଲିବା ଓ ପାର୍କିଂ ବାବଦକୁ ୫ ହଜାର ୬୭୦ ଟଙ୍କା ଆଦାୟ ହୋଇ ମୋଟ ୫୦ହଜାର ୨୭୦ ଟଙ୍କା ପର୍ଯ୍ୟଟକଙ୍କଠାରୁ ଆଦାୟ ହୋଇଛି।
ଅନ୍ୟ ପର୍ଯ୍ୟଟନକ୍ଷେତ୍ରର ହିସାବ ଏପର୍ଯ୍ୟନ୍ତ ହସ୍ତଗତ ହୋଇପାରି ନ ଥିବା ବିଡ଼ିଓ ପ୍ରୀତିରଞ୍ଜନ ରଥ କହିଛନ୍ତି । ମୃତ୍ତିକା ସଂରକ୍ଷଣ ବିଭାଗ ହାତରେ କଫି ବଗିଚା ରହିଥିବା ବେଳେ ଏହାର ଦାୟିତ୍ୱରେ ଥିବା କର୍ମଚାରୀଙ୍କ କାର୍ଯ୍ୟକଳାପ ଓ ଏହାର ଦାୟିତ୍ୱ ଜଣେ ରାତ୍ରୀ ଜଗୁଆଳି ହାତରେ ଅର୍ଥ କାରବାର ଦେଇ ଅଧିକାରୀମାନେ ନିଜ ଦୋଷ ଦୁର୍ବଳତାକୁ ଛଡେଇ ନେଉଛନ୍ତି । ଯାହାକି ହଜାର ହଜାର ଟଙ୍କା କାରବାରରେ ଚଞ୍ଚକତା ଦେଖାଯାଇଛି। ଏନେଇ ମୃତ୍ତିକା ସଂରକ୍ଷଣ ସମ୍ପ୍ରସାରଣ କର୍ମୀ ସୁନୀଲ ଦେବ ମେହେନା କହିଛନ୍ତି, ଆମେ କେବଳ ଟଙ୍କା ଡିପୋଜିଟ କରିବାରେ କାର୍ଯ୍ୟ କରୁଛୁ। ଜଣେ ରାତ୍ରୀ ଜଗୁଆଳି ଓ ଟିକେଟ କାଟିବାକୁ କର୍ମଚାରୀମାନେ ଯାହା ଟିକେଟ ବିକ୍ରୀ କରନ୍ତି ତାହାର ଅର୍ଥ ଅଫିସରେ ଆଣି ଦିଅନ୍ତି ବୋଲି କହିଛନ୍ତି।
ସୂଚନାଯୋଗ୍ୟ, କଫି ବଗିଚାରେ ଭିଡ଼ ଅଧିକ ରହିଥିବାବେଳେ ଚଳିତ ୨୫ରେ ପର୍ଯ୍ୟଟକଙ୍କ ଠାରୁ ମାତ୍ର ୬ ହଜାର ଟିକେଟ ବାବଦକୁ ଅର୍ଥ ସଂଗ୍ରହ ହୋଇଥିବାବେଳେ ସେହିଦିନ ବର୍ଷା ସତ୍ୱେ ହିଲଭି୍ୟୁପାର୍କ ରେ ୧୩ହଜାର୮୩୦ ଅର୍ଥ ସଂଗ୍ରହ ହୋଇଛି ସେହିପରି ୨୬ ରେ କଫି ବଗିଚା ରେ ୧୦ ହଜାର ଆଦାୟ ହୋଇଥିବା ବେଳେ ସେହିଦିନ ହିଲଭିୟୁ ପାର୍କରେ ୧୭ ହଜାର ୬୫୦ ଟଙ୍କା ଆଦାୟ ହୋଇଛି। ୨୭ରେ କଫି ବଗିଚାରୁ ୧୬ ହଜାର ଓ ହିଲଭିୟୁ ପାର୍କରୁ ୨୨ ହଜାର ୬୦୦ ଅର୍ଥ ସଂଗ୍ରହ ହୋଇଛି। ସେହିପରି ୨୮ରେ ୨୦ହଜାର ଓ ହିଲଭିୟୁ ପାର୍କରୁ ସେହିଦିନ ୩୦ ହଜାର ୬୪୦ ଆଦାୟ ହୋଇଛି। ସେହିପରି ୨୯ରେ କଫି ବଗିଚାରୁ ୩୦ ହଜାର ଟିକେଟ ବାବଦକୁ ସଂଗ୍ରହ ହୋଇଥିବାବେଳେ ହିଲଭିୟୁ ପାର୍କରୁ ୫୦ ହଜାର ୨୭୦ ଟଙ୍କା ଆଦାୟ ହୋଇଛି। ପ୍ରତିଦିନ କଫି ବଗିଚାରେ ସର୍ବାଧିଜ ଭିଡ଼ ଥାଇ ମଧ୍ୟ ହିଲଭିୟୁ ପାର୍କଠାରୁ ଯଥେଷ୍ଟ କମ ରୋଜଗାର ନେଇ ବିଡ଼ିଓ ପ୍ରୀତିରଞ୍ଜନ ରଥ ଚିନ୍ତା ପ୍ରକଟ କରିବା ସହ ସେ ଏହା ଜିଲାପାଳ ଅମ୍ରିତ ଋତୁରାଜଙ୍କୁ ଜଣାଇବି ବୋଲି କହିଛନ୍ତି।
The post ବଢୁଛି ପର୍ଯ୍ୟଟକଙ୍କ ଭିଡ଼, କମୁଛି ଅର୍ଥ ସଂଗ୍ରହ: ବାଟମାରଣା ସନ୍ଦେହ appeared first on Dharitri Odia News.