ବଢୁଛି ବିଜେଡି କଳି:ସମ୍ବିତଙ୍କ ବିରୋଧରେ ପୁଣି ମେଳି
ପାରାଦୀପ,୯।୪(ଶରତ ରାଉତ):ପାରାଦୀପ ବିଧାନସଭା ଆସନ ପାଇଁ ବିଜେଡିର ପ୍ରାର୍ଥୀ ଘୋଷଣା ଯେତିକି ବିଳମ୍ବ ହେଉଛି , ବିଧାୟକ ସମ୍ବିତ ରାଉତରାୟଙ୍କୁ ବିରୋଧ ସେତିକି ବୃଦ୍ଧି ପାଉଛି। ସମ୍ବିତଙ୍କୁ ଆଉ ପ୍ରାର୍ଥୀ ନ କରିବା ପାଇଁ ୮ ଥର ବିରୋଧୀ ସଭା ହୋଇଥିଲା। ପୁଣି ରବିବାର ସାରେ ପାରାଦୀପ ମଧୁବନ ଶ୍ରମିକ ଭବନରେ ବଡ଼ଧରଣର ବିରୋଧ ହୋଇଛି। ଦଳର ଛାମୁଆ କର୍ମୀମାନେ ବୈଠକ କରିବା ସହ ଖବରଦାତା ସମ୍ମିଳନୀ କରିଛନ୍ତି। ଏଥିରେ କୁଜଙ୍ଗ ବ୍ଲକର ପୂର୍ବତନ ଅଧ୍ୟକ୍ଷ ସ୍ମୃତିରଞ୍ଜନ […] The post ବଢୁଛି ବିଜେଡି କଳି:ସମ୍ବିତଙ୍କ ବିରୋଧରେ ପୁଣି ମେଳି appeared first on Dharitri Odia News.
ପାରାଦୀପ,୯।୪(ଶରତ ରାଉତ):ପାରାଦୀପ ବିଧାନସଭା ଆସନ ପାଇଁ ବିଜେଡିର ପ୍ରାର୍ଥୀ ଘୋଷଣା ଯେତିକି ବିଳମ୍ବ ହେଉଛି , ବିଧାୟକ ସମ୍ବିତ ରାଉତରାୟଙ୍କୁ ବିରୋଧ ସେତିକି ବୃଦ୍ଧି ପାଉଛି। ସମ୍ବିତଙ୍କୁ ଆଉ ପ୍ରାର୍ଥୀ ନ କରିବା ପାଇଁ ୮ ଥର ବିରୋଧୀ ସଭା ହୋଇଥିଲା। ପୁଣି ରବିବାର ସାରେ ପାରାଦୀପ ମଧୁବନ ଶ୍ରମିକ ଭବନରେ ବଡ଼ଧରଣର ବିରୋଧ ହୋଇଛି। ଦଳର ଛାମୁଆ କର୍ମୀମାନେ ବୈଠକ କରିବା ସହ ଖବରଦାତା ସମ୍ମିଳନୀ କରିଛନ୍ତି। ଏଥିରେ କୁଜଙ୍ଗ ବ୍ଲକର ପୂର୍ବତନ ଅଧ୍ୟକ୍ଷ ସ୍ମୃତିରଞ୍ଜନ ବେହେରା, ପୂର୍ବତନ ସରପଞ୍ଚ ସଂଗ୍ରାମ ମନ୍ତ୍ରୀ, ତପନ ସାମନ୍ତରାୟ, ସରପଞ୍ଚ ସରୋଜ ସେଠୀଙ୍କ ସମେତ ଆଗଧାଡ଼ିର କର୍ମୀ, ପାରାଦୀପ ପୌରାଞ୍ଚଳର ୭ ଜଣ କାଉନ୍ସିଲର ଓ ଅନେକ କର୍ମୀ ଖୋଲାଖୋଲି ସମ୍ବିତଙ୍କ ବିରୋଧରେ ବିଷୋଦଗାର୍ କରିଛନ୍ତି। ସ୍ବର୍ଗତ ଦାମୋଦର ରାଉତ ୪୦ ବର୍ଷ ଧରି କ୍ଷମତା ଉପଭୋଗ କଲେଣି। ୨୦୧୯ରେ ଦାମୋଦର ବିଜେଡି ଛାଡି ଭାଜପା ପ୍ରାର୍ଥୀ ହୋଇଥିଲେ। ପୁଅ ସମ୍ବିତ ପାରାଦୀପ ବିଜେଡି ପ୍ରାର୍ଥୀ ହେଲେ। ଏବେ ବୋହୂ କିମ୍ବା ଝିଅ ପ୍ରାର୍ଥୀ ହେବାପାଇଁ ଆଗୁଆ ଘୋଷଣା କରି ସାରିଲେଣି। ଗତ ୩ ଦିନ ତଳେ କୁଜଙ୍ଗ ମୁକ୍ତେଶ୍ୱର ମନ୍ଦିର ପରିସରରେ କର୍ମୀ ଓ ଖବରଦାତାଙ୍କ ଆଗରେ ସମ୍ବିତ ଭାବନାତ୍ମକ ଅନୁକମ୍ପା ସୃଷ୍ଟି କରିଥିଲେ ଏବଂ ଆମକୁ ନିନ୍ଦୁକ କହିଥିଲେ ବୋଲି ସ୍ମୃତିରଞ୍ଜନ କ୍ଷୋଭର ସହ ପ୍ରକାଶ କରିଛନ୍ତି। ବିଧାୟକ କାହାର କ୍ଷତି କରିନାହାନ୍ତି ବୋଲି କହିବା ଘଟଣାରେ ପାରାଦୀପର ପୂର୍ବତନ କାଉନ୍ସିଲର ମନୋଜ କୁମାର ବେହେରା ଦଳୀୟ କ୍ଷତି ସମ୍ପର୍କରେ ବ୍ୟାଖ୍ୟା କରିଛନ୍ତି।
ରବିବାର ଯେଉଁମାନେ ଏପରି ବିରୋଧ କରିଥିଲେ, ସେମାନେ ପାରାଦୀପ ପୌରାଧ୍ୟକ୍ଷ ବସନ୍ତ ବିଶ୍ୱାଳଙ୍କ ସମର୍ଥକ ବୋଲି ଜଣାପଡ଼ିଛି। ଏପରିକି କେତେଜଣ ବସନ୍ତଙ୍କୁ ପ୍ରାର୍ଥୀ କରାଯାଉ କିମ୍ବା ଅନ୍ୟ କାହାକୁ ମୁଖ୍ୟମନ୍ତ୍ରୀ ଟିକେଟ ଦିଅନ୍ତୁ ବୋଲି କହିଥିଲେ। ଏ ସମ୍ପର୍କରେ ବିଧାୟକ ରାଉତରାୟଙ୍କୁ ପଚାରିବାରେ କହିଛନ୍ତି, ଗଣତନ୍ତ୍ରରେ ସମସ୍ତଙ୍କର ବାକ୍ ସ୍ବାଧୀନତା ଅଛି। ମୁଁ ସବୁ କର୍ମୀଙ୍କର ଗ୍ରହଣୀୟ ହେବି ବୋଲି କିଛି ମାନେ ନାହିଁ। ପ୍ରାର୍ଥୀ କିଏ ହେବ ତାହା ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେବେ।
The post ବଢୁଛି ବିଜେଡି କଳି:ସମ୍ବିତଙ୍କ ବିରୋଧରେ ପୁଣି ମେଳି appeared first on Dharitri Odia News.