ବଣ୍ଡାଘାଟି ଝିଅ ପାଇଲେ OAS
ସେ ୫୯୬ ନମ୍ୱର ରାଙ୍କ ରଖିଛନ୍ତି। ରେଜଲ୍ଟ ପ୍ରକାଶ ପାଇବା ପରେ ବିନି ମୁଦୁଲି ଖୁସି ପ୍ରକାଶ କରିଛନ୍ତି।
୨୦୨୨ର OPSC ପରୀକ୍ଷାରେ କମାଲ୍ କଲେ ବଣ୍ଡାଘାଟି ଝିଅ ବିନି ମୁଦୁଲି। ଓଡ଼ିଶା ପ୍ରଶାସନିକ ପରୀକ୍ଷାରେ ପ୍ରଥମ ଥର ପାଇଁ କୃତକାର୍ଯ୍ୟ ହୋଇ ଅଞ୍ଚଳରେ ଇତିହାସ ରଚିଛନ୍ତି। ସେ ୫୯୬ ନମ୍ୱର ରାଙ୍କ ରଖିଛନ୍ତି। ରେଜଲ୍ଟ ପ୍ରକାଶ ପାଇବା ପରେ ବିନି ମୁଦୁଲି ଖୁସି ପ୍ରକାଶ କରିଛନ୍ତି। ଆଉ ଏହି ସଫଳତାର ଶ୍ରେୟ ବାପା-ମାଆ, ଶିକ୍ଷକ ଶିକ୍ଷୟିତ୍ରୀ ଓ ସାଙ୍ଗସାଥୀଙ୍କୁ ଦେଇଛନ୍ତି।