ବଦଳିବ କି NCERT ବହି ? ସ୍ପଷ୍ଟିକରଣ ଦେଲେ ସରକାର
ନୂଆଦିଲ୍ଲୀ,୧୦।୭: ନ୍ୟାସନାଲ କାଉନସିଲ୍ ଅଫ୍ ଏଜୁକେସନାଲ୍ ରିସର୍ଚ୍ଚ ଏବଂ ଟ୍ରେନିଂ(ଏନସିଇଆରଟି) ପାଠ୍ୟକ୍ରମରେ ପରିବର୍ତ୍ତନ ଏବଂ ବହି ବଦଳିବା ନେଇ ଖବର ପ୍ରକାଶ ପାଇବା ପରେ ସ୍ପଷ୍ଟୀକରଣ ଦେଇଛନ୍ତି ସରକାର। ଷଷ୍ଠ ଏବଂ ଏକାଦଶ ଶ୍ରେଣୀଗୁଡ଼ିକ ପାଇଁ ସଂଶୋଧିତ ଏନସିଇଆରଟି ପାଠ୍ୟ ପୁସ୍ତକ ପ୍ରକାଶ କରାଯିବ ବୋଲି ଏକ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା। ଯାହାକୁ ମିଥ୍ୟ ଏବଂ ତଥ୍ୟ ବିହୀନ ଖବର ବୋଲି କହିଛନ୍ତି ସରକାର। ମାର୍ଚ୍ଚ ୨୦୨୪ ପ୍ରକାଶ କରାଯାଇଥିବା ସିବିଏସଇ’ର ସର୍କୁଲାର୍ ଅନୁଯାୟୀ […] The post ବଦଳିବ କି NCERT ବହି ? ସ୍ପଷ୍ଟିକରଣ ଦେଲେ ସରକାର appeared first on Dharitri Odia News.
ନୂଆଦିଲ୍ଲୀ,୧୦।୭: ନ୍ୟାସନାଲ କାଉନସିଲ୍ ଅଫ୍ ଏଜୁକେସନାଲ୍ ରିସର୍ଚ୍ଚ ଏବଂ ଟ୍ରେନିଂ(ଏନସିଇଆରଟି) ପାଠ୍ୟକ୍ରମରେ ପରିବର୍ତ୍ତନ ଏବଂ ବହି ବଦଳିବା ନେଇ ଖବର ପ୍ରକାଶ ପାଇବା ପରେ ସ୍ପଷ୍ଟୀକରଣ ଦେଇଛନ୍ତି ସରକାର। ଷଷ୍ଠ ଏବଂ ଏକାଦଶ ଶ୍ରେଣୀଗୁଡ଼ିକ ପାଇଁ ସଂଶୋଧିତ ଏନସିଇଆରଟି ପାଠ୍ୟ ପୁସ୍ତକ ପ୍ରକାଶ କରାଯିବ ବୋଲି ଏକ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା। ଯାହାକୁ ମିଥ୍ୟ ଏବଂ ତଥ୍ୟ ବିହୀନ ଖବର ବୋଲି କହିଛନ୍ତି ସରକାର।
ମାର୍ଚ୍ଚ ୨୦୨୪ ପ୍ରକାଶ କରାଯାଇଥିବା ସିବିଏସଇ’ର ସର୍କୁଲାର୍ ଅନୁଯାୟୀ ତୃତୀୟ ଏବଂ ଷଷ୍ଠ ଶ୍ରେଣୀ ବ୍ୟତୀତ ଅନ୍ୟ ସମସ୍ତ ଶ୍ରେଣୀ ପାଇଁ, ବିଦ୍ୟମାନ ପାଠ୍ୟକ୍ରମ କିମ୍ବା ପାଠ୍ୟପୁସ୍ତକରେ କୌଣସି ପରିବର୍ତ୍ତନ ହୋଇନାହିଁ। ବିଭ୍ରାନ୍ତିକର ତଥ୍ୟକୁ ଦୃଷ୍ଟିରେ ରଖି, ବିଦ୍ୟାଳୟଗୁଡ଼ିକ ପୁନର୍ବାର ପୂର୍ବ ଶିକ୍ଷା ବର୍ଷ (୨୦୨୩-୨୪) ପରି ଏହି ଶ୍ରେଣୀଗୁଡ଼ିକ ପାଇଁ ସମାନ ପାଠ୍ୟପୁସ୍ତକ ବ୍ୟବହାର ଜାରି ରଖିବାକୁ ସିବିଏସଇ ଦ୍ୱାରା ପରାମର୍ଶ ଦିଆଯାଇଛି।
ଜୁଲାଇ ୨୦୨୪ ମଧ୍ୟରେ ଏନସିଇଆରଟି ଦ୍ୱାରା ସମସ୍ତ ଷଷ୍ଠ ଶ୍ରେଣୀ ପାଠ୍ୟପୁସ୍ତକ ଉପଲବ୍ଧ ହେବ । ଯେଉଁ ୨ ମାସର ସମୟ ସୀମାକୁ ଦର୍ଶାଯାଉଛି ତାହା ଭୁଲ୍। ପରୀକ୍ଷାମୂଳକ ଶିକ୍ଷଣ ପରିପ୍ରେକ୍ଷୀରେ ଅଭିଜ୍ଞତା ପାଇଁ ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କୁ ପର୍ଯ୍ୟାପ୍ତ ସମୟ ପ୍ରଦାନ କରିବା ଏବଂ ଉଭୟ ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କୁ ପୁରୁଣାରୁ ନୂତନ ପାଠ୍ୟକ୍ରମକୁ ସୁରୁଖୁରୁରେ ପରିବର୍ତ୍ତନ ସୁନିଶ୍ଚିତ କରିବା ପାଇଁ ଏନସିଇଆରଟି ଷଷ୍ଠ ଶ୍ରେଣୀ ପାଇଁ ସମସ୍ତ ୧୦ଟି ବିଷୟ କ୍ଷେତ୍ରରେ ଏକ ମାସ ବ୍ୟାପୀ ସେତୁ କାର୍ଯ୍ୟକ୍ରମ ଉପଲବ୍ଧ କରିସାରିଛି, ଯାହା ବର୍ତ୍ତମାନ ଶିକ୍ଷାଦାନ ପାଇଁ ବ୍ୟବହୃତ ହେଉଛି ।
ଆରପିଡିସି ବାଙ୍ଗାଲୋର ତାମିଲନାଡୁ ସମେତ ସମସ୍ତ ଦକ୍ଷିଣ ଭାରତୀୟ ରାଜ୍ୟକୁ ସେବା ଯୋଗାଇଥାଏ । ଆରପିଡିସି ବାଙ୍ଗାଲୋରରୁ ମିଳିଥିବା ନବମ ଓ ଏକାଦଶ ଶ୍ରେଣୀ ପାଠ୍ୟପୁସ୍ତକର ଶୀର୍ଷକ ଭିତ୍ତିରେ ଦାବି ଏନସିଇଆରଟି ପବ୍ଲିକେସନ ଡିଭିଜନ ଦ୍ୱାରା ପୂରଣ ହୋଇଛି ଏବଂ ଆରପିଡିସି ବାଙ୍ଗାଲୋର ଦ୍ୱାରା କୌଣସି ତ୍ରୁଟି ରିପୋର୍ଟ କରାଯାଇନାହିଁ ।
The post ବଦଳିବ କି NCERT ବହି ? ସ୍ପଷ୍ଟିକରଣ ଦେଲେ ସରକାର appeared first on Dharitri Odia News.