ବଦଳିବ ବିଲ୍‌ଡିଂ ନିୟମାବଳୀ, ଏଣିକି ସରଳ ହେବ ଘରର ପ୍ଲାନ ଆପ୍ରୁଭାଲ

ଭୁବନେଶ୍ୱର: ଏଣିକି  ସରଳୀକରଣ ହେଉ ବିଲ୍‌ଡିଂ ପ୍ଲାନ ଆପ୍ରୁଭାଲ । ବଦଳିବ ବିଲ୍‌ଡିଂ ନିୟମାବଳୀ। ଏ ନେଇ ଗୃହନିର୍ମାଣ ଏବଂ ସହରାଞ୍ଚର ବିକାଶର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଉଷା ପାଢୀଙ୍କୁ ପ୍ରସ୍ତାବ ଦେଇଛନ୍ତି ଓଡ଼ିଶା ସ୍ଥପତି ସଂଘ(ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଆର୍କିଟେକ୍ଟସ୍‌   ଓଡ଼ିଶା ଚାପ୍ଟର । ପୂର୍ବରୁ ପ୍ରମୁଖ ଶାସନ ସଚିବ ଉଷା ପାଢ଼ୀ ସାଧାରଣ ଲୋକଙ୍କ ସମସ୍ୟାର ସମାଧାନ ପାଇଁ  ଏହି ଆର୍କିଟେକ୍ ଚାପ୍ଟରଙ୍କୁ ପ୍ଲାନ ଦେବାକୁ କହିଥିଲେ । ତେଣୁ ଏହି ପ୍ରସ୍ତାବ ପାଇବା ପରେ ସାଧାରଣ ଲୋକଙ୍କ ପାଇଁ ସରକାର କରିବାକୁ ଯାଉଛନ୍ତି।ଏବେ ନୂଆ ରୂପରେ ଆସିବ ଓଡ଼ିଶା ବିଲ୍‌ଡିଂ ନିୟମାବଳୀ । ନୂଆ ଓଡ଼ିଶା ପାଇଁ ନୂଆ ପ୍ରସ୍ତାବ ହେବ  ଲୋକାଭିମୁଖୀ ହେବ ଗୃହ ନିର୍ମାଣ ନିୟମାବଳୀ । ସରଳୀକରଣ ହେଉ ଆପ୍ରୁଭାଲ୍‌ ସିଷ୍ଟମ । ଆର୍କିଟେକ୍ ଓଡ଼ିଶା ଚାପ୍ଟର ଅଧ୍ୟକ୍ଷା ଶ୍ରୀମତୀ ସ୍ୱପ୍ନଦତ୍ତା ମହାନ୍ତିଙ୍କ ନେତୃତ୍ୱରେ ପ୍ରସ୍ତାବିତ ଚିଠା ଓଡ଼ିଶା ବିକାଶ ପ୍ରାଧିକରଣ ପ୍ଲାନିଂ ଓ ନିର୍ମାଣ ମାନକ ନିୟମ  ୨୦୨୫ ଦେଇଛନ୍ତି ।  ଆଇନକୁ କମ୍ ଜଟିଳ ଏବଂ ଅଧିକ ଲୋକାଭିମୁଖୀ କରି ଗଢିତୋଳିବା ଏବଂ ପରିଶେଷରେ ସାଧାରଣ ଲୋକଙ୍କୁ ଫାଇଦା ଦେବା ଲକ୍ଷ୍ୟରେ ଶ୍ରୀମତୀ ଉଷା ପାଢୀ, ଆଇଏଏସଙ୍କ ମାର୍ଗଦର୍ଶନରେ ଏହି ପ୍ରୟାସ ହାତକୁ ନିଆଯାଇଥିଲା । Also read: ଲାଞ୍ଚ ନେଇ ଫସିଗଲେ ଧର୍ମଗଡ଼ ଉପ ଜିଲ୍ଲାପାଳ, କିଏ ଓ କାହିଁକି ଦେଉଥିଲା ୧୦ ଲକ୍ଷ ଟଙ୍କା ?ଇଣ୍ଡିଆନ

ବଦଳିବ ବିଲ୍‌ଡିଂ ନିୟମାବଳୀ, ଏଣିକି ସରଳ ହେବ ଘରର ପ୍ଲାନ ଆପ୍ରୁଭାଲ

ଭୁବନେଶ୍ୱର: ଏଣିକି  ସରଳୀକରଣ ହେଉ ବିଲ୍‌ଡିଂ ପ୍ଲାନ ଆପ୍ରୁଭାଲ । ବଦଳିବ ବିଲ୍‌ଡିଂ ନିୟମାବଳୀ। ଏ ନେଇ ଗୃହନିର୍ମାଣ ଏବଂ ସହରାଞ୍ଚର ବିକାଶର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଉଷା ପାଢୀଙ୍କୁ ପ୍ରସ୍ତାବ ଦେଇଛନ୍ତି ଓଡ଼ିଶା ସ୍ଥପତି ସଂଘ(ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଆର୍କିଟେକ୍ଟସ୍‌   ଓଡ଼ିଶା ଚାପ୍ଟର । ପୂର୍ବରୁ ପ୍ରମୁଖ ଶାସନ ସଚିବ ଉଷା ପାଢ଼ୀ ସାଧାରଣ ଲୋକଙ୍କ ସମସ୍ୟାର ସମାଧାନ ପାଇଁ  ଏହି ଆର୍କିଟେକ୍ ଚାପ୍ଟରଙ୍କୁ ପ୍ଲାନ ଦେବାକୁ କହିଥିଲେ । ତେଣୁ ଏହି ପ୍ରସ୍ତାବ ପାଇବା ପରେ ସାଧାରଣ ଲୋକଙ୍କ ପାଇଁ ସରକାର କରିବାକୁ ଯାଉଛନ୍ତି।

ଏବେ ନୂଆ ରୂପରେ ଆସିବ ଓଡ଼ିଶା ବିଲ୍‌ଡିଂ ନିୟମାବଳୀ । ନୂଆ ଓଡ଼ିଶା ପାଇଁ ନୂଆ ପ୍ରସ୍ତାବ ହେବ  ଲୋକାଭିମୁଖୀ ହେବ ଗୃହ ନିର୍ମାଣ ନିୟମାବଳୀ । ସରଳୀକରଣ ହେଉ ଆପ୍ରୁଭାଲ୍‌ ସିଷ୍ଟମ । ଆର୍କିଟେକ୍ ଓଡ଼ିଶା ଚାପ୍ଟର ଅଧ୍ୟକ୍ଷା ଶ୍ରୀମତୀ ସ୍ୱପ୍ନଦତ୍ତା ମହାନ୍ତିଙ୍କ ନେତୃତ୍ୱରେ ପ୍ରସ୍ତାବିତ ଚିଠା ଓଡ଼ିଶା ବିକାଶ ପ୍ରାଧିକରଣ ପ୍ଲାନିଂ ଓ ନିର୍ମାଣ ମାନକ ନିୟମ  ୨୦୨୫ ଦେଇଛନ୍ତି ।  ଆଇନକୁ କମ୍ ଜଟିଳ ଏବଂ ଅଧିକ ଲୋକାଭିମୁଖୀ କରି ଗଢିତୋଳିବା ଏବଂ ପରିଶେଷରେ ସାଧାରଣ ଲୋକଙ୍କୁ ଫାଇଦା ଦେବା ଲକ୍ଷ୍ୟରେ ଶ୍ରୀମତୀ ଉଷା ପାଢୀ, ଆଇଏଏସଙ୍କ ମାର୍ଗଦର୍ଶନରେ ଏହି ପ୍ରୟାସ ହାତକୁ ନିଆଯାଇଥିଲା । 

Also read: ଲାଞ୍ଚ ନେଇ ଫସିଗଲେ ଧର୍ମଗଡ଼ ଉପ ଜିଲ୍ଲାପାଳ, କିଏ ଓ କାହିଁକି ଦେଉଥିଲା ୧୦ ଲକ୍ଷ ଟଙ୍କା ?

ଇଣ୍ଡିଆନ ଇନଷ୍ଟିଚୁ୍ୟଟ ଅଫ ଆର୍କିଟେକ୍ଟସ୍‌ (ଆଇଆଇଏ) ଓଡ଼ିଶା ଚାପ୍ଟର, ଏହାର ଅଧ୍ୟକ୍ଷା ଶ୍ରୀମତୀ ସ୍ୱପ୍ନଦତ୍ତା ମହାନ୍ତିଙ୍କ ନେତୃତ୍ୱରେ ପ୍ରସ୍ତାବିତ ଚିଠା ଓଡ଼ିଶା ବିକାଶ ପ୍ରାଧିକରଣ (ପ୍ଲାନିଂ ଓ ନିର୍ମାଣ ମାନକ ନିୟମ)   ୨୦୨୫,  ଓଡ଼ିଶା ସରକାରଙ୍କ ଗୃହନିର୍ମାଣ ଏବଂ ସହରାଞ୍ଚର ବିକାଶର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଉଷା ପାଢୀ, ଆଇଏଏସ୍‌ଙ୍କୁ ପ୍ରଦାନ କରିଛି । କ୍ରେଡାଇ ଓଡ଼ିଶା, କ୍ରେଡାଇ ଭୁବନେଶ୍ୱର, ଆଫର୍ଡ ଏନଂ ନରେଡକୋ ଓଡ଼ିଶା ସମେତ ପ୍ରମୁଖ ଅଂଶୀଦାରଙ୍କ ସହିତ ବ୍ୟାପକ ଆଲୋଚନା ପରେ ଏହା ପ୍ରଦାନ କରାଯାଇଛି। ଚିଠା ପ୍ରସ୍ତାବ ଯେଭଳି ସମାବେଶୀ ଏବଂ ବାସ୍ତବବାଦୀ ହେବ ତାହା ସୁନିଶ୍ଚିତ କରିବାକୁ ଜନସାଧାରଣଙ୍କ ମତାମତକୁ  ମଧ୍ୟ ବିଚାରକୁ ନିଆଯାଇଛି ।

ସାମ୍ପ୍ରତିକ ନିୟମଗୁଡିକ କୋଠାବାଡି ଅନୁମୋଦନ ପ୍ରକ୍ରିୟାକୁ ସୁଗମ କରିବା ଦ୍ୱାରା ଜନସାଧାରଣଙ୍କ ଗୁରୁତ୍ୱପୂର୍ଣ୍ଣ ସମସ୍ୟାଗୁଡିକର ସମାଧାନ କରିବା ନିମନ୍ତେ ପ୍ରସ୍ତୁତ କରାଯାଇଛି । ବହୁସ୍ତରୀୟ କଟକଣାଯୁକ୍ତ ନିୟମାବଳୀକୁ ନେଇ ନାଗରିକମାନଙ୍କୁ ଭାରାକ୍ରାନ୍ତ କରିବା ପରିବର୍ତ୍ତେ ଏହି ନିୟମଗୁଡିକ ସେମାନଙ୍କୁ ସରଳୀକୃତ ଏବଂ ସହଜ ପଦ୍ଧତିଗୁଡିକ ଜରିଆରେ ସଶକ୍ତ କରିବାକୁ  ଲକ୍ଷ୍ୟ ରଖିଛି । 

କମ୍‌ ଆପଦଯୁକ୍ତ କୋଠାବାଡିଗୁଡିକର ଅନୁମୋଦନ ପଦ୍ଧତି ନିମନ୍ତେ ପ୍ରସ୍ତାବ ଦିଆଯାଇଥିଲା । ଏହା ଅର୍ଥ ଆକାରରେ ୫୫୦୦ ବର୍ଗଫୁଟ ପର୍ଯ୍ୟନ୍ତ ପ୍ଲଟ ଏବଂ ତିନି ମହଲା ପର୍ଯ୍ୟନ୍ତ କୋଠାଗୁଡିକୁ ସିଙ୍ଗଲ ୱିଣ୍ଡୋ ସେବା ଜରିଆରେ ପଞ୍ଜିକୃତ ସ୍ଥପତିଙ୍କ ଦ୍ୱାରା ଅନୁମୋଦନ କରାଯାଇପାରିବ । ଏହା ପଦ୍ଧତିଗତ ପ୍ରତିବନ୍ଧକ ପଛରେ ଗୋଡାଇ କ୍ଳାନ୍ତ ହୋଇପଡୁଥିବା ଏକ ବିଶାଳ ଜନସଂଖ୍ୟା ପାଇଁ ସହାୟକ ହେବ ।

ଇଆଇଡିପି କମିଟି ସଂପୃକ୍ତ ସରକାରୀ ସଂସ୍ଥାଗୁଡିକ ସହିତ ସମନ୍ୱୟ ରକ୍ଷାକରି ସଡ଼କ, ଜଳ ଯୋଗାଣ, ଡ୍ରେନେଜ ଏବଂ କଠିନ ବର୍ଜ୍ୟ ପରିଚାଳନା ଭଳି ବାହ୍ୟ ଭିତ୍ତିଭୂମିର ବ୍ୟବସ୍ଥିତ ଏବଂ ଦୀର୍ଘସ୍ଥାୟୀ ବିକାଶ ନିମନ୍ତେ ଆବଶ୍ୟକ ନିୟମାବଳୀ ସୁପାରିଶ କରିବ ଏବଂ ସେଥିରେ ଆବଶ୍ୟକ ସଂଶୋଧନ କରିବ । ଏଥିସହିତ ଏଥିରେ ପ୍ରସ୍ତାବ ଦିଆଯାଇଛି ଯେ, ସମ୍ପ୍ରତି ପ୍ରଚଳିତ ଥିବା ନିୟମଗୁଡିକରେ ସଂଶୋଧନ କରିବା ପରିବର୍ତ୍ତେ ଅଧିକ ସ୍ପଷ୍ଟତା ଏବଂ କାର୍ଯ୍ୟାନ୍ୱୟନ ନିମନ୍ତେ ଏକ ସମ୍ପୂର୍ଣ୍ଣ ନୂଆ ଏବଂ ପୂର୍ଣ୍ଣାଙ୍ଗ ନିୟମାବଳୀ ସେଟ୍‌ ପ୍ରକାଶନ କରାଯିବ ।