ବଦଳିବ ମେକ-ଇନ ଓଡିଶା ନାଁ

ଭୁବନେଶ୍ୱର : ବଦଳିପାରେ ମେକ୍ ଇନ୍ ଓଡ଼ିଶା ନାଁ, ଏନେଇ ଶିଳ୍ପମନ୍ତ୍ରୀ ସମ୍ପଦ ସ୍ୱାଇଁ ଇସାରା ଦେଇଛନ୍ତି । ମେକ୍ ଇନ୍ ଓଡ଼ିଶା ନାଁ ବଦଳରେ ଉତ୍କଳ ଇନଭେଷ୍ଟ ସମିଟ୍ । ଉତ୍କଳ ଇନଭେଷ୍ଟ ସମିଟ୍ ନାଁରେ ପୁଞ୍ଜି ଆଣିବାକୁ ଲକ୍ଷ୍ୟ ରହିଛି । ଅଢ଼େଇ ଲକ୍ଷ କୋଟିର ପୁଞ୍ଜି ନିବେଶ ଆଣିବାକୁ ଯୋଜନା ଥିବା କହିଲେ ମନ୍ତ୍ରୀ । CII ର ପୂର୍ବାଞ୍ଚଳ ବୈଠକରେ ଯୋଗ ଦେବା ଅବସରରେ ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ୱାଇଁ କହିଛନ୍ତି […]

ବଦଳିବ ମେକ-ଇନ ଓଡିଶା ନାଁ
ବଦଳିବ ମେକ-ଇନ ଓଡିଶା ନାଁ

ଭୁବନେଶ୍ୱର : ବଦଳିପାରେ ମେକ୍ ଇନ୍ ଓଡ଼ିଶା ନାଁ, ଏନେଇ ଶିଳ୍ପମନ୍ତ୍ରୀ ସମ୍ପଦ ସ୍ୱାଇଁ ଇସାରା ଦେଇଛନ୍ତି । ମେକ୍ ଇନ୍ ଓଡ଼ିଶା ନାଁ ବଦଳରେ ଉତ୍କଳ ଇନଭେଷ୍ଟ ସମିଟ୍ । ଉତ୍କଳ ଇନଭେଷ୍ଟ ସମିଟ୍ ନାଁରେ ପୁଞ୍ଜି ଆଣିବାକୁ ଲକ୍ଷ୍ୟ ରହିଛି । ଅଢ଼େଇ ଲକ୍ଷ କୋଟିର ପୁଞ୍ଜି ନିବେଶ ଆଣିବାକୁ ଯୋଜନା ଥିବା କହିଲେ ମନ୍ତ୍ରୀ ।

CII ର ପୂର୍ବାଞ୍ଚଳ ବୈଠକରେ ଯୋଗ ଦେବା ଅବସରରେ ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ୱାଇଁ କହିଛନ୍ତି ଯେ ରାଜ୍ୟକୁ କିଭଳି ଶିଳ୍ପ ସମୃଦ୍ଧ କରାଯିବ ସେ ନେଇ ଆଲୋଚନା କରାଯାଉଛି I ରାଜ୍ୟକୁ ଅଢେଇ ଲକ୍ଷ କୋଟି ଟଙ୍କାର ପୁଞ୍ଜି ନିବେଶ କରିବାକୁ ଲକ୍ଷ ରଖା ଯାଇଛି । ଓଡ଼ିଶାରେ ପ୍ରାକୃତିକ ସମ୍ପଦ ପ୍ରଚୁର ମାତ୍ରାରେ ରହିଛି । ତେଣୁ ଓଡ଼ିଶାକୁ କିଭଳି ନୂଆ ଶିଳ୍ପ ଆସିବ,ଶିଳ୍ପକ୍ଷେତ୍ରରେ ରାଜ୍ୟକୁ କିଭଳି ଆଗକୁ ନିଆଯିବ ସେନେଇ ଆଲୋଚନା ହୋଇଛି । ୨୦୨୭ ସୁଦ୍ଧା ଇଣ୍ଡଷ୍ଟ୍ରିଆଲ କରିଡରକୁ ବିକଶିତ କରିବୁ। ଏଠାରେ ପାଣି, ଖଣି ଓ ଲମ୍ବା ସମୁଦ୍ରତଟ ରହିଛି । ତେଣୁ ଏହା ଜରିଆରେ ଓଡ଼ିଶାକୁ ଶିଳ୍ପସମୃଦ୍ଧ କରାଯିବ । ଶିଳ୍ପକୁ ଆଗେଇ ନେବା ସକାଳେ ଆଗକୁ ୧୦୦ ଦିନର ପ୍ଲାନ ରହିଛି । ତାହାର ରୂପରେଖ ପ୍ରସ୍ତୁତ ଚାଲିଛି । ଏନେଇ ଖୁବଶୀଘ୍ର ସରକାର ଅବଗତ କରିବେ ବୋଲି କହିଛନ୍ତି ବିଭାଗୀୟ ମନ୍ତ୍ରୀ I