ମହଙ୍ଗା ପଡିଲା ରାହୁଲ ଗାନ୍ଧୀଙ୍କ ଉପରେ ବିବାଦୀୟ ବୟାନ ଦେବା

ନୂଆଦିଲ୍ଲୀ,୧୭।୯: ଲୋକ ସଭାରେ କଂଗ୍ରେସ ଏମପି ତଥା ବିରୋଧୀଦଳର ନେତା ରାହୁଲ ଗାନ୍ଧୀଙ୍କ ଉପରେ ବିବାଦୀୟ ବୟାନ ଦେଇଥିବା ଶିବସେନା ବିଧାୟକ ସଞ୍ଜୟ ଗାୟକୱାଡଙ୍କ ବିରୋଧରେ ଏକ ଏଫଆଇଆର ପଞ୍ଜିକୃତ ହୋଇଛି। ଭାରତୀୟ ଜୁଡିସିଆଲ କୋଡର ଧାରା ୩୫୧(୨), ୩୫୧(୪), ୧୯୨ ଏବଂ ୩୫୧ (୩) ଅନୁଯାୟୀ ବୁଲଡାନା ସିଟି ପୋଲିସ ଷ୍ଟେଶନରେ ଶିନ୍ଦେ ଦଳର ବିଧାୟକଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି। କଂଗ୍ରେସ କର୍ମୀମାନେ ଏହି ମାମଲା ଦାୟର କରିଛନ୍ତି। ସଞ୍ଜୟ ଗାୟକଓ୍ବାଡ କହିଛନ୍ତି, […] The post ମହଙ୍ଗା ପଡିଲା ରାହୁଲ ଗାନ୍ଧୀଙ୍କ ଉପରେ ବିବାଦୀୟ ବୟାନ ଦେବା appeared first on Dharitri Odia News.

ମହଙ୍ଗା ପଡିଲା ରାହୁଲ ଗାନ୍ଧୀଙ୍କ ଉପରେ ବିବାଦୀୟ ବୟାନ ଦେବା

ନୂଆଦିଲ୍ଲୀ,୧୭।୯: ଲୋକ ସଭାରେ କଂଗ୍ରେସ ଏମପି ତଥା ବିରୋଧୀଦଳର ନେତା ରାହୁଲ ଗାନ୍ଧୀଙ୍କ ଉପରେ ବିବାଦୀୟ ବୟାନ ଦେଇଥିବା ଶିବସେନା ବିଧାୟକ ସଞ୍ଜୟ ଗାୟକୱାଡଙ୍କ ବିରୋଧରେ ଏକ ଏଫଆଇଆର ପଞ୍ଜିକୃତ ହୋଇଛି। ଭାରତୀୟ ଜୁଡିସିଆଲ କୋଡର ଧାରା ୩୫୧(୨), ୩୫୧(୪), ୧୯୨ ଏବଂ ୩୫୧ (୩) ଅନୁଯାୟୀ ବୁଲଡାନା ସିଟି ପୋଲିସ ଷ୍ଟେଶନରେ ଶିନ୍ଦେ ଦଳର ବିଧାୟକଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି। କଂଗ୍ରେସ କର୍ମୀମାନେ ଏହି ମାମଲା ଦାୟର କରିଛନ୍ତି।
ସଞ୍ଜୟ ଗାୟକଓ୍ବାଡ କହିଛନ୍ତି, କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଦ୍ୱାରା ଦିଆଯାଇଥିବା ବିବୃତ୍ତି କଂଗ୍ରେସର ପ୍ରକୃତ ଚେହେରାକୁ ପ୍ରକାଶ କରିଛି। ଲୋକ ସଭା ନିର୍ବାଚନରେ ସେ ସମ୍ବିଧାନ ବିପଦରେ ଥିବା ମିଥ୍ୟା ପ୍ରଚାର କରି ଭୋଟ ଗ୍ରହଣ କରିଥିଲେ, ଭାଜପା ସମ୍ବିଧାନରେ ପରିବର୍ତ୍ତନ ଆଣିବ ଏବଂ ଆଜି ଆମେରିକାରେ ସେ କହିଛନ୍ତି ଯେ ବାବା ସାହେବ ଡକ୍ଟର ଭୀମରାଓ ଆମ୍ବେଦକର ଏହି ସଂରକ୍ଷଣ ଦେଇଛନ୍ତି, ସେ କହିଛନ୍ତି ଯେ ସେ ଏହାକୁ ଶେଷ କରିବେ। ସଂରକ୍ଷଣ .. ତାଙ୍କ ପାଟିରେ ଏପରି ଶବ୍ଦ ବାହାରିଛି … ତେଣୁ ଯିଏ ତାଙ୍କ ଜିଭ କାଟିଦେବ ମୁଁ ତାଙ୍କୁ ୧୧ ଲକ୍ଷ ଟଙ୍କା ଦେବି।
କଂଗ୍ରେସ ସୋସିଆଲ ମିଡିଆରେ ଲେଖିଛ, ଶିବସେନା ବିଧାୟକ ସଞ୍ଜୟ ଗାୟକଓ୍ବାଡ ବିରୋଧୀଦଳ ନେତା ଶ୍ରୀ ରାହୁଲ ଗାନ୍ଧୀଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ଏ ସମ୍ପର୍କରେ ମହାରାଷ୍ଟ୍ର କଂଗ୍ରେସ କର୍ମୀମାନେ ସଞ୍ଜୟ ଗାୟକଓ୍ବାଡଙ୍କ ବିରୋଧରେ ପୋଲିସ ଷ୍ଟେଶନରେ ଏଫଆଇଆର ଦାଖଲ କରିଛନ୍ତି।

The post ମହଙ୍ଗା ପଡିଲା ରାହୁଲ ଗାନ୍ଧୀଙ୍କ ଉପରେ ବିବାଦୀୟ ବୟାନ ଦେବା appeared first on Dharitri Odia News.